scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଜଗତସିଂହପୁରର ୨ଟି ସ୍ଥାନରେ ବୋମାମାଡ, ଠିକା କାମକୁ କେନ୍ଦ୍ରକରି ବୋମା ଫିଙ୍ଗିଲେ ଦୁର୍ବୃତ୍ତ

29/07/2023 at 10:45 AM

ଜଗତସିଂହପୁର ୨୯।୭: ଜଗତସିଂହପୁର ଜିଲ୍ଲା ଅଞ୍ଚଳରେ ବୋମାମାଡ । ଠିକା କାମକୁ କେନ୍ଦ୍ରକରି ଦୁଇଟି ସ୍ଥାନରେ ବୋମାମାଡ ହୋଇଛି । ଘଟଣାସ୍ଥଳରେ ବିରିଡି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, ଜଗତସିଂହପୁର ଜିଲ୍ଲା ବିରିଡି ଥାନା ଦଣ୍ଡିଲୋ ଗାଁରେ ବୋମାମାଡ ହୋଇଛି । ଶୁକ୍ରବାର ବିଳମ୍ବିତ ରାତିରେ ଠିକା କାମକୁ କେନ୍ଦ୍ରକରି ବୋମାମାଡ ହୋଇଥିବା ଜଣାପଡିଛି । ଦୁଇଟି ସ୍ଥାନରେ ଏକସଙ୍ଗେ ବୋମାମାଡ ହୋଇଛି । ଗୋଟିଏ ବୋମା ଯୁବକ ସଂଘ ଗୃହ ଉପରେ ପଡିଥିବା ବେଳେ ଅନ୍ୟ ଗୋଟିଏ ବୋମା ଜନୈକ ବ୍ୟକ୍ତିଙ୍କ ଘର ଉପରେ ପଡିଛି । ବୋମାମାଡ କରି ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିବା ଜଣାପଡିଛି ।

ତେବେ ବୋମାମାଡ ଫଳରେ କାହାର କିଛି କ୍ଷୟକ୍ଷତି ହୋଇନାହିଁ । ଖବର ପାଇ ଘଟଣାସ୍ଥଳରେ ବିରିଡି ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଲେଖାହେବା ବେଳକୁ ଦୁର୍ବୃତ୍ତମାନଙ୍କ ସମ୍ପର୍କରେ କିଛି ଜଣାପଡିନାହିଁ । ବୋମାମାଡର କାରଣ ଅସ୍ପଷ୍ଟ ରହିଛି । ପୋଲିସର ତଦନ୍ତ ପରେ ବୋମାମାଡର କାରଣ ସ୍ପଷ୍ଟ ହେବ ।

You Can Read :

   Related Posts