ସୋମବାର ବିଶ୍ବକର୍ମା ପୂଜା : ଚଳଚଞ୍ଚଳ ବନ୍ଦର ନଗରୀ ପାରାଦୀପ

Published By : Prameya-News7 Bureau | September 15, 2018 IST

ପାରାଦୀପ ୧୫/୯ : ସୋମବାର ସେପ୍ଟେମ୍ବର ୧୭ ତାରିଖରେ ବିଶ୍ବକର୍ମା ପୂଜା । ଏଥି ପାଇଁ ଚଳଚଞ୍ଚଳ ବନ୍ଦର ନଗରୀ ପାରାଦୀପ । ପୂଜା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ଏଥର ସହରରେ ପ୍ରାୟ ୧୦ରୁ ଅଧିକ ମଣ୍ଡପରେ ପୂଜା ପାଇବେ ବିଶ୍ୱକର୍ମା । ରାଜ୍ୟ ତଥା ରାଜ୍ୟ ବାହାରୁ ନିଖୁଣ କାରିଗରଙ୍କ ଦ୍ବାରା ନିର୍ମାଣ ହେଉଛି ସୁଉଚ୍ଚ ତୋରଣ ସବୁ । ସୁନ୍ଦର ଆଲୋକ ମାଳାରେ ସଜେଇ ହେଲାଣି ପୂରା ସହର । କାରଣ ଆଉ ଦିନକ ପରେ ଦେବଶିଳ୍ପୀ ବିଶ୍ବକର୍ମାଙ୍କ ପୂଜା । ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ବିଶ୍ବକର୍ମା ପୂଜାକୁ ନେଇ ପାରାଦୀପରେ ମଣ୍ଡପଗୁଡ଼ିକ ମଧ୍ୟରେ ପ୍ରତିଯୋଗିତା ଲାଗିଛି । ସାଜସଜାରେ ପ୍ରଥମ ସ୍ଥାନ ଅଧିକାର କରିବାକୁ ଆୟୋଜକଙ୍କ ଠାରୁ କାରିଗର ଯାଏଁ ସମସ୍ତେ ଫୁଲ୍ ଦମ୍ ଲଗାଇଦେଇଛନ୍ତି । ଏବର୍ଷ ପାରାଦୀପରେ ପ୍ରାୟ ୧୦ରୁ ଅଧିକ ବଡ଼ ମଣ୍ଡପରେ ଶୋଭାପାଇବେ ବିଶ୍ବକର୍ମା । ବିଭିନ୍ନ ଶ୍ରମିକ ସଂଘ, ଟ୍ରକ ମାଲିକ ସଂଘ, ପାରାଦୀପ ବନ୍ଦରର ବିଭିନ୍ନ ବିଭାଗ ପକ୍ଷରୁ ଦେବଶିଳ୍ପୀଙ୍କ ପୂଜାକୁ ମହାଆଡ଼ମ୍ବରରେ ପାଳନ କରାଯିବ । ପୂଜାରେ ଦର୍ଶକଙ୍କ ମନୋରଞ୍ଜନକୁ ମଧ୍ୟ ନଜରରେ ରଖି ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ନାମିଦାମୀ କଳାକାରଙ୍କୁ ଆଣି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଲକ୍ଷ୍ୟ ରଖିଛନ୍ତ ବିଭିନ୍ନ ପୂଜା କମିଟି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.