ବିଶୋଇ ଥାନା ASI ସସ୍ପେଣ୍ଡ, ମୟୁରଭଞ୍ଜ ଏସ୍ପି କଲେ ନିଲମ୍ବନ
14/09/2023 at 3:26 PM

ଭୁବନେଶ୍ୱର ୧୪।୦୯ : ବିଶୋଇ ଥାନା ଏଏସ୍ଆଇ ସସ୍ପେଣ୍ଡ । ଲାଞ୍ଚ ନେଉଥିବା ବେଳେ ଭିଡିଓ ନେବା ପରେ ଆକ୍ସନ । ବିଶୋଇ ଥାନା ଏଏସଆଇ ଅବଦୁଲ ମତଲିବ ଖାନଙ୍କୁ ନିଲମ୍ବନ କଲେ ମୟୁରଭଞ୍ଜ ଏସ୍ପି ବାତୁଲା ଗଙ୍ଗାଧାର ।
ଖବର ଅନୁଯାୟୀ, କୌଣସି ଏକ ମାମଲାରେ କେଶ୍ ରଫାଦଫା ପାଇଁ ଟଙ୍କା ନେଉଥିବା ଦେଖିବାକୁ ମିଳିଛି। ଯାହା ମୟୂରଭଞ୍ଜ ପୋଲିସର କାର୍ଯ୍ୟଦକ୍ଷତା ଓ ଅନୁଶାସନ ଉପରେ ପ୍ରଶ୍ନଚିହ୍ନ ଲାଗାଇଛି। ଘଟଣା ଟି କିଛିଦିନ ତଳର ବୋଲି ସୂଚନା ମିଳିଥିବା ବେଳେ ଏବେ ବିଶୋଇ ଥାନା ଏଏସଆଇ ଭାବେ କାର୍ଯ୍ୟରତ ଅଛନ୍ତି। ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା । ତେବେ ଭିଡିଓ ଭାଇରାଲ ହେବାପରେ ଜିଲ୍ଲା ଏସ.ପି ବାଟୁଲା ଗଙ୍ଗାଧର ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କୁ ତୁରନ୍ତ ନିଲମ୍ବିତ କରିଛନ୍ତି।
Related Posts
ବାଇକ ଉପରେ ଚଢ଼ିଗଲା ହାଇୱା, ଦୁଇ ଆରୋହୀ ମୃତ
28 September 2023
ବାଚସ୍ପତିଙ୍କ ପୋଡ଼ିୟମକୁ ଡାଲି ଫିଙ୍ଗିଲେ: ଦୁଇ ବିଜେପି ବିଧାୟକ ସସ୍ପେଣ୍ଡ
28 September 2023
୨ ବର୍ଷରେ ସାପ କାମୁଡ଼ାରେ ୧୩୩୬ ମୃତ, ବିଧାନସଭାରେ ଉତ୍ତର ରଖିଲେ ରାଜସ୍ବ ମନ୍ତ୍ରୀ
28 September 2023