କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ, ୨୪ ଆହତ, ୧୫ କିମି ଯାଏଁ ଭୂମିକମ୍ପ ଭଳି ଥରି ଉଠିଲା

Published By : Prameya-News7 Bureau | February 23, 2021 IST

ବଦୋଦରା,୨୩/୦୨:  ଗୁଜୁରାଟର ଭରୁଚ ଜିଲ୍ଲାରେ ମଙ୍ଗଳବାର ଏକ ଫ୍ୟାକ୍ଟ୍ରିରେ ବଡ ଧରଣର ଅଘଟଣ ଘଟିଛି । ଝାଗାଡିଆ ସ୍ଥିତ କେମିକାଲ କମ୍ପାନୀରେ ୟୁପିଏଲ-୫ ପ୍ଲାଣ୍ଟରେ ବିସ୍ଫୋରଣ ଘଟିବା ସହ ନିଆଁ ଲାଗିଯାଇଛି । ଏହି ବିସ୍ଫୋରଣରେ ୨୪ ଜଣ ଆହତ ହୋଇଛନ୍ତି । ସୋମବାର ବିଳମ୍ବିତ ରାତ୍ରରେ ଏହି ଫ୍ୟାକ୍ଟ୍ରିରେ ନିଆଁ ଲାଗିଯାଇଥିଲା ।

ଘଟଣାସ୍ଥଳରେ ଦମକଳ ବାହିନୀ ପହଁଚି ନିଆକୁ ଆୟତ କରିବାକୁ ପ୍ରୟାସ କରୁଛନ୍ତି । କମ୍ପାନୀର ସିଏମ ନାମକ ଏକ ପ୍ଲାଣ୍ଟରେ ଏହି ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣ ଏତେ ମାତ୍ରାରେ ଭୟଙ୍କର ଥିଲା ଯେ ୧୫ କିମି ଯାଏଁ ଏହାର ଶବ୍ଦ ଶୁଣିବାକୁ ମିଳିଥିଲା । ନିକଟସ୍ଥ ଗ୍ରାମରେ ଭୂମିକମ୍ପ ଭଳି ଝଟକା ଅନୁଭୂତ ହୋଇଥିଲା । ଲୋକମାନେ ଘରୁ ବାହାରକୁ ଚାଲି ଆସିଥିଲେ ।

ୟୁପିଏଲ କମ୍ପାନୀରେ ବିସ୍ଫୋରଣ ହେବା ପରେ ୨୪ ଜଣ କର୍ମଚାରୀ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଭରୁଚ ଓ ବଦୋଦରା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ବିସ୍ଫୋରଣର କାରଣ ଏବେସୁଦ୍ଧା ସ୍ପଷ୍ଟ ହୋଇନାହିଁ । କିନ୍ତୁ ଦମକଳ ବାହିନୀ ନିଆଁକୁ ଆୟତ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି ।

ସୂଚନାଯୋଗ୍ୟ, ଗତବର୍ଷ ଜୁନରେ ଭରୁଚରେ ଏକ କେମିକାଲ ଫ୍ୟାକ୍ଟ୍ରିରେ ବିସ୍ପୋରଣ ହୋଇଥିଲା । ଏଥିରେ ୧୦ଜଣ ପ୍ରାଣ ହରାଇଥିଲେ  ଓ ୭୭ ଜଣ ଆହତ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.