ପୁଅ ଜନ୍ମଦିନରେ ସମାଜସେବୀଙ୍କ ନିଆରା କାର୍ଯ୍ୟ, ବୃଦ୍ଧାଶ୍ରମରେ ହେଲା ସେଲିବ୍ରେସନ

Published By : Prameya-News7 Bureau | January 24, 2023 IST

ଭୁବନ ୨୪/୦୧: ବର୍ତ୍ତମାନ ଆଧୁନିକତାର ଚାକଚକ୍ୟ ଭିତରେ ଜନ୍ମଦିନ ସାଧାରଣରେ ଘରେ କିମ୍ବା ହୋଟେଲ ଓ ମଣ୍ଡପରେ ପାଳନ ହେଉଛି । କିନ୍ତୁ ସମାଜସେବୀ ବିନୋଦ ମହାରଣା ନିଜ ପୁଅର ଜନ୍ମଦିନ ନିଆରା ଢଙ୍ଗରେ ବୃଦ୍ଧାଶ୍ରମରେ ପାଳିଛନ୍ତି ।

ଫଳରେ ବୃଦ୍ଧାଶ୍ରମରେ ବୃଦ୍ଧ ପିତାମାତାଙ୍କ ମନରେ ଖୁସି ଭରିଦେଇ ପୁତ୍ର ବିଭୋଜିତ ପାଇଁ ସାଉଁଟିଛନ୍ତି ଢେରସାରା ସ୍ନେହ ଓ ମମତା । ତେବେ ଏହି ଅବସରରେ ବିନୋଦ ନିଜ ପରିବାର ଓ ସାଥୀ ମାନଙ୍କ ସହ ଆଶ୍ରମର ପରିଷରରେ ଅନ୍ତେବାସୀଙ୍କ ସହ ଭଜନ କିର୍ତ୍ତନ କରିଥିବା ବେଳେ ଅନ୍ତେବାସୀଙ୍କ ସହ ସାମୁହିକ ଭୋଜନ କରି କିଛି ସମୟ ପାଇଁ ବୃଦ୍ଧ ପିତାମାତାଙ୍କର ଦୁଃଖ ଭୁଲିବାରେ ସହାୟ ହୋଇଥିଲେ ।

ପରେ ଆଶ୍ରମର ଅନ୍ତେବାସୀଙ୍କୁ ନିଜ ପୁତ୍ର ହସ୍ତରେ ବସ୍ତ୍ର ବଣ୍ଟନ ସହିତ ବୃକ୍ଷ ରୋପଣ କରିଥିଲେ । ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଐରା ବୃଦ୍ଧାଶ୍ରମରେ ପାଳିତ ହୋଇଥିବା ଏହି ନିଆରା ଉତ୍ସବ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.