ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ଭାଉଜ-ଦିଅରର ଅନୈତିକ ସମ୍ପର୍କ ପାଇଁ ବଳି ପଡିଲା ବିଷ୍ଣୁପ୍ରିୟା, ତଣ୍ଟିକାଟି କରାଯାଇଥିଲା ହତ୍ୟା

15/12/2020 at 8:47 AM

ବାଲିଆପାଳ ୧୫/୧୨: ଅବୈଧ ସମ୍ପର୍କରୁ ହତ୍ୟାକାଣ୍ଡ । ଭାଉଜ-ଦିଅରଙ୍କ ଅବୈଧ ସମ୍ପର୍କ ଦେଖିନେବାରୁ ଜଣେ ୭ ବର୍ଷର ନାବାଳିକାକୁ ହତ୍ୟା । ଏହି ଘଟଣା ପରେ ଗ୍ରାମରେ ଉତ୍ତେଜନା ଦେଖିବାକୁ ମିଳିଛି। ଶାନ୍ତି ପ୍ରତିଷ୍ଠା ପାଇଁ ରକ୍ଷ ଗ୍ରାମରେ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ଜଣାପଡିଛି ।

 ସୂଚନାନୁସାରେ, ଦତ ୧୧ ତାରିଖଠୁ ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଜମ୍ଭୀରାଇ ଗ୍ରାମରୁ ନିଖୋଜ ନାବାଳିକା ବିଷ୍ଣୁପ୍ରିୟା (୭)ର ମୃତଦେହ ସୋମବାର ମିଳିଥିଲା ।  ମାମୁଘର ପାଖ ଏକ ପରିତ୍ୟକ୍ତ ହ୍ରଦ (ଏକର ଏକର ପରିମିତ ଖାଲୁଆ ଜମି)ରୁ ଉଦ୍ଧାର କରାଯାଇଥିଲା ମୃତଦେହ । ସୁନ୍ଦରକୁଲି ଗାଁର ବଳରାମ ପାତ୍ରଙ୍କ ଝିଅ ବିଷ୍ଣୁପ୍ରିୟା ଗତ ଶୁକ୍ରବାର ଟିଉସନ ସାରି ଦିନ ୯ ଟାରେ ମାମୁଘର ଜମ୍ଭୀରାଇକୁ ଆସିଥିଲା। ସୁନ୍ଦରକୁଲି ଓ ଜମ୍ଭୀରାଇ ଗାଁ ଲାଗି ରହିଛି। ମାତ୍ର ସେ ସନ୍ଧ୍ୟା ସୁଦ୍ଧା ଘରକୁ ଫେରିନଥିଲା। ବହୁ ଖୋଜାଖୋଜି ପରେ ତାଙ୍କର ସନ୍ଧାନ ମିଳିନଥିଲା।  ରବିବାର ବିଷ୍ଣୁପ୍ରିୟାର ବାପା ବାଲିଆପାଳ ଥାନାର ଦ୍ୱାରସ୍ଥ ହୋଇଥିଲେ। ପୋଲିସ ତଦନ୍ତ ଆରମ୍ଭ କରିଥିଲା । ସନ୍ଦେହରେ ସେହି ଗ୍ରାମର ଦୀପକ ସାହୁ ଓରଫ ନଟକୁ ଥାନାକୁ ଆଣି ପଚରା ଉଚରା କରିଥିଲା । ରାତିରେ ନଟ ପୁଲିସ ଆଗରେ ସମ୍ପର୍କୀୟ ଭାଣିଜୀ ବିଷ୍ଣୁପ୍ରିୟାକୁ ହତ୍ୟା କରିଥିବା ସ୍ୱୀକାର କରିଥିଲା।

ନଟ କହିବା ଅନୁସାରେ, ତା’ର ସେହି ଗ୍ରାମର ସମ୍ପର୍କୀୟ ଭାଉଜ ତଥା ବିଷ୍ଣୁପ୍ରିୟାର ମାଇଁ ବସୁମତୀ ସହିତ ଅନୈତିକ ସମ୍ପର୍କ ରହିଥିଲା । ଶୁକ୍ରବାର ଦିନ ବିଷ୍ଣୁପ୍ରିୟା ଏହା ଦେଖି ନେଇଥିଲା । ପୂର୍ବରୁ ମଧ୍ୟ ସେ କେତେଥର ଉଭୟ ନଟ ଓ ବସୁମତୀଙ୍କ ଅନୈତିକ ସମ୍ପର୍କ ଦେଖିଥିଲା । କାଳେ ସେ ଏହି ଘଟଣା ବାହାରେ ପ୍ରଘଟ କରି ଦେବ ସେଥିପାଇଁ ଦିଅର-ଭାଉଜ ତା’କୁ ରାସ୍ତାରୁ ହଟାଇବା ଲାଗି ଯୋଜନା କରିଥିଲେ। ବିଷ୍ଣୁପ୍ରିୟାକୁ ଏକ କ୍ରିକେଟ୍‌ ବ୍ୟାଟ୍‌ ବନେଇ ଦେବ ବୋଲି କହି ନଟ ପରିତ୍ୟକ୍ତ ହ୍ରଦ ନିକଟକୁ ଡାକି ନେଇଥିଲା। ସେଠାରେ ନଟ ଓ ବସୁମତୀ ମିଶି ଏକ ଧାରୁଆ ଅସ୍ତ୍ରରେ ବିଷ୍ଣୁପ୍ରିୟାର ତଣ୍ଟି କାଟି ହତ୍ୟା କରିଥିବା ସ୍ୱୀକାର କରିଛି ନଟ । ତା’ପରେ ହ୍ରଦ ମଧ୍ୟରେ ଥିବା ବୁଦବୁଦିଆ ଗଛ ମୂଳ କାଦୁଅରେ ବିଷ୍ଣୁପ୍ରିୟାର ମୃତଦେହକୁ ପୋତି ଦେଇଥିଲେ । ତେବେ ପୋଲିସ ଅଭିଯୁକ୍ତ ନଟ ଓ ବସୁମତୀକୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି ।

   Related Posts