୫୭ ବର୍ଷରେ ପାଦ ଦେଲେ ବଲିଉଡ୍‌ ‘ବାଦଶାହ’, ଜନ୍ମଦିନରେ ଫ୍ୟାନ୍ସ ପୁଣି ଦେଖିବେ 'DDLJ'

Published By : Prameya-News7 Bureau | November 02, 2022 IST

ମୁମ୍ଵାଇ ୦୨।୧୧: ବଲିଉଡ୍‌ର କିଙ୍ଗ ଖାନ୍‌ ଶାହାରୁଖ୍‌ । ରୋମାନ୍ସ କିଙ୍ଗ କୁହାଯାଉଥିବା ଶାହରୁଖ ଖାନ ଆଜି ତାଙ୍କର ୫୭ ତମ ଜନ୍ମଦିନ ପାଳନ କରୁଛନ୍ତି। । ବିଟାନ୍‌ରେ ତାଙ୍କୁ ନେଇ ଥାଏ ଖୁବ୍‌ ଚର୍ଚ୍ଚା । ତାଙ୍କ ସୁନ୍ଦର ଅଭିନୟ ପାଇଁ ସବୁବେଳେ ରୁହନ୍ତି ଲାଇମ୍‌ ଲାଇଟରେ । ଆକ୍ସନ , ଡ୍ରାମା ହେଉ କି ରୋମାନ୍ସ ସବୁ ଫିଲ୍ମକୁ କରନ୍ତି ପିକଚର ପରଫେକ୍ଟ । ଶାହରୁଖ ଖାନଙ୍କ ପ୍ରଶଂସକମାନଙ୍କ ପାଇଁ ୨ ନଭେମ୍ବର ଉତ୍ସବ ଠାରୁ କମ୍ ନୁହେଁ। ଏହି ଅବସରରେ ତାଙ୍କ ପ୍ରଶଂସକ ତାଙ୍କ ଜନ୍ମଦିନକୁ ଗ୍ରାଣ୍ଡ କରିବାକୁ ଖୁବ୍‌ ଉତ୍ସାହିତ ଅଛନ୍ତି ।

{"width":814,"height":458}
Ironis, Shahrukh Khan Mengaku Payah soal Urusan Percintaan - ShowBiz  Liputan6.com

ଶାହାରୁଖଙ୍କ ପ୍ରଶଂସକ କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଉପସ୍ଥିତ ।ତାଙ୍କ ସହ ଜଡିତ ଅନେକ ହ୍ୟାସଟ୍ୟାଗ ତାଙ୍କ ଜନ୍ମଦିନ ପୂର୍ବରୁ ଟ୍ଵିଟରରେ ଟ୍ରେଣ୍ଡ କରିବା ଆରମ୍ଭ କରିଥିଲା । କିଙ୍ଗ ଖାନଙ୍କ ଝଲକ ପାଇଁ ତାଙ୍କ ଫ୍ୟାନ୍ସ ଫଲୋର୍ସ ଅଭିନେତା ଘର ମନ୍ନତ ସମ୍ମୁଖରେ ଏକାଠି ହୋଇଥିବାର ଦେଖିବାକୁ ମିଳିଛି। ଗତ ଦୁଇ ବର୍ଷ ଧରି କୋଭିଡ କାରଣରୁ ଏହା ହୋଇପାରିନଥିଲା। ଏଥର ଶାହାରୁଖ ପ୍ରଶଂସକଙ୍କ ଇଚ୍ଛା ପୂରଣ କରିଥିଲେ । ରାତି ପ୍ରାୟ ୧୨ଟା ସମୟରେ ପ୍ରଶଂସକଙ୍କ ସାମ୍ନାକୁ ଆସିଥିଲେ। ଏକ କଳା ଟି-ସାର୍ଟ ଏବଂ କଳା ପ୍ୟାଣ୍ଟ ପିନ୍ଧିଥିଲେ। ଯେଉଁଥିରେ ସେ ବହୁତ ଷ୍ଟାଇଲିସ୍ ଦେଖାଯାଉଥିଲେ। ଏହି ସମୟରେ, ତାଙ୍କ ସାନପୁଅ ଅବରାମ ମଧ୍ୟ ଶାହାରୁଖଙ୍କ ସହ ଉପସ୍ଥିତ ଥିଲେ। ଏହା ସହ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।

{"id":703532,"width":828,"height":466,"sizeSlug":"full","linkDestination":"none"}

କେବଳ ଏତିକି ହିଁ ନୁହେଁ  ତାଙ୍କ ଜନ୍ମଦିନରେ ଶାହାରୁଖଙ୍କ ସୁପରହିଟ୍‌ ଫିଲ୍ମ ଦିଲୱାଲେ ଦୁଲହନିଆ ଲେ ଜାୟଙ୍ଗେ ପୁଣି ଥରେ ବଡ ପରଦାରେ ରିଲିଜ୍‌ ହେବ ।ଏଥିାପାଇଁ ଫିଲ୍ମ ନିର୍ମାତା ଚାହିଁଛନ୍ତି କି ଶାହାରୁଖଙ୍କ ବିଶେଷ ଦିନରେ ଥିଏଟରରେ କିଙ୍ଗ୍‌ ଖାନ୍‌ଙ୍କ ଫିଲ୍ମ ପୁଣି ଦେଖିବେ। ଏନେଇ ପ୍ରଡକ୍ସନ ହାଉସ୍‌ ନିଜେ ଇନଷ୍ଟାଗ୍ରାମ୍‌୍‌ରେ ସୂଚନା ଦେଇଛି । ପୋଷ୍ଟରେ ଲେଖା ହୋଇଛି କି  ବୁଧବାର ଅର୍ଥାତ୍‌ ଆଜି PVR,INOX , ସିନେପଲିସ୍‌‌ରେ ରିଲିଜ୍‌ ହେବ । ଏହା ସହ ଲେଖାହୋଇଛି କି ପଲଟ୍‌... ପୁଣି ପରଦାକୁ ଫେରିଛି। ରାଜ୍‌ ଏବଂ ସିମରନଙ୍କ ସୁନ୍ଦର ଯାତ୍ରାକୁ ୨ ନଭେମ୍ବରରେ ଭାରତର ଥିଏଟରରେ ଦେଖନ୍ତୁ ।

25 years of 'DDLJ': Shah Rukh Khan is 'Raj Malhotra' again; changes social  media DP

ଏହି ଫିଲ୍ମ ବିଷୟରେ କହିବାକୁ ଗଲେ ୯୦ ଦଶକର ସୁପର ଡୁପର ହିଟ୍‌ ହୋଇଥିଲା । ଫିଲ୍ମର ନିର୍ଦ୍ଦେଶନା  ଦେଇଥିଲେ ଆଦିତ୍ୟ ଚ୍ରୋପ୍ରା । ଶାହାରୁଖ-କାଜଲଙ୍କ ରୋମାଣ୍ଟିକ୍‌ କେମେଷ୍ଟ୍ରି ସମସ୍ତ ଦର୍ଶକଙ୍କ ହୃଦୟ ଜିତିଥିଲା । ସେହିପରି ଗୀତ ସହ ତା ଡାଏଲଗ ଗୁଡିକ ବହୁତ ଲୋକ୍ରିୟ ହୋଇଥିଲା । ଯାହା ଆଜି ବି ଚର୍ଚ୍ଚାରେ ଅଛି । ତେବେ ଏହି ଖବର ଶୁଣି ପ୍ରଶଂସକ ବହୁର ଉତ୍ସାହିତ ଅଛନ୍ତି । ଏହାକୁ ନେଇ ବାଣିଜ୍ୟ ଆନାଲିଟିକ୍ସ ବି ଆଶା କରୁଛନ୍ତି ପୁଣି ଥିଏଟର ଫୁଲ ହେବ।

{"id":703533,"sizeSlug":"full","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.