ଜନ୍ମ ଦିନ ଅବସରରେ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି

Published By : Prameya-News7 Bureau | February 15, 2020 IST

ଭୁବନେଶ୍ବର ୧୫।୦୨: ଦିବ୍ୟଙ୍ଗତ କଂଗ୍ରେସ ନେତା ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଆଜି ୫୬ତମ ଜନ୍ମ ଉତ୍ସବ । ଭୁବନେଶ୍ବର ସ୍ଥିତ ସହିଦନଗରରେ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର (ଲୁଲୁ ଭାଇ)ଙ୍କ ଜନ୍ମ ଉତ୍ସବ ପାଳନ ହୋଇଯାଇଛି ।  ଲୁଲୁଙ୍କ ଘନିଷ୍ଠ ବନ୍ଧୁ ଅମୀୟ ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ବିଜେଡ଼ି ଉପମୁଖ୍ୟ ସଚେତକ ରୋହିତ ପୂଜାରୀ, ଏଆଇସିସି ସଦସ୍ୟ ବିଶ୍ବରଞ୍ଜନ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।

ଏହି ଅବସରରେ ସମୀର ମହାନ୍ତି ସ୍ବର୍ଗତ ଲଲାଟେନ୍ଦୁ ମହାପାତ୍ରଙ୍କ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କର ନେତୃତ୍ବ ଓ ଲୋକପ୍ରିୟତା ସମ୍ପର୍କରେ ବଖାଣିଥିଲେ। ଅମୀୟ ଦାସ ଲୁଲୁ ଭାଇଙ୍କ ଆଦର୍ଶକୁ ବଞ୍ଚାଇ ରଖିବାକୁ ଅଣରାଜନୈତିକ ସ୍ତରରେ ଜାରି ରଖିଥିବା ପ୍ରୟାସକୁ ପ୍ରଶଂସା କରିଥିଲେ। ସେହିପରି ରୋହିତ ପୂଜାରୀ, ବିଶ୍ବରଞ୍ଜନ ମହାନ୍ତି ଏବଂ ଅନ୍ୟ ସଦସ୍ୟବୃନ୍ଦ ଅତିଥି ଭାବେ ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ।

ଲୁଲୁ ଭାଇଙ୍କ ସ୍ଥାନ ଅପୂରଣୀୟ। ତାଙ୍କ ଭଳି ଯୁବନେତା କିଛି ବର୍ଷରେ ଥରେ ଜନ୍ମ ନିଅନ୍ତି। ଓଡ଼ିଶାର ଯୁବ ଓ ଛାତ୍ର ସମାଜ ଉପରେ ତାଙ୍କ ପ୍ରଭାବ ସବୁଦିନ ପାଇଁ ଉଦାହରଣ ହୋଇ ରହିବ ବୋଲି ଜନ୍ମଦିନ ଉତ୍ସବରେ ଯୋଗଦେଇଥିବା ଅତିଥିମାନେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.