Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ଘନୀଭୂତ ହେବ ଲଘୁଚାପ, ପ୍ରଭାବରେ ଦୁଇଦିନ ପ୍ରବଳ ବର୍ଷିବ
  • ||
  • ରେଳ ଧାରଣାରୁ ମିଳିଲା ମନ୍ତ୍ରୀଙ୍କ ଭଣଜାଙ୍କ ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଦେଶରେ ଉପରତଳ କରୋନା ଗ୍ରାଫ୍, ୨୪ ଘଣ୍ଟାରେ ବାହାରିଲେ ୧୫୮୧୫ କରୋନା ପଜିଟିଭ୍
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୦୩ କୋଭିଡ୍ ପଜିଟିଭ୍
  • ||
  • କନ୍ନଡ ଗାୟକ ଶିବମୋଗା ସୁବାନାଙ୍କ ଦେହାନ୍ତ, ୮୩ ବର୍ଷ ବୟସରେ ହୃଦଘାତରେ ପରଲୋକ
  • ||
  • ଲଘୁଚାପ ସକ୍ରିୟ : ଦୁଇ ଦିନ ଯାଏଁ ପ୍ରବଳ ବର୍ଷା, ଫୁଲୁଛି ବିଭିନ୍ନ ନଦୀ
  • ||

ବିଧାନସଭାରେ MSP ତାତି : ବିଷ୍ଣୁ-ରଣେନ୍ଦ୍ର-ତାରା ମୁହାଁମୁହିଁ

6/07/2022 at 1:03 PM

ଭୁବନେଶ୍ବର ୬।୭: ବିଧାନସଭାରେ ଏମଏସପି ତାତି । ଏମଏସପିକୁ ନେଇ ବିଷ୍ଣୁ-ରଣେନ୍ଦ୍ର-ତାରା ମୁହାଁମୁହିଁ ହୋଇଛନ୍ତି । ସବୁ କଥାରେ କେନ୍ଦ୍ର ସରକାରଙ୍କ ଉପରକୁ ବଲ୍ ଗଡାଇବା ଠିକ୍ ନୁହେଁ ବୋଲି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ । ସେ କହିଛନ୍ତି, ରାଜ୍ୟ ସବୁ କଥାରେ ମୋ ସରକାର, ମୋ ବସ୍, ମୋ ସାଇକେଲ୍ କରୁଛନ୍ତି । ଚାଷ କ୍ଷେତ୍ରରେ ମୋ ଶୀତଳ ଭଣ୍ଡାର, ମୋ ଚାଷୀର ଉତ୍ପାଦନ କରୁନାହାନ୍ତି କାହିଁକି । ସବସିଡି ଦେଉଛନ୍ତି, ସବୁ ସହାୟତା କରୁଛନ୍ତି ବୋଲି କହୁଛନ୍ତି ମାତ୍ର ଜଣେ ଯୁବ ଇଞ୍ଜିନିୟର ଆସିଲେ ଏ ବାବୁରୁ ସେ ବାବୁ ପାଖକୁ ଦଉଡ଼ି ଦଉଡି ଆତ୍ମହତ୍ୟା କରୁଛନ୍ତି । ସରୁ ଚାଉଳର କେତୋଟି ପ୍ଲାଣ୍ଟ ଓଡ଼ିଶାରେ ଅଛି ବୋଲି ପ୍ରଶ୍ନ କଲେ ବିଷ୍ଣୁ । ବରଗଡ଼ରେ ଯେଉଁ ଶହେ ଟଙ୍କା ବୋନସ୍ ଘୋଷଣା କରିଥିଲ ତାହା କୁଆଡେ ଗଲା । ଆନ୍ଧ୍ରପ୍ରଦେଶରୁ ଫୁଲ, ଆଳୁ ଆସୁଛି । ଆନ୍ଧ୍ରରୁ ଫୁଲ ନ ଆସିଲେ ମନ୍ତ୍ରୀଙ୍କ ବେକରେ ମାଳ ପଡ଼ିବନି । ମେ’ଫେୟାର ଯେଉଁ ମକା ଖାଉଛୁ ତାହା ନବରଙ୍ଗପୁରର, ମାତ୍ର ପଲାସାରେ ପ୍ରୋସେସିଂ ହୋଇକି ଆସୁଛି ।

ସେପଟେ ବିଷ୍ଣୁଙ୍କୁ କାଉଣ୍ଟର କଲେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । କହିଲେ ୨୦୧୪ରେ ଆପଣ ନିର୍ବାଚନ ଇସ୍ତାହାରରେ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା କୁଆଡେ ଗଲା । ନିଜ ବାକ୍ୟ ନିଜେ ରକ୍ଷା କର । ୨୦୧୭ପରଠୁ ରାଜ୍ୟ ସରକାର ବାରମ୍ବାର କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରି ଆସୁଛନ୍ତି । ମାତ୍ର ତାହା କାର୍ଯ୍ୟରେ ପରିଣତ ହୋଇ ନାହିଁ ।

ଅନ୍ୟପଟେ କଂଗ୍ରେସର ବିଧାୟକ ତାରା ପ୍ରସାଦ ବାହୀନିପତି ଦାବି କରିଛନ୍ତି, ମନ୍ତ୍ରୀ ସଂକଳ୍ପ ଆଣନ୍ତୁ, ସମସ୍ତ ବିଧାୟକ ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀ ଭେଟିବା ଆଉ ଯଦି ନ ଶୁଣିବେ ତାଙ୍କ ଅଫିସ୍ ଆଗରେ ଧାରଣା ଦେବା ।

   Related Posts