କବାଟ ଖୋଲିଲେ ବିଦେଶ ଯାତ୍ରା; ଘର ଓ ଦୋକାନକୁ ଭାଗ କରୁଛି ବୋର୍ଡର, ବରଲେ ଗାଁ ଏବେ ପର୍ଯ୍ୟଟନସ୍ଥଳୀ
24/12/2022 at 9:37 PM

ନୂଆଦିଲ୍ଲୀ: ଘର କବାଟ ଖୋଲିଲେ ବିଦେଶରେ ପଡ଼ୁଛି ପାଦ । ବିଲ୍ଡିଂ, ଅଫିସ୍, ଦୋକାନ ଆଦିକୁ ଦେଶର ସୀମା ଭାଗ କରୁଛି । ଲୋକଙ୍କ ଘର ମଧ୍ୟରେ ଇଣ୍ଟରନ୍ଯାସନାଲ ବୋର୍ଡର ପାସ୍ କରିଛି । ବେଲଜିୟମ ଓ ନେଦରଲ୍ୟାଣ୍ଡ ମଧ୍ୟରେ ଏଭଳି ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ପ୍ଲସ୍ ଚିହ୍ନ ସୀମାରେଖାକୁ ଚିହ୍ନଟ କରୁଛି ।
ବେଲଜିୟମ ଓ ନେଦରଲ୍ୟାଣ୍ଡର ସୀମାନ୍ତ ଗାଁ ବରଲେରେ ଏଭଳି ଚିତ୍ର ଦେଖିବାକୁ ମିଳିଛି । ଗାଁର କିଛି ଘର ଏମିତି ରହିଛି, ଯାହା ମଝିରେ ଦେଶର ସୀମାରେଖା ଯାଇଛି । ଲୋକ ଘରୁ ବାହାରକୁ ପାଦ ପକାଇଲେ ଅନ୍ୟ ଦେଶରେ ପହଞ୍ଚି ଯାଉଛନ୍ତି । କବାଟ ଖୋଲିବା ମାତ୍ରେ ବିଦେଶ ଯାତ୍ରା ହେଉଛି । ଲୋକଙ୍କ ଶୋଇବା ଘର ଗୋଟିଏ ଦେଶରେ ଏବଂ ଅନ୍ୟଦେଶରେ ରହିଛି ବସାଉଠା ରୁମ୍ । ଗ୍ରାମବାସୀଙ୍କ ଘର ମଝିରେ ଇଣ୍ଟରନ୍ୟାସନାଲ ବୋର୍ଡର ରହିଛି ।
ବରଲେ ଗାଁର ବେଲିଜିୟମ ସୀମାକୁ ବରଲେ-ହର୍ଟୋଗ୍ କୁହାଯାଉ ଥିବାବେଳେ ନେଦରଲ୍ୟାଣ୍ଡ ସୀମାକୁ ବରଲେ- ନାସାଉ କୁହାଯାଉଛି । ଲୋକଙ୍କ ଘର ମଝିରେ ପ୍ଲସ୍ ଚିହ୍ନ ସୀମା ଚିହ୍ନଟ କରୁଛି । ବେଲଜିୟମ ଓ ନେଦରଲ୍ୟାଣ୍ଡର ଉଭୟ ସରକାର ମିଳିମିଶି ଏଠାରେ ପ୍ରଶାସନ ଚଲାଉଛନ୍ତି ।
କିଛି ଦିନ ପୂର୍ବରୁ ୟୁଟ୍ୟୁବର ଡ୍ରିଉ ବିନସ୍କି ନିଜ ଭିଡିଓ ଦେଖାଇଛନ୍ତି କିପରି ଲୋକଙ୍କ ଘର ମଧ୍ୟରେ ସୀମାରେଖା ଯାଇଛି । ବରଲେ ଗାଁରେ ‘ଫ୍ରଣ୍ଟ ଡୋର ରୁଲ୍’ ନୀତି ଲାଗୁ ହୋଇଛି । ଏହି ଗାଁ ଏବେ ପର୍ଯ୍ୟଟନସ୍ଥଳୀ ପାଲଟିଛି। ପର୍ଯ୍ୟଟକ ମାନେ ଗାଁର ଘର ଗୁଡ଼ିକୁ ଦେଖିବାରୁ ଚାଲିଆସିଥାନ୍ତି ।