ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ଭୟଙ୍କର ବିସ୍ଫୋରଣ, ୯ ମୃତ, ୨୦ ଗୁରୁତର

20/12/2020 at 1:56 PM

କାବୁଲ,୨୦/୧୨:   ଆଫଗାନିସ୍ତାନର ରାଜଧାନୀ କାବୁଲରେ ରବିବାର ଏକ ଭୟଙ୍କର ବୋମା ବିସ୍ଫୋରଣ ହୋଇଛି । ଏଥିରେ ୯ ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି । ଟୋଲୋ ନ୍ୟୁଜ୍ ଅନୁସାରେ, ଆଫଗାନିସ୍ତାନର ଆଭ୍ୟନ୍ତରୀଣ ବିଭାଗର ମନ୍ତ୍ରୀ ମସୁଦ ଅନ୍ଦାରାବୀ ଏନେଇ ସୂଚନା ଦେଇଛନ୍ତି । ବୋମା ବିସ୍ଫୋରଣରେ ୯ ଜଣ ପ୍ରାଣ ହରାଇଥିବା ସହ ୨୦ ଜଣ ଗୁରୁତର ହୋଇଥିବା ଜଣାପଡିଛି ।

ସୁରକ୍ଷାକର୍ମୀମାନେ ବିସ୍ଫୋରଣସ୍ଥଳକୁ ଘେରାବନ୍ଦୀ କରି ରଖିଛନ୍ତି । ଏହା ପୂର୍ବରୁ ମଙ୍ଗଳବାର ମଧ୍ୟ କାବୁଲରେ ଏକ ବିସ୍ଫୋରଣରେ ୩ ଜଣ ପ୍ରାଣ ହରାଇଥିଲେ ।ଏହି ବିସ୍ଫୋରଣ ସେହି ସମୟରେ ହୋଇଛି ଯେତେବେଳେ ତାଲିବାନ ଓ ଆଫଗାନ ସରକାର ମଧ୍ୟରେ ଆଲୋଚନା ଚାଲିଛି । ଏହାସହ ଶାନ୍ତି ପାଇଁ ବୁଝାମଣା ହେଉଛି ।

ସୂଚନାଯୋଗ୍ୟ, ଡିସେମ୍ବର ୧୨ ତାରିଖରେ କାବୁଲରେ ରକେଟ ଆକ୍ରମଣ ହୋଇଥିଲା । ଏଥିରେ ଜଣେ ସାଧାରଣ ନାଗରିକ ପ୍ରାଣ ହରାଇଥିଲେ । ଏହସହ ଅନ୍ୟ ୨ଜଣ ଗୁରୁତର ହୋଇଥିଲେ । ତେବେ ବିସ୍ଫୋରଣ ପଛରେ ଆଇଏସଆଇଏସର ହାତ ଥିବା ସନ୍ଦେହ କରାଯାଉଛି ।

   Related Posts