ବିଷାକ୍ତ ମଦ ପିଇ ଅନ୍ଧ ହୋଇଗଲେ ୪ ଯୁବକ, ଏବେସୁଦ୍ଧା ମଲେଣି ୧୬

Published By : Prameya-News7 Bureau | July 19, 2021 IST

ପାଟନା, ୧୯/୦୭ :  ବିଷାକ୍ତ ମଦ ପିଇ ଏବେସୁଦ୍ଧା ୧୬ ମୃତ । ଏହାସହ ଅନ୍ଧ ହୋଇଗଲେ ୪ ଯୁବକ ।ଏପରି ଅଭାବନୀୟ ଘଟଣା ଘଟିଛି ବିହାରର ଚମ୍ପାରଣ ଜିଲ୍ଲାରେ । ପୋଲିସ ମାମଲାର ତଦନ୍ତ ଜାରି ରଖିଛି । ରାଜ୍ୟ ସରକାର ମଦ ଉପରେ ପ୍ରତିବନ୍ଧକ ଲଗାଇଥିବା ବେଳେ କଳାବଜାରୀ ଉପରେ କିନ୍ତୁ ରୋକ୍ ଲାଗୁ ନଥିବାରୁ ଏପରି ଘଟଣା ଘଟିଥିବା କୁହାଯାଉଛି ।

ସୂଚନାନୁସାରେ, ଗତ କିଛିଦିନ ଧରି ଚମ୍ପାରଣରେ ବିଷାକ୍ତ ମଦ କାରବାର ବୃଦ୍ଧି ପାଉଛି । ୭ ଦିନ ମଧ୍ୟରେ ୧୬ ଜଣ ଏହି କାରଣରୁ ପ୍ରାଣ ହରାଇଲେଣି । ତେବେ ରବିବାର ବିଷାକ୍ତ ମଦ ପିଇ ଏଠାରେ ୪ ଜଣ ଦୃଷ୍ଟି ଶକ୍ତି ହରାଇଛନ୍ତି । ଦୃଷ୍ଟିଶକ୍ତି ହରାଇଥିବା ୪୦ ବର୍ଷୀୟ ମହମ୍ମଦ ଇଜାହର କହିଛନ୍ତି ଯେ, ସେ ଗାଁ ବାହାରେ ଦେଶୀ ମଦ ପିଇଥିଲେ । ଏହାପରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା । ଆଖିକୁ ଆଉ କିଛି ଦେଖାଯାଇ ନଥିଲା ।

ଇଜହାରଙ୍କ ଭଳି ରାମନଗର ଥାନା ଅନ୍ତର୍ଗତ ମାଙ୍ଗୁରାହା ଗ୍ରାମର ୫୦ ବର୍ଷୀୟ ସୁଖଲ ମିୟାଁ କହିଛନ୍ତି ଯେ, ସେ ଦୃଷ୍ଟିଶକ୍ତି ହରାଇଛନ୍ତି । ସେ ଗାଁରେ ଥିବା ଭାଟିରେ ମଦ ପିଇଥିଲେ । ଏହାପରେ ସେ ଅନ୍ଧ ହୋଇଯାଇଥିଲେ । ମଦ ପିଇବା ପୂର୍ବରୁ ଆଖିକୁ ଭଲ ଭାବେ ଦେଖାଯାଉଥିଲା ।

ଡରରେ ମୃତଦେହକୁ ପୋତିଦେଲେ

ପଶ୍ଚିମ ଚମ୍ପାରଣରେ ଯେଉଁମାନେ ବିଷାକ୍ତ ମତ ପିଇ ପ୍ରାଣ ହରାଇଛନ୍ତି, ପରିବାର ଲୋକେ ସେମାନଙ୍କ ମୃତଦେହକୁ ଭୟରେ ପୋତି ଦେଇଥିଲେ । ସ୍ଥାନୀୟ ପ୍ରଶାସନ ମଧ୍ୟରେ ଏହାର ଫାଇଦା ଉଠାଇ ବ୍ୟକ୍ତିମାନେ ଅନ୍ୟ କାରଣରୁ ପ୍ରାଣ ହରାଇଥିବା କହୁଥିଲା । କିନ୍ତୁ ମାମଲା ଲୁଚି ରହିନଥିଲା । ସାମ୍ନାକୁ ଆସିଥିଲା ।

ଏହି ଘଟଣାକୁ ନେଇ ତମ୍ପାରଣ ଜେଲ୍ ଡିଆଇଜି ଲଲନ ମୋହନ ପ୍ରସାଦ କହିଛନ୍ତି ଯେ, ବିଷାକ୍ତ ମଦ କାରବାର ଅଭିଯୋଗରେ ଏବେସୁଦ୍ଧା ୧୬ ଜଣ ଗିରଫ ହୋଇଛନ୍ତି । ୧୨ଜଣ ମୃତକଙ୍କ ପରିବାର ଲୋକେ ମଧ୍ୟ ମୃତ୍ୟୁ ପାଇଁ ବିଷାକ୍ତ ମଦକୁ ଦାୟୀ କରିଛନ୍ତି । ମୁଖ୍ୟ ଅଭିଯୁକ୍ତକୁ ଅତିଶୀଘ୍ର ଗିରଫ କରାଯିବ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.