ଶ୍ରୀମନ୍ଦିରର ଗୋଟିଏ ଦ୍ୱାରରେ ପ୍ରକଳ୍ପ କରି ଅନ୍ୟ ୩ ଦ୍ୱାର ଖୋଲାଯାଉ : ବିଶ୍ୱଭୂଷଣ ହରିଚନ୍ଦନ

Published By : Prameya-News7 Bureau | November 20, 2023 IST

ପୁରୀ ୨୦।୧୧: ଜଗନ୍ନାଥ ଦର୍ଶନ, ପରିକ୍ରମା ପ୍ରକଳ୍ପ, ଚାରିଦ୍ୱାର ଖୋଲିବା ପ୍ରସଙ୍ଗରେ କ୍ଷୋଭ ପ୍ରକାଶ କଲେ ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ । ଧାଡିରେ ଠିଆ ହୋଇ ଲୋକ କଷ୍ଟ ପାଉଛନ୍ତି । ଲୋକଙ୍କ ପାଇଁ ନାହିଁ ବ୍ୟବସ୍ଥା । ପ୍ରକଳ୍ପ ହେଉ, ଐତିହ୍ୟ ନଷ୍ଟ ନକରୁ । ଐତିହ୍ୟକୁ ସଂରକ୍ଷଣ କରାଯାଉ, ଐତିହ୍ୟକୁ ନଷ୍ଟ ନକରି ପ୍ରକଳ୍ପ କରାଯାଉ । ଗୋଟିଏ ଦ୍ୱାରରେ ପ୍ରକଳ୍ପ କରି ଅନ୍ୟ ୩ଟି ଦ୍ୱାର ଖୋଲିଦେଲେ ସମସ୍ତେ ପ୍ରବେଶ କରି ଦର୍ଶନ କରିବେ ।

କେଉଁ ବ୍ୟବସ୍ଥାରେ ସୁଧାର ଆସିବା କଥା ତାହା ପ୍ରସାସନ, ସରକାର ଓ ଲୋକମାନେ ଜାଣିଛନ୍ତି । ବିକଳ୍ପ ବ୍ୟବସ୍ଥା କରାଯାଉ, ଧାଡିରେ ଠିଆ ହୋଇ କଷ୍ଟ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ଲୋକ । ତାଙ୍କ ପାଇଁ ବ୍ୟବସ୍ଥା ନାହିଁ । କାହାକୁ ଝାଡା ପରିସ୍ରା ଲାଗିବ, ତାର କିଛି ବ୍ୟବସ୍ଥା ନାହିଁ । ଏସବୁ ଦେଖି ଅନେକ କଷ୍ଟ ଲାଗିଲା । ପ୍ରକଳ୍ପ ହେଉ, ଐତିହ୍ୟ ନଷ୍ଟ ନକରୁ, ଐତିହ୍ୟକୁ ସଂରକ୍ଷଣ କରାଯାଉ, ଐତିହ୍ୟକୁ ନଷ୍ଟ ନକରି ପ୍ରକଳ୍ପ କରାଯାଉ ।

ଭକ୍ତ ଓ ଭଗବାନ ଭିତରେ କୌଣସି ପ୍ରାର୍ଥକ୍ୟ ସୃଷ୍ଟି କରାନଯାଉ । ଭକ୍ତ କେମିତି ସୁବିଧାରେ ଦର୍ଶନ କରିବେ ସେଇଟା ଆବଶ୍ୟକ । କାର୍ତ୍ତିକ ମାସ, ଅନେକ ଭକ୍ତ ଆସୁଛନ୍ତି, ଲୋକଙ୍କ ଯନ୍ତ୍ରଣା ପ୍ରଶାସନ ଅନୁଭବ କରିବା କଥା । ଗୋଟିଏ ଦ୍ୱାରରେ ପ୍ରକଳ୍ପ କରି ଅନ୍ୟ ୩ଟି ଦ୍ୱାର ଖୋଲିଦେଲେ ସମସ୍ତେ ପ୍ରବେଶ କରି ଦର୍ଶନ କରିବେ । ଦର୍ଶନ କରିବା ସବୁଠୁ ବଡ଼, ବ୍ୟତିକ୍ରମ ହେଲେ ପ୍ରତିବାଦ କରିବା କଥା । ଠାକୁରଙ୍କୁ କାଇଁ ଉପାସ ରଖିବେ । ପୁରୀ ଯାଇଥିଲି, ଏସବୁ ଆସି ଦେଖି ଭାରି କଷ୍ଟ ଲାଗିଲା ।

You Can Read :

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.