Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

‘ଆଫଗାନିସ୍ତାନର ସ୍ୱାଧିନତା ପାଇଁ ମରିବାକୁ ପ୍ରସ୍ତୁତ’, ତାଲିବାନକୁ ଚ୍ୟାଲେଞ୍ଜ୍ କଲେ ଆଫଗାନର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ

21/08/2021 at 8:02 PM

କାବୁଲ, ୨୧|୦୮:   ଦେଶ ଆଗ । ଦେଶର ସ୍ୱାଧିନତା ପାଇଁ ଜୀବନ ଦେବାକୁ ବି ପ୍ରସ୍ତୁତ ବୋଲି କହିଛନ୍ତି ଆଫଗାନିସ୍ତାନର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ବିଶମିଲ୍ଲା ଖାନ୍ ମହମ୍ମଦି । ବିଶମିଲ୍ଲାଙ୍କ ପ୍ରତିକ୍ରିୟା ସେତେବେଳେ ସାମ୍ନାକୁ ଆସିଛି ଯେତେବେଳେ ସେ ପୂର୍ବତନ ରାଷ୍ଟ୍ରପତି ଆଶରଫ ଘନୀ ଦେଶକୁ ବିକିଦେଇଥିବା ଅଭିଯୋଗ କରିଥିଲେ ।

ବିଶମିଲ୍ଲା କହିଛନ୍ତି ଯେ, ଯେଉଁମାନେ ମାତୃଭୂମିକୁ ବିକ୍ରି କରିଛନ୍ତି ସେମାନଙ୍କୁ ଗିରଫ କରାଯିବା ଆବଶ୍ୟକ । ଏହାସହ ସେମାନଙ୍କୁ ଦଣ୍ଡ ଦିଆଯାଉ । ଗତ ୧୫ ତାରିଖରେ ତାଲିବାନ ଆଫଗାନିସ୍ତାନର ରାଜଧାନୀ କାବୁଲକୁ କବଜା କରିନେଇଥିଲା । ଆମେରିକା ସେନା ପ୍ରତ୍ୟାହାର ପରେ ତାଲିବାନ ଅସଲ ରୂପ ଦେଖାଇଥିଲା । ସେ ପୁଣି ଆମେରିକାକୁ ତାଲିବାନ ବିରୋଧି ଲଢେଇ ପାଇଁ ସହାୟତା ଲୋଡିଛନ୍ତି ।

ସେ ଟ୍ୱିଟରରେ ଉଲ୍ଲେଖ କରିଛନ୍ତି ଯେ, ପାଞ୍ଜସିର୍ ଉପତ୍ୟାକାରେ ସେ ରହୁଛନ୍ତି । ମୁଜାହୁଦ୍ଦୀନ ଯୋଦ୍ଧାଙ୍କ ସହ ମିଶି ତାଲିବାନକୁ ଦେଶକୁ ହଟାଇବାକୁ ଚାହାଁନ୍ତି । ତାଙ୍କ ପାଖରେ ପୂର୍ବରୁ ଅସ୍ତ୍ରଶସ୍ତ୍ର ରହିଛି । କିନ୍ତୁ ଏହା ପର୍ଯ୍ୟାପ୍ତ ନୁହେଁ ।  ଏପରି ଦିନ ଆସିବ ବୋଲି ସେ ଜାଣିଥିଲେ । ଆଫଗାନ ସେନା, ସ୍ପେଶାଲ ଫୋର୍ସ ତାଲିବାନ ସହ ଲଢେଇ ପାଇଁ ପ୍ରସ୍ତୁତ ଅଛି । ସେ ଆଫଗାନିସ୍ତାନର ସ୍ୱାଧିନତା ପାଇଁ ଲଢେଇ କରିବେ ବୋଲି କହିଛନ୍ତି ।

   Related Posts