ନୂଆବର୍ଷରେ ଶେଷ ହୋଇଯିବ ବିଟକଏନ୍ ! ଏହି ବଡ଼ ବ୍ୟାଙ୍କର ଚେତାବନୀ
5/12/2022 at 5:03 PM

ନୂଆଦିଲ୍ଲୀ, ୫/୧୨: ଦୁନିଆର ସବୁଠୁ ବଡ଼ କ୍ରିପ୍ଟୋକରେନ୍ସୀ ବିଟକଏନ ପାଇଁ ନୂଆ ବର୍ଷ ଖରାପ ହୋଇପାରେ। ଦୁନିଆ ବଡ଼ ବ୍ୟାଙ୍କ ମଧ୍ୟରୁ ଗୋଟିଏ ଷ୍ଟାଣ୍ଡାର୍ଡ ଚାଟାର୍ଡ ଏଭଳି ଅନୁମାନ କରିଛି। ବ୍ୟାଙ୍କ ଏଭଳି ଅନୁମାନ କରିଛି ଯେ ନୂଆବର୍ଷରେ ବିଟକଏନ୍ ନିବେଶକଙ୍କୁ କ୍ଷତି ସହିବାକୁ ପଡ଼ିପାରେ। କାରଣ ଏହାର ଦାମ୍ ୭୦ ପ୍ରତିଶତ ହ୍ରାସ ହୋଇପାରେ।
ବ୍ୟାଙ୍କ କହିଛି ଯେ ୨୦୨୩ରେ ବିଟକଏନର ଦାମ୍ ୫ ହଜାର ଡଲାର ପାଖାପାଖ ଆସିପାରେ ଯାହାକି ବର୍ତ୍ତମାନ ସମୟରେ ୧୭,୫୦୦ ଡଲାର ପାଖାପାଖି ରହିଛି। ବ୍ୟାଙ୍କର ଗ୍ଲୋବାଲ୍ ହେଡ୍ ଅଫ୍ ରିସର୍ଚ୍ଚ ଏରିକ୍ ରବର୍ଟସନ ରବିବାର କହିଛନ୍ତି ଯେ ଡିଜିଟାଲ ସୁନାରେ ନିବେଶ ଫଳରେ ବିଟକଏନ ଦାମରେ ହ୍ରାସ ସମ୍ଭାବନା ରହିଛି। ଯେତେବେଳେକି ସୁନା ଦାମ୍ରେ ୩୦ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିପାରେ। ଅର୍ଥନୀତିରେ ଅସ୍ଥିରତା ଏବଂ ଡିଜିଟାଲ ସମ୍ପତ୍ତିରେ ଲୋକଙ୍କ ବିଶ୍ବାସ ପାଉନଥିବା ଏହାର କାରଣ ହୋଇପାରେ ବୋଲି କହିଛନ୍ତି ରବର୍ଟସନ।