Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଶକ୍ତିଶାଳୀ ହେବ ନୌସେନା: ୧୧ ପାଟ୍ରୋଲିଂ ଭାସେଲ ଓ ୬ ମିସାଇଲ୍ ଭାସେଲ କିଣିବାକୁ ୧୯ ହଜାର କୋଟିର ଡିଲ୍‌
  • ||
  • ବୁଲେଟ ଟ୍ରେନ୍ ପ୍ରକଳ୍ପ ପାଇଁ ଭାରତକୁ ୧୮,୭୫୦ କୋଟି ଓଡିଏ ଋଣ ଦେଲା ଜାପାନୀ ସଂସ୍ଥା
  • ||
  • ପ୍ରତିରକ୍ଷା ମନ୍ତ୍ରାଳୟ ଓ ଭାରତ ଇଲେକ୍ଟ୍ରୋନିକ୍ ଲିମିଟେଡ୍ ମଧ୍ୟରେ ୫,୪୯୮ କୋଟିର ଚୁକ୍ତି ସ୍ୱାକ୍ଷରିତ; EW କିଣିବ ଭାରତୀୟ ସଶସ୍ତ୍ର ବଳ
  • ||
  • କଟକ : କଟକ ଷ୍ଟେସନରୁ ଭଦ୍ରକ-ନୟାଗଡ ମେମୁ ଟ୍ରେନ୍‌ର ଶୁଭାରମ୍ଭ କଲେ ଦୁଇ କେନ୍ଦ୍ରମନ୍ତ୍ରୀ
  • ||
  • ନୂଆପଡା : ଟ୍ରାପ୍ କ୍ୟାମେରାରେ କଏଦ ହେଲା କଲରାପତରିଆ ବାଘ
  • ||
  • ଖଲ୍ଲିକୋଟ : ଋଷିକୁଲ୍ୟା ମୁହାଁଣରେ ବିରଳ ପ୍ରଜାତିର ସାମୁଦ୍ରିକ କଇଁଛ, ଏହାର ଓଜନ ୧୪୦ କିଲୋ
  • ||
  • ନାରାୟଣପାଟଣା : ମିଳିଲା ଗର୍ଭବତୀ ମହିଳାଙ୍କ ଝୁଲନ୍ତା ମୃତଦେହ, ଜ୍ବାଇଁ ବିରୋଧରେ ହତ୍ୟା ଅଭିଯୋଗ
  • ||
  • କାଠୁଆ : ଜାମ୍ମୁକାଶ୍ମୀର କଠୁଆରେ ଭୟଙ୍କର ବିସ୍ଫୋରଣ, ପୂରା ଅଞ୍ଚଳରେ ହାଇଆଲର୍ଟ
  • ||
  • ଭୁବନେଶ୍ୱର : ବଢିଲା ପୁଣି ଓମ୍‌ଫେଡ୍‌ କ୍ଷୀରର ଦର, ପ୍ୟାକେଟ୍‌ ପିଛା ବଢିଲା ୨ଟଙ୍କା
  • ||
  • ନୂଆଦିଲ୍ଲୀ : Twitterର ବଡ ଆକ୍ସନ, ପାକିସ୍ତାନ ସରକାରଙ୍କ ଟ୍ଵିଟର ଆକାଉଣ୍ଟକୁ ବ୍ଲକ କଲା ଭାରତ
  • ||

ଗିନିଜ୍ ବୁକ ଅଫ୍ ରେକର୍ଡରେ ବିର୍ସାମୁଣ୍ଡା ଷ୍ଟାଡିୟମ, ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

29/01/2023 at 11:38 AM

ଭୁବନେଶ୍ୱର ୨୯।୦୧ :  ବିଶ୍ବର ସବୁଠାରୁ ଅଧିକ ସିଟ ଥିବା ବଡ଼ ହକି ଷ୍ଟାଡିୟମ୍ ପାଇଁ ଗିନିଜ ବୁକ୍ ଅଫ୍ ୱାର୍ଡଲ ରେକର୍ଡସରେ ସ୍ଥାନ ପାଇଲା ବିର୍ସାମୁଣ୍ଡା ଷ୍ଟାଡିୟମ୍ । ଓଡ଼ିଶା ପାଇଁ ଗର୍ବର ମୁହୂର୍ତ୍ତ । ଭାରତର କ୍ରୀଡା ଇତିହାସରେ ବିର୍ସାମୁଣ୍ଡା ଲେଖିଲା ସ୍ବର୍ଣ୍ଣିମ ଅଧ୍ୟାୟ ।

ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍ ବିଶ୍ବର ସର୍ବବୃହତ ହକି ଷ୍ଟାଡିୟମର ଅଫିସିଆଲ୍ ମାନ୍ୟତା ପାଇଛି । ଏହି ଖୁସି ଖବରକୁ ପ୍ରଥମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିଛନ୍ତି ଫାଇଭ ଟି ସଚିବ ଭିକେ ପାଣ୍ଡିଆ । ଏହାସହ ଏହି ସମୟର ବିରଳ ମୁହୂର୍ତ୍ତକୁ ସୋସିଆଲ ମିଡିଆରେ ସେ ସେୟାର କରିଛନ୍ତି ।

ଖବର ଶୁଣି ବେଶ୍ ଖୁସି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିପାଇଁ ସେ ଓଡିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ସମସ୍ତଙ୍କର ପ୍ରୟାସ, ସହଭାଗୀତା ଓ ଏକ ହୋଇ କାମ କରିବା ଫଳରେ ଓଡିଶାକୁ ସଫଳତା ମିଳିଛି । ମାତ୍ର ୧୫ ମାସରେ ବିଶ୍ବର ସର୍ବବୃହତ ହକି ଷ୍ଟାଡିୟମ୍ ନିର୍ମାଣ କରିବା ଏକ ମିରାକିଲ୍ । ମାତ୍ର ଓଡ଼ିଶାର ନିଷ୍ଠାପର ଉଦ୍ୟମ ଏହାକୁ ବାସ୍ତବ ରୂପ ଦେଇଛି ।’

ପୂର୍ବରୁ FIH ସଭାପତି ତୟାବ ଇକ୍ରମ ମଧ୍ୟ ବିର୍ସାମୁଣ୍ଡା ଷ୍ଟାଡିୟମକୁ ବିଶ୍ବର ସର୍ବବୃହତ ହକି ଷ୍ଟାଡିୟମ୍ ବୋଲି କହିଥିଲେ । ସେ କହିଥିଲେ ‘ବିର୍ସାମୁଣ୍ଡା ଭଳି ଷ୍ଟାଡିୟମ ବିଶ୍ବରେ ଗୋଟିଏ । ସେଠାରେ ୨୧ ହଜାର ୮୦୦ ଦର୍ଶକଙ୍କ ବସିବା ସୁବିଧା ରହିଛି । ରାଜ୍ୟ ସରକାର ବିଶ୍ବସ୍ତରୀୟ ବ୍ୟବସ୍ଥା କରିଛନ୍ତି ।

ଷ୍ଟାଡିୟମରେ ସବୁ ବର୍ଗର ଲୋକଙ୍କ ପାଇଁ ସୁବିଧା ରହିଛି । ଭିନ୍ନକ୍ଷମ ବ୍ୟକ୍ତି ମଧ୍ୟ ଷ୍ଟାଡିୟମକୁ ଆରାମରେ ଯାଇ ଖେଳ ଦେଖିପାରିବ ।’ FIH ସଭାପତିଙ୍କ ମନ୍ତବ୍ୟ ଆଉ ଏବେ ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡର ଅଫିସିଆଲ ମାନ୍ୟତା ଓଡ଼ିଶା ପାଇଁ ଗର୍ବ ନେଇ ଆସିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଇଁ ଏହା ସମ୍ଭବ ହୋଇଛି ବୋଲି କହିଛନ୍ତି ଫାଇଭ ଟି ସଚିବ ।

   Related Posts