ରାଜସ୍ଥାନ ଜୟପୁରରେ ପକ୍ଷୀ ମଡକ
12/11/2019 at 11:21 PM

ଜୟପୁର୧୨।୧୧ – ରାଜସ୍ଥାନ ଜୟପୁରରେ ପକ୍ଷୀ ମଡକ । ଜୟପୁର ନିକଟ ସାମ୍ଭର ଦ୍ରଦରେ ପାଖାପାଖି ଦେଢ ହଜାରରୁ ଅଧିକ ବିଦେଶୀ ପକ୍ଷୀଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଯେଉଁଥିରେ ଅଛନ୍ତି ୧୨ରୁ ଅଧିକ ପ୍ରଜାତିର ପକ୍ଷୀ । ଖବର ପାଇ ବନବିଭାଗ ଓ ସ୍ବେଛାସେବୀ ସଂଗଠନ ପହଞ୍ଚି କାରଣ ଜାଣିବାକୁ ପ୍ରୟାସ ଆରମ୍ଭ କରିଛନ୍ତି ।
ପକ୍ଷୀମଡକର କାରଣ ସ୍ପଷ୍ଟ ହୋଇନାହିଁ । ଦୂଷିତ ପାଣି ଯୋଗୁଁ ଏହା ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି । ଗତକାଲି ସାମ୍ଭର ହ୍ରଦ ନିକଟରୁ ୫କିଲୋମିଟର ଅଞ୍ଚଳ ମଧ୍ୟରେ ପାଖାପାଖି ୧୫ଶହରୁ ଅଧିକ ପକ୍ଷୀଙ୍କ ମୃତଦେହ ଠାବ କରାଯାଇଛି । ଶୀତଦିନେ ଏଠାକୁ ଅନେକ ବିଦେଶାଗତ ପକ୍ଷୀଙ୍କ ଭିଡ ଜମିଥାଏ । ତେବେ ପକ୍ଷୀମଡକ ଘଟଣା ସାମ୍ନାକୁ ଆସିବା ପରେ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛି ସ୍ଥାନୀୟ ବନ ବିଭାଗ,ରାଜସ୍ୱ ବିଭାଗ ଓ ପ୍ରାଣୀ ବିଭାଗ । ମୃତ ପକ୍ଷୀଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି ।….