ଭାଗଲପୁରରେ ଅଘଟଣ, ତୃତୀୟ ମହଲା କୋଠାରେ ବିସ୍ଫୋରଣ ଘଟି ୪ ମୃତ

Published By : Prameya-News7 Bureau | March 04, 2022 IST

ବିହାର ୦୪/୦୩: ଗୁରୁବାର ରାତିରେ ବିହାରର ଭାଗଲପୁରରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଏକ ବିଲ୍ଡିଂରେ ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ତିନି ମହଲା ବିଶିଷ୍ଟ ଘର ଧ୍ୱସ୍ତବିଧ୍ୱସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ୪ଜଣଙ୍କର ମୃତ୍ୟୁ ହୋଇଛି । ସେହିଭଳି ୧୨ଜଣ ଆହତ ହୋଇଛନ୍ତି ।

ଆଖପାଖ ଲୋକଙ୍କ କହିବା ଅନୁଯାୟୀ ଯେ ଘରେ ବୋମା ତିଆରି କରାଯାଉଥିଲା । କାଜଭାଲିଚକ ଅଞ୍ଚଳର ଅନାଥ ଆଶ୍ରମ ନିକଟରେ ଏହି ଘଟଣା ବିଷୟରେ କୁହାଯାଉଛି । କୋଟୱାଲିଠାରୁ ମାତ୍ର ୧୦୦ ମିଟର ଦୂରରେ ଏହି ବିସ୍ଫୋରଣ ଘଟିଥିଲା । ବୋମା ବିସ୍ଫୋରଣ ଯୋଗୁଁ ଏହି ବିସ୍ଫୋରଣ ହୋଇଥିବା ସନ୍ଦେହ କରାଯାଉଛି । ଏହି ବିସ୍ଫୋରଣରେ ତିନି ମହଲା କୋଠା ଭୁଶୁଡି ପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.