oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୮ କୋଭିଡ୍ ପଜିଟିଭ୍
  • ||
  • ବୌଦ୍ଧ : ଲୁଗା ଶୁଖାଇବା ହେଲା କାଳ, ବିଦ୍ୟୁତ ଆଘାତରେ ଚାଲିଗଲା ତିନିଜଣଙ୍କ ଜୀବନ
  • ||
  • ଲଘୁଚାପ ପ୍ରଭାବରେ ଭିଜୁଛି ସାରା ରାଜ୍ୟ, ଭଦ୍ରକରେ ରେକର୍ଡ ସଂଖ୍ୟକ ବର୍ଷା
  • ||
  • ବାରାମୁଲ୍ଲାରେ ଶୋପିଆନ୍‌ରେ ଏନକାଉଣ୍ଟର: ୩ ଆତଙ୍କବାଦୀ ନିପାତ, ମୁଲୁରେ କମ୍ୱିଂ ଜାରି
  • ||

ଥମିଲା Bit Coinର ଉଡାଣ, ୪୮ହଜାର ଡଲାରରୁ ବି ତଳକୁ ଖସିଲା ମୂଲ୍ୟ, ଜାଣନ୍ତୁ ତାଜା ଦର କେତେ?

27/02/2021 at 4:40 PM

ନୂଆଦିଲ୍ଲୀ : ବିଶ୍ୱର ସବୁଠୁ ମୂଲ୍ୟବାନ କ୍ରେପ୍ଟୋ କରେନ୍ସି ବିଟ୍‌ କଏନ୍‌ ଏବେ ମୂଲ୍ୟ ହ୍ରାସର ସମ୍ମୁଖୀନ ହୋଇଛି। କିଛି ଦିନ ପୂର୍ବେ ଏହାର ମୂଲ୍ୟ ୫୬ ହଜାର ଡଲାର (୪୦.୫୦ ଲକ୍ଷ ଟଙ୍କା)ରେ ଅଙ୍କା ଯାଉଥିଲା। ହେଲେ ଏବେ ଅବମୂଲ୍ୟାୟନର ଶିକାର ହୋଇଛି। ଫଳରେ ଶନିବାର ଅପରାହ୍ନ ୩ଟା ୯ ମିନିଟ୍‌ରେ ବାଇନାନ୍ସ ଡଟ୍‌କମରେ ବିଟ୍ କଏନ ଦର ୪୬ ହଜାର ୩୦୦ ଡଲାରରେ କାରବାର କରୁଥିବା ଦେଖାଯାଇଛି।

ବିଟ୍‌ କଏନ୍ ଗୋଟିଏ ବର୍ଷରେ ନିବେଶକଙ୍କୁ ୫୪.୮୫ ପ୍ରତିଶତ ରିଟର୍ଣ୍ଣ ଦେଇଛି। ଏଥିରେ ସ୍ପେସ୍ ଏକ୍ସ ମାଲିକ ଏଲନ ମସ୍କ ନିବେଶ କରିବା ପରଠାରୁ ଏହାର ଦର ଅନିୟନ୍ତ୍ରିତ ହୋଇଚାଲିଥିଲା। ପ୍ରାୟ ୩୫୦ ବିଲିୟନ ଡଲାର ମାର୍କେଟ୍‌ କ୍ୟାପିଟାଲ ସହ ବିଟ କଏନ ବିଶ୍ୱର ସବୁଠୁ ମୂଲ୍ୟବାନ କରେନ୍ସିରେ ପରିବର୍ତ୍ତିତ ହୋଇସାରିଛି। ସାରା ବିଶ୍ୱ ୨୦୦୯ ମସିହାରେ ଗୁରୁତର ଆର୍ଥିକ ସଂକଟରେ ଗତି କରୁଥିବା ବେଳେ ଏହି ଆଭାସୀ ମୁଦ୍ରାରେ ନୂଆକରି ନିବେଶ ଆରମ୍ଭ ହୋଇଥିଲା।

ତେବେ ୨୦୧୭ ମସିହା ବେଳକୁ ବିଟ୍ କଏନ୍‌ ବିଶ୍ୱରେ ନିବେଶର ମାଧ୍ୟମ ହୋଇସାରିଥିଲା। ତେବେ ୨୦୧୮ ମସିହାରେ ଅଚାନକ ଏହାର କାରବାର ହ୍ରାସ ହେବା ନିବେଶକଙ୍କୁ କ୍ଷତିରେ ପକାଇଥିଲା। ୨୦୨୦ରେ ବୈଶ୍ୱିକ ମହାମାରୀର ପ୍ରସାର ନିବେଶର ଏହି ମାଧ୍ୟମକୁ ସବୁଠୁ ଲାଭଜନକ କରିବାରେ ସହାୟକ ହୋଇଛି। ତେବେ ଭାରତରେ ଏଭଳି ନିବେଶ ଉପରେ କଟକଣା ରହିଛି।  

   Related Posts