ବିଷ୍ଣୁ ସେଠୀଙ୍କର ଅସ୍ଥି କଳସ ଶୋଭାଯାତ୍ରା, ଯୋଗଦେଲେ ବରିଷ୍ଠ ବିଜେପି ନେତା
10/09/2023 at 1:16 PM

ଭଦ୍ରକ ୧୦।୦୯ : ଧାମନଗରର ପୂର୍ବତନ ବିଧାୟକ ସ୍ବର୍ଗତ ବିଷ୍ଣୁ ସେଠୀଙ୍କର ଅସ୍ଥି କଳସ ଶୋଭାଯାତ୍ରା ଆୟୋଜିତ । ଭଦ୍ରକ ଜିଲ୍ଲା ତିହିଡି ମଙ୍ଗରାଜପୁର ସ୍ଥିତ ବାସଭବନରୁ ସଂକୀର୍ତ୍ତନ ଓ ଶୋଭଯାତ୍ରାରେ ସ୍ବର୍ଗତ ବିଷ୍ଣୁ ସେଠିଙ୍କର ଅସ୍ଥି କଳସକୁ ଅଣାଯାଇଛି ।

ତେବେ ପ୍ରଥମେ ତିହିଡି, ନନ୍ଦପୁର, ଦୋଳସାହି ଦେଇ ଏହି ଶୋଭଯାତ୍ରା ଧାମନଗର ନିର୍ବାଚନମଣ୍ଡଳୀ ପରିକ୍ରମା କରିବା ପରେ ଆନନ୍ଦପୁର ସ୍ଥିତ ସିଦ୍ଧେଶ୍ୱର ଘାଟରେ ବିସର୍ଜନ କରାଯିବ। ସ୍ବର୍ଗତ ବିଷ୍ଣୁ ସେଠୀଙ୍କ ପୁଅ ତଥା ଏବେର ଧାମନଗର ବିଧାୟକ ସୁର୍ଯ୍ୟବଂଶୀ ଏହି ଅସ୍ଥି କଳସ ବିସର୍ଜନ କରିବେ । ଏହି ଅବସରରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହ ବହୁ ବରିଷ୍ଠ ନେତା ଓ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବିଜେପି ନେତାଙ୍କ ସହ ବିଷ୍ଣୁ ପ୍ରେମୀ ଯୋଗ ଦେଇଛନ୍ତି । ଗାଁ ଓ ଛକ ଗୁଡିକରେ ଲୋକେ ଵିଷ୍ଣୁ ସେଠୀଙ୍କ ଅସ୍ଥି କଳସକୁ ଦୀପ ଓ ଫୁଲ ଦେଇ ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।