suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ବେଙ୍ଗଲ ଦଙ୍ଗା ଉପରେ ଫିଲ୍ମ କରିବ ବିଜେପି, ସ୍ବାଧୀନତା ସମୟରେ କଲିକତା ସ୍ଥିତିର ମିଳିବ ଝଲକ
  • ||
  • ଶେଷ ପର୍ଯ୍ୟନ୍ତ ଲଢ଼ି ଅଷ୍ଟ୍ରେଲିଆ ‘ଏ’ କୁ ୨-୧ରେ ହରାଇଲା ଭାରତୀୟ ମହିଳା ହକି ଦଳ
  • ||
  • କୁସ୍ତି ଯୋଦ୍ଧାଙ୍କ ସମର୍ଥନରେ ବାହାରିଲେ ରାମଦେବ, କହିଲେ ମା’ଭଉଣୀଙ୍କ ବିଷୟରେ ବେକାର କଥା କହୁଥିବା ବ୍ରିଜ ଭୂଷଣଙ୍କୁ ଗିରଫ କର
  • ||
  • ଦିଲ୍ଲୀ ୟୁନିଭର୍ସିଟି ସିଲାବସରୁ ହଟିଲା ‘ସାରେ ଜାହାଁ ସେ ଆଚ୍ଛା’ର ଲେଖକ ମହମ୍ମଦ ଇକ୍‌ବାଲଙ୍କ ବିଷୟ
  • ||
  • ଏବେ ଉତ୍ତରାଖଣ୍ଡ ସଂଲଗ୍ନ LACରେ ଦ୍ରୁତ ଗତିରେ ଗାଁ ଗଢି ଚାଲିଛି ଚୀନ, ସୈନ୍ୟ ଶିବିର ବି ନିର୍ମାଣ କରୁଛି
  • ||
  • ହାଇଦ୍ରାବାଦ: କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ ସମର୍ଥନ ପାଇଁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେଜରିଓ୍ଵାଲ
  • ||
  • ନୂଆଦିଲ୍ଲୀ: ଜବାହରଲାଲ ନେହେରୁଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କଲେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାହୁଲ ଗାନ୍ଧୀ
  • ||
  • IPL 2023: ମୁମ୍ବାଇକୁ ହରାଇ ଲଗାତାର ୨ୟ ଥର ଫାଇନାଲ୍‌ରେ ଗୁଜରାଟ ଟାଇଟନ୍ସ, ରବିବାର ଚେନ୍ନାଇ ସହ ଟାଇଟଲ୍ ମୁକାବିଲା
  • ||
  • ବିଜେପି ସରକାରର ୯ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ୯ଟି ପ୍ରଶ୍ନ କଲା କଂଗ୍ରେସ
  • ||
  • ଟିଏମ୍‌ସି ସାଂସଦ ଅଭିଷେକ ବାନାର୍ଜୀଙ୍କ କାର୍କେଡ୍‌ ଉପରେ ଆକ୍ରମଣ, ଇଟା ଫିଙ୍ଗି ଭାଙ୍ଗିଲେ ମନ୍ତ୍ରୀଙ୍କ କାର୍ କାଚ
  • ||

ଦୁନିଆର ସବୁଠାରୁ ମହଙ୍ଗା ମୁଦ୍ରା: ଗୋଟିଏ Bitcoin ର ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଅଧିକ

5/11/2020 at 12:44 PM

ନୂଆଦିଲ୍ଲୀ ୦୫/୧୧ : ଭାରତରେ ସୁପ୍ରିମକୋର୍ଟ କ୍ରିପ୍ଟୋ କରେନ୍ସି (Crypto Currency) ରୁ ବ୍ୟାନ ହଟାଇ ଦେଇଛନ୍ତି। ଏହାପରେ ସାରା ଦେଶରେ Bitcoin ଭଳି କ୍ରିପ୍ଟୋ କରେନ୍ସିର ଲେଣଦେନ ପୁଣି ଆରମ୍ଭ ହୋଇଛି। ଅନ୍ତରାଷ୍ଟ୍ରୀୟ ବଜାରରେ ଗୋଟିଏ ବିଟ କଏନର ମୂଲ୍ୟ ୧୪ ହଜାର ଡଲାର ଅର୍ଥାତ ପାଖାପାଖି ୧୦.୩୬ ଲକ୍ଷ ଟଙ୍କାରେ ପହଞ୍ଚି ଯାଇଛି। ଏକ୍ସପର୍ଟଙ୍କ କହିବାନୁଯାୟୀ, ଗତ ୬ ମାସରେ ଏହି ମୁଦ୍ରା ୫୦ ପ୍ରତିଶତରୁ ଅଧିକ ବଢିଯାଇଛି। ଏହି ଦାମ ଆସନ୍ତା ୬ ମାସ ଯାଏଁ ଜାରି ରହିବ ବୋଲି ଏକ୍ସପର୍ଟ କହିଛନ୍ତି। ଆରବିଆଇ ଦ୍ୱାରା ୨୦୧୮ ମସିହାରେ କ୍ରିପ୍ଟୋ କରେନ୍ସି ଉପରେ କଟକଣା ଲଗାଯାଇଥିଲା ଯାହାକୁ ଚଳିତ ବର୍ଷ ମାର୍ଚ୍ଚରେ ସୁପ୍ରିମକୋର୍ଟ ହଟେଇ ଦେଇଛନ୍ତି।

ଇଣ୍ଡିଆନ ବ୍ୟାଙ୍କ ୟୁନାଇଟେଡ଼ ମଲ୍ଟିଷ୍ଟେଟ କ୍ରେଡିଟ କୋ-ଅପରେଟିଭ ସୋସାଇଟି ବର୍ତ୍ତମାନ କ୍ରିପ୍ଟୋ କରେନ୍ସି ଓ କ୍ରିପ୍ଟୋ କରେନ୍ସି ଉତ୍ପାଦ ସହ ନିଜର ବ୍ୟାଙ୍କିଙ୍ଗ ସେବା ବିସ୍ତାର କରିବାକୁ ଯୋଜନା କରିଛି। ଇଣ୍ଡିଆନ ବ୍ୟାଙ୍କ ୟୁନାଇଟେଡ଼ ଭାରତରେ ନିଜ ଗ୍ରାହକଙ୍କୁ ଅନଲାଇନ କ୍ରିପ୍ଟୋ କରେନ୍ସି ବ୍ୟାଙ୍କିଙ୍ଗ ସେବା ଉପଲବ୍ଧ କରାଇବ।

CNBC ର ଏକ ରିପୋର୍ଟ ଅନୁଯାୟୀ, ଆଗାମୀ ଦିନରେ ବିଟ କଏନ ନୂଆ ଉଚ୍ଚତାକୁ ଛୁଇଁ ପାରେ। ସୂଚନାଯୋଗ୍ୟ ଯେ ଥରେ ବିଟ କଏନ ୨୦ ହଜାର ଡଲାର ପାର କରିଥିଲା। କିନ୍ତୁ ଏହାପରେ ଏହାର ମୂଲ୍ୟ ହ୍ରାସ ପାଇଥିଲା | ସେଥିପାଇଁ ଏଥିରେ ବିନିଯୋଗ କରିବା ପୂର୍ବରୁ ସାବଧାନ ରହିବା ଆବଶ୍ୟକ।

କ୍ରିପ୍ଟୋ କରେନ୍ସି ଏକ ଡିଜିଟାଲ କରେନ୍ସି ଯାହା ବ୍ଳକଚେନ ଟେକନିକ ଉପରେ ଆଧାରିତ। ଏହି କରେନ୍ସିରେ କୁଟଲେଖନ କୌଶଳ (ଟେକନିକ) ପ୍ରୟୋଗ ହୋଇଥାଏ। ଏହି କୌଶଳ ଜରିଆରେ କାରବାରର ସମ୍ପୂର୍ଣ୍ଣ ହିସାବ ହୋଇଥାଏ ଯେଉଁଥିପାଇଁ ଏହାକୁ ହ୍ୟାକ୍ କରିବା ବହୁତ ମୁସକିଲ ହୋଇଥାଏ। ସେଥିପାଇଁ କ୍ରିପ୍ଟୋ କରେନ୍ସିରେ ଠକେଇ ସମ୍ଭାବନା ବହୁତ କମ ଥାଏ। କ୍ରିପ୍ଟୋ କରେନ୍ସି ପରିଚାଳନା କେନ୍ଦ୍ରୀୟ ବ୍ୟାଙ୍କ ଠାରୁ ସ୍ୱତନ୍ତ୍ର ହୋଇଥାଏ, ଯାହା ଏହାର ସବୁଠାରୁ ବଡ ଅସୁବିଧା।

କ୍ରିପ୍ଟୋ ବ୍ୟାଙ୍କିଙ୍ଗ ସର୍ଭିସ ପ୍ରଦାନକାରୀ Cashaa ସହ ଚୁକ୍ତି କରି ଇଣ୍ଡିଆନ ବ୍ୟାଙ୍କ ୟୁନାଇଟେଡ଼ UNICAS ନାଁରେ ଏକ ଜଏଣ୍ଟ ବେଞ୍ଚର କରିଛି ଯାହା ଉତ୍ତର ଭାରତରେ ବ୍ୟାଙ୍କର ସମସ୍ତ ୩୪ ଶାଖାରେ ଉଭୟ ଅନଲାଇନ କ୍ରିପ୍ଟୋ ବ୍ୟାଙ୍କିଙ୍ଗ ସେବା ଏବଂ ଫିଜିକାଲ ସେବା ଉପଲବ୍ଧ କରାଇବ। ୟୁନାଇଟେଡ଼ ଓ କାଶା କ୍ରିପ୍ଟୋ କରେନ୍ସି ବ୍ୟାଙ୍କିଙ୍ଗ ସର୍ଭିସ ଆରମ୍ଭ କରିବା ନିଷ୍ପତ୍ତି ଏମିତି ସମୟରେ ନେଇଛି ଯେତେବେଳେ ଦେଶରେ ଏହାକୁ ନେଇ ଆଇନ ବ୍ୟବସ୍ଥା ସମ୍ପୂର୍ଣ ସ୍ପଷ୍ଟ ହୋଇନାହିଁ।

UNICAS ଇଣ୍ଡିଆନ ବ୍ୟାଙ୍କ ୟୁନାଇଟେଡ଼ର ଆକାଉଣ୍ଟ ହୋଲ୍ଡରଙ୍କୁ ନିଜ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ କ୍ରିପ୍ଟୋ କରେନ୍ସି ୱାଲେଟ ସହ ଇଣ୍ଟିଗ୍ରେଟ କରିବାକୁ ସୁବିଧା ଦେବ। ଏହି ବ୍ୟାଙ୍କର ଗ୍ରାହକ ସିଧାସଳଖ ନିଜ ଆକାଉଣ୍ଟରୁ କ୍ୟାସ ଦେଇ (Bitcoin- BTC), ଇଥର (Ether- ETH), ରିପ୍ପଲ୍ (Ripple- XRP) କାଶା (Cashaa- CAS) ଭଳି କ୍ରିପ୍ଟୋ କରେନ୍ସି କିଣିପାରିବେ।

ଏହାଛଡା ଇଣ୍ଡିଆନ ବ୍ୟାଙ୍କ ୟୁନାଇଟେଡ଼ର ଗ୍ରାହକ କ୍ରିପ୍ଟୋ କରେନ୍ସି ବଦଳରେ ଋଣ ମଧ୍ୟ ନେଇପାରିବେ। Cashaa ସିଇଓ କୁମାର ଗୌରବ କହିଛନ୍ତି ଯେ ଭାରତରେ କ୍ରିପ୍ଟୋକରେନ୍ସି ଚଳନ ବଢୁଛି। ସେଥିପାଇଁ କମ୍ପାନୀ ଇଣ୍ଡିଆନ ବ୍ୟାଙ୍କ ୟୁନାଇଟେଡ଼ ସହ UNICAS ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି। ଭାରତରେ ଅନେକ କ୍ରିପ୍ଟୋକରେନ୍ସି ଏକ୍ସଚେଞ୍ଜ ୨୦୦ ପ୍ରତିଶତ ରୁ ୪୦୦ ପ୍ରତିଶତ ବୃଦ୍ଧି ରେକର୍ଡ ହୋଇଛି।

   Related Posts