Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

୧୭ତମ ଲୋକସଭା ଅଧିବେଶନ : ପ୍ରୋଟେମ ସ୍ପିକର ଭାବେ ଭାବେ ଶପଥ ଗ୍ରହଣ କଲେ ବୀରେନ୍ଦ୍ର କୁମାର

17/06/2019 at 10:39 AM

ନୂଆଦିଲ୍ଲୀ ୧୭/୬ : ପ୍ରୋଟେମ ସ୍ପିକର ବା କାମଚଳା ବାଚଷ୍ପତି ଭାବେ ଶପଥ ଗ୍ରହଣ କଲେ ବୀରେନ୍ଦ୍ର କୁମାର । ଶପଥ ଗ୍ରହଣ ସହ ସଂସଦର ବଜେଟ ଅଧିବେଶନ ଆରମ୍ଭ ହୋଇସାରିଛି । ବଜେଟ ଅଧିବେଶନ ଜୁଲାଇ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ । ସୂତ୍ର ଅନୁଯାୟୀ, ଜୁନ ୧୯ ତାରିଖରେ ଲୋକସଭା ଅଧ୍ୟକ୍ଷଙ୍କ ନିର୍ବଚନ ହେବ । ୨୦ ତାରିଖରେ ରାଷ୍ଟ୍ରପତି ସଂସଦର ୨ଟି ସଦନକୁ ସମ୍ବୋଧନ କରିବେ । ଜୁଲାଇ ୫ ତାରିଖରେ ସରକାର ସମ୍ପୂର୍ଣ ବଜେଟ ଉପସ୍ଥାପନା କରିବେ । ରାଜ୍ୟସଭାରେ ବିଜେପି ନେତା ଥବାର ଚନ୍ଦ୍ର ଗେହ୍ଲତ ବିରୋଧୀ ଦଳଙ୍କୁ ଅନୁରୋଧ କରି କହିଛନ୍ତି, ଯେକୌଣସି ସମସ୍ୟା ଆଲୋଚନା ମାଧ୍ୟମରେ ସମାଧାନ କରାଯାଇପାରିବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ୧୭ତମ ଲୋକସଭା କାର୍ଯ୍ୟକାଳ ଆରମ୍ଭ ହୋଇଛି । ନୂଆ ନୂଆ ସହଯୋଗୀଙ୍କ ସହ କାମ କରିବାର ଏକ ଏକ ମଉକା । ବିରୋଧୀ ନମ୍ବର ଚିନ୍ତା ନକରି ନିରପେକ୍ଷ ଭାବେ ଜନକଲ୍ୟାଣକୁ ପ୍ରାଥମିକତା ଦେଇ କାମ କରିବାକୁ ପ୍ରୟାସ କରିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି । 

ମୋଦି ଆହୁରି କହିଛନ୍ତି ଯେ, ଏହି ନିର୍ବାଚନ ତାଙ୍କ ବହୁତ ମହତ୍ଵପୁର୍ଣ ଥିଲା । ଅନେକ ବର୍ଷ ପରେ ପୁର୍ଣ ବହୁମତ ସରକାର ଗଠନ ହୋଇଛି । ଜନତା ତାଙ୍କୁ ପୁଣିଥରେ ସେବା କରିବା  ମଉକା ଦେଇଛି । ୧୭ତମ ଲୋକସଭା ସମସ୍ତେ ମିଳିମିଶି କାମ କରିବା । ବିରୋଧୀଙ୍କ ପ୍ରତ୍ୟେକ ଶବ୍ଦ ଆମ ପାଇଁ ମୂଲ୍ୟବାନ । ଗଣତନ୍ତ୍ରରେ ବିରୋଧୀ ସକ୍ରିୟ ରହିବ ନିହାତି ଜରୁରୀ ବୋଲି କହିଛନ୍ତି ମୋଦି । ବିରୋଧୀ ସକାରାତ୍ମକ ଭୂମିକା ଗ୍ରହଣ କରିବା ବୋଲି ମୋଦି ଆଶା ବ୍ୟକ୍ତ କରିଛନ୍ତି ।

   Related Posts