ବୀରମହାରାଜପୁରର ବିଜୟୀ ବିଧାୟକ ରଘୁନାଥ ଜଗଦଲାଙ୍କ ବିଜୟ ଶୋଭାଯାତ୍ରା

Published By : Prameya-News7 Bureau | June 06, 2024 IST

ବିନିକା ୬।୬: ବୀରମହାରାଜପୁର ବିଧାନସଭା କ୍ଷେତ୍ରରୁ ପ୍ରଥମ ଥର ପାଇଁ ବିଜେପି ପ୍ରାର୍ଥୀ ଇଂଜିନିୟର ରଘୁନାଥ ଜଗଦଲା ବିଜେଡିର ପଦ୍ମନାଭ ବେହେରାଙ୍କୁ ୨୧ ହଜାର ୮୬୬ ଖଣ୍ଡ ଭୋଟ୍‌ରେ ପରାସ୍ତ କରି ବିଜୟୀ ହୋଇଛନ୍ତି । ବିଶେଷ କରି ବିନିକା ବ୍ଲକ ଓ ଏନଏସି ଅଞ୍ଚଳରୁ ୧୩ ହଜାର ୭୨୦ ଖଣ୍ଡ ଅଧିକ ଭୋଟ୍ ଲିଡ୍ କରିଥିବା ଯୋଗୁଁ ବିଜୟୀ ବିଜେପି ବିଧାୟକ ରଘୁନାଥ ସାରା ବିନିକା ଅଞ୍ଚଳବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ବିନିକା ସହରରେ ବିଜେପିର ବିଜୟ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ।

ସ୍ଥାନୀୟ ଯୋଗେଶ୍ୱର ମନ୍ଦିର ଠାରେ ବିଧାୟକ ରଘୁନାଥ ପୂଜାର୍ଚ୍ଚନା କରିବା ପରେ ପ୍ରଥମେ ଗୁଲାପଡାରେ ବିଜୟ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏକ ବିରାଟ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା । ବିଧାୟକ ରଘୁନାଥ ଜଗଦଲା ସ୍ଥାନୀୟ ଦୁର୍ଗା ମନ୍ଦିରକୁ ଯାଇ ମା’ଙ୍କ ଆଶୀର୍ବାଦ ନେଇଥିଲେ । ପରେ ବିଜୟୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଭୋଟରଙ୍କୁ ହାତଯୋଡି ଅଭିବାଦନ ଜଣାଇଥିଲେ । ଏହି ଶୋଭାଯାତ୍ରାରେ ବିଜେପିର ସୁବର୍ଣ୍ଣପୁର ଜିଲ୍ଲା କାର୍ଯ୍ୟକାରୀ ସଭାପତି ବିଜୟ କୁମାର ମହାକୁଡ, ଜିଲ୍ଲା ସାଧାରଣ ସମ୍ପାଦକ ବିଶ୍ବମ୍ବର ମିଶ୍ର, ସାଂସଦ ପ୍ରତିନିଧି ଅଶୋକ କୁମାର ପୃଷ୍ଟି, ପ୍ରଶାନ୍ତ ଦଣ୍ଡସେନା, ନଗର ଉପସଭାପତି ଭୁବନେଶ୍ୱର ଦେହୁରି ପ୍ରମୁଖଙ୍କ ସମେତ ଶତାଧିକ ବିଜେପି କର୍ମୀ ସାମିଲ ହୋଇଥିଲେ ।

You Can Read :

BSKY ହିତାଧିକାରୀଙ୍କୁ ହସ୍ପିଟାଲଗୁଡିକ ଅବହେଳା କି ଡିସ୍‌ଚାର୍ଜ କରିପାରିବେନି : ପ୍ରଦୀପ ଜେନା


 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.