ଲକଡାଉନରେ ଭାରତରେ ସବୁଠୁ ବେଶୀ ଅନଲାଇନ୍ ଅର୍ଡ଼ର ହୋଇଛି ବିରିୟାନୀ

Published By : Prameya-News7 Bureau | July 25, 2020 IST

ନୂଆଦିଲ୍ଲୀ ୨୫/୭: କରୋନା ଭାଇରସ୍ ଏବଂ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଲକଡାଉନ୍ ଯୋଗୁଁ ଲୋକଙ୍କୁ ଅନେକ ମାସ ଯାଏଁ ଘରେ ବସିବାକୁ ପଡ଼ିଥିଲା। ଏହାର କେତେକ ସକରାତ୍ମକ ଦିଗ ମଧ୍ୟ ସାମନାକୁ ଆସିଥିଲା,ରେଷ୍ଟୁରାଣ୍ଟ ଏବଂ ପବ୍ ବନ୍ଦ ହୋଇଯିବା ଯୋଗୁଁ ଲୋକେ ନିଜ ପ୍ରିୟ ଖାଦ୍ୟ ଘରେ ପ୍ରସ୍ତୁତ କରିବାକୁ ଲାଗିଥିଲେ ଏବଂ ଏହା ଦ୍ବାରା ନୂଆ ନୂଆ ପ୍ରକାର ବ୍ୟଞ୍ଜନର ଆବିଷ୍କାର ହୋଇଥିଲା।

{"id":305183,"sizeSlug":"large"}

ଲକଡାଉନରେ ଖାଇବା ଜିନିଷର ଅନଲାଇନ୍ ଡେଲିଭରି ଅତ୍ୟଧିକ ହୋଇଥିଲା ଏବଂ ଏହି ସମୟରେ ଲୋକେ ସବୁଠୁ ଅଧିକ ବିରିୟାନୀ ଅର୍ଡ଼ର କରିଥିଲେ। ଅନଲାଇନ୍ ଫୁଡ ଡେଲିଭରି ଷ୍ଟାର୍ଟଅପ ସ୍ବିଗିର ରିପୋର୍ଟ ଦି କ୍ବାରେଣ୍ଟାଇନ୍ ଏଡିସନରେ ଏହି କଥାର ଖୁଲାସା କରିଥିଲା ଯେ ଭାରତୀୟମାନେ ସବୁଠୁ ଅଧିକ ବିରିୟାନୀକୁ ପସନ୍ଦ କରିଛନ୍ତି।

{"id":305184,"sizeSlug":"large"}

ରିପୋର୍ଟ ଅନୁସାରେ ଲକଡାଉନ୍ ସମୟରେ ଭାରତୀୟମାନେ ୫.୫ଲକ୍ଷରୁ ଅଧିକ ବିରିୟାନୀ ଅର୍ଡ଼ର କରିଛନ୍ତି। ଏହା ପରେ ବଟର ନାନ ୩.୩୫ଲକ୍ଷ ଅର୍ଡ଼ର ଏବଂ ତୃତୀୟରେ ମସାଲା ଦୋସା ଯାହା ପାଇଁ ୩.୩୧ଲକ୍ଷ ଅର୍ଡ଼ର କରାଯାଇଛି। ସ୍ବିଗି କହିଛି ଯେ ବିରିୟାନୀ ଚତୁର୍ଥ ଥର ଲଗାତାର ସବୁଠୁ ଅଧିକ ଅର୍ଡ଼ର କରାଯାଇଥିବା ବ୍ୟଞ୍ଜନ ରହିଛି।

{"id":305185,"sizeSlug":"large"}

ସ୍ବିଗି ଅନୁସାରେ ସେ ୩୨.୩କୋଟି କିଲୋ ପିଆଜ ଏବଂ ୫.୬୬କୋଟି କିଲୋ କଦଳୀ ଡେଲିଭରି କରିଛି। ଲକଡାଉନରେ ପ୍ରତିଦିନ ରାତି ୮ଟା ଯାଏଁ ପାଖାପାଖି ୬୫,୦୦୦ ଖାଦ୍ୟ ପ୍ୟାକେଟ୍ ଅର୍ଡ଼ର କରାଯାଉଥିଲା।

{"id":305186,"sizeSlug":"large"}

ସ୍ବିଗି ଲକଡାଉନରେ ନିଜ ଅନ୍ -ଡିମାଣ୍ଡ ଡେଲିଭରି ପ୍ଲାଟଫର୍ମରୁ ଭୋଜନ,ଗ୍ରସେରୀ ଏବଂ ଅନ୍ୟ ଅତ୍ୟାବଶ୍ୟକୀୟ ଜିନିଷ ଡେଲିଭରି କରୁଥିଲା। ଭାରତୀୟ ଲକଡାଉନର ଏହି ଅନିଶ୍ଚିତ ମାସରେ ଲୋକେ ୧,୨୯,୦୦୦ଥର ଚକୋ ଲାଭା କେକ୍ ଅର୍ଡ଼ର କରିଥିଲେ।

{"id":305187,"sizeSlug":"large"}

ବିଭିନ୍ନ ସହରରେ ଗତ ମାସରେ ସ୍ବିଗିରେ କରାଯାଇଥିବା ବିଶ୍ଲେଷଣରେ କୁହାଯାଇଛି ଯେ ଗୋଲାପଜାମୁ ମିଠା ୮୪,୫୫୮ଥର ଏବଂ ବଟରସ୍କଚ୍ ମାଓସେଜ କେକ୍ ୨୭,୩୧୭ଥର ଅର୍ଡ଼ର କରାଯାଇଥିଲା। ସ୍ବିଗି ପାଖାପାଖି ୧,୨୦,୦୦୦ଜନ୍ମଦିନ କେକ୍ ମଧ୍ୟ ଡେଲିଭରି କରିଥିଲା।

{"id":305188,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.