ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||
  • ରାଜଧାନୀରେ ପୁଣି ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଅପରାଧି ଜିତୁ ଆହତ
  • ||
  • ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ପୁଟିନ୍‌ଙ୍କ ବଡ଼ ଘୋଷଣା, କହିଲେ-ବେଲାରୁସ୍‌ରେ ପରମାଣୁ ହତିଆର ନିୟୋଜିତ କରିବ ରୁଷ
  • ||
  • ଭୂମିକମ୍ପ ଝଟକା ଥରିଲା ରାଜସ୍ଥାନ, ବିକାନୋର ଠାରୁ ୫୧୬ କିମି ଦୂରରେ କେନ୍ଦ୍ରସ୍ଥଳ
  • ||

ଇଂଲିସ୍‌ ମିଡିୟମ୍‌ ସ୍କୁଲ୍‌ରେ ବିସ୍ଫୋରଣ; ୩ ଛାତ୍ର ଗୁରୁତର

1/02/2023 at 6:36 PM

ଫୁଲବାଣୀ ୦୧/୦୨: ବାଲିଗୁଡ଼ା ତୁଙ୍ଗିଆରେ ଥିବା ଏକ ଇଂଲିସ୍‌ ମିଡ଼ିୟମ ସ୍କୁଲରେ ବିସ୍ଫୋରଣ ହୋଇଛି। ଏଥିରେ ୩ ଜଣ ଛାତ୍ର ଗୁରୁତର ହୋଇଛନ୍ତି। ଏହା ଫଳରେ ଜଣେ ଛାତ୍ରଙ୍କ ହାତ ପାପୁଲି ନଷ୍ଟ ହୋଇଛି। ଜଣେ ଛାତ୍ର ତା ସାଙ୍ଗମାନଙ୍କୁ କିଛି ଜିନିଷ ଦେଖାଇବା ବେଳେ ଏପରି ବିସ୍ଫୋରଣ ହୋଇଥିବା କୁହାଯାଇଛି। ଗୁରୁତର ଛାତ୍ରମାନଙ୍କୁ ବାଲିଗୁଡା ଡାକ୍ତରଖାନା ଓ ଏହାପରେ ଫୁଲବାଣୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଗୁରୁତର ଛାତ୍ରମାନେ ସପ୍ତମ ଶ୍ରେଣୀରେ ପଢ଼ୁଥିଲେ। ସେମାନଙ୍କ ପରିଚୟ ଜୋଶ ନାୟକ ଓ ନିହାଲ ନାୟକ। ବିସ୍ଫୋରଣର ପ୍ରକୃତ କାରଣ ସ୍ପଷ୍ଟ ହୋଇନି। ଏହି ଖବର ପାଇ ବାଲିଗୁଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ସୂଚନାଥାଉକି, ବୁଧବାର ଖେଳ ଛୁଟିରେ ଜଣେ ଛାତ୍ର କୌଣସି ଏକ ବିସ୍ଫୋରକ ଦ୍ରବ୍ୟ ଗୋଟାଇ ଆଣି ଅନ୍ୟମାନଙ୍କୁ ଦେଖାଇବା ବେଳେ ହଠାତ ବିସ୍ଫୋରଣ ହୋଇଥିଲା। ସମ୍ପୃକ୍ତ ଅଞ୍ଚଳଟି ମାଓ ପ୍ରବଣ ଇଲାକା ହୋଇଥିବାରୁ ପୂର୍ବରୁ ରଖାଯାଇଥିବା ବିସ୍ଫୋରକ ଛାତ୍ରମାନେ ଅଜାଣତରେ ଗୋଟାଇ ଆଣିଥିବା ସନ୍ଦେହ କରାଯାଇଛି।

   Related Posts