ବାର୍ଡ ଫ୍ଲୁ ପାଇଁ ନିର୍ଦେଶ ଗୋଟିଏ ହେଲେ କାର୍ଯ୍ୟକାରୀ ହେଉଛି ଅଲଗା

Published By : Prameya-News7 Bureau | February 18, 2020 IST

ଭୁବନେଶ୍ୱର ୧୮।୦୨-  ବାର୍ଡ଼ ଫ୍ଳୁ ପାଇଁ ଖେ।ର୍ଧା ଜିଲାପାଳଙ୍କ ନିର୍ଦେଶ ଅଛି ଗେ।ଟାଏ ହେଲେ ହେଉଛି ଅଲଗା । ଓୟୁଏଟିରୁ ଏୟାରରେ ଏକ କିଲେ।ମିଟର ରେଡ଼ିୟସ୍ ରେ ପିଲା ଓ ଗର୍ଭବତୀ ମହିଳାଙ୍କୁ ଅଣ୍ଡା ନଦେବା ଲାଗି ନିର୍ଦେଶ ଦେଇଥିଲେ ଖେ।ର୍ଧା ଜିଲାପାଳ । କିନ୍ତୁ ଏକ କିଲେ।ମିଟର ବାହାରେ ଥିବା ଅଙ୍ଗନବାଡ଼ି ଏବଂ ପ୍ରାଇମେରୀ ସ୍କୁଲରେ ଅଣ୍ଡା ଦେବା ବନ୍ଦ କରିଦେଇଛନ୍ତି ସମସ୍ତେ । ନ୍ୟୂଜ୍ ସେଭେନର ରିଏଲିଟି ଚେକ୍ ରୁ ଏହା ଜଣାପଡ଼ିଛି । ତେବେ ଖେ।ର୍ଧା ଜିଲାପାଳଙ୍କ ଅର୍ଡ଼ରକୁ  ଅବମାନନା କରି ଅଣ୍ଡା ଦେବା ବନ୍ଦ କରିଦେଇଥିବା ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବା ନେଇ ସଙ୍କେତ ମିଳିଛି ।

{"id":226109,"sizeSlug":"large"}

ବାର୍ଡ଼ ଫ୍ଳୁ ପାଇଁ ଜିଲାପାଳଙ୍କ ନିର୍ଦେଶ ଅଛି ଗେ।ଟାଏ ହେଲେ ହେଉଛି ଅଲଗା । ଓୟୁଏଟିରେ ବାର୍ଡ଼ ଫ୍ଲୁ ବ୍ୟାପିବା ପରେ ସେଠାରେ ଏୟାରରେ ୧ କିଲେ।ମିଟର ରେଡ଼ିୟସ ଭିତରେ ସ୍କୁଲରେ ପଢୁଥିବା ଛେ।ଟ ପିଲା ଓ ଗର୍ଭବତୀ ମହିଳାଙ୍କୁ ଅଣ୍ଡା ବ୍ୟାନ କରିଥିଲା ପ୍ରଶାସନ । ଏନେଇ ଓୟୁଏଟି ୧ କିଲେ।ମିଟର ପରିଧିରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରକୁ ଅବଗତ କରାଯାଇଥିଲା ।

{"id":226112,"sizeSlug":"large"}

ସେହିଦିନଠୁ ଓୟୁଏଟି ଚାରିପଟେ ଥିବା ଅଙ୍ଗନବାଡ଼ି କେନ୍ଦ୍ରକୁ ଅଣ୍ଡା ଦିଆଯାଉନି । ତେବେ ପ୍ରାୟ ପନ୍ଦର ଦିନ ତଳୁ ଜିଲାପାଳ ଏହି ନିର୍ଦେଶାନାମା ଜାରି କରିଥିଲେ ଏବେ ତାହା ବଳବତ୍ତର ରହିଛି । ପ୍ରଶ୍ନ ଉଠୁଛି ବାର୍ଡ଼ ଫ୍ଲୁ ଭୟ ନାହିଁ ବେ।ଲି ପ୍ରଶାସନ କହି ସାରିଥିବା ବେଳେ କାହିଁକି ଏହି ସର୍କୁଲାର ପ୍ରତ୍ୟାହାର କରାଯାଇନାହିଁ । ଅନ୍ୟପଟେ ଯଦି ବାର୍ଡ଼ ଫ୍ଲ ଭୟ ଥାଇପାରେ ଭାବି ସର୍କୁଲାର ପ୍ରତ୍ୟାହାର କରାଯାଉନାହିଁ ତାହେଲେ ଆଉ କେତେ ଦିନ ଓୟୁଏଟି ସୀମା ଚାରିପଟ ପିଲା ଆଉ ମହିଳା ଅଣ୍ଡା ଖାଇବେ ନାହିଁ ତାହା ମଧ୍ୟ ସ୍ପଷ୍ଟ ହେଉନାହିଁ । ଯାହା ଜଣାପଡ଼ୁଛି ବେ।ଧହୁଏ ଏପ୍ରସଙ୍ଗରେ ନା ଜିଲା ପ୍ରଶାସନ ଠିକ୍ ଭାବେ ଅବଗତ ଅଛି ନା ଲେ।କଙ୍କୁ ଏନେଇ ଠିକ୍ କଥା ଅବଗତ କରାଯାଇଛି  ।

{"id":226110,"sizeSlug":"large"}

 ଓୟୁଏଟି ଚାରିପଟର ଏକ କିଲେ।ମିଟର ରେଡ଼ିୟସ ଭିତରର ନୁହେଁ । ଦଶ କିଲମିଟର ପରେ ବି ଚିତ୍ର ଠିକ୍ ସେୟା ଅଛି । ହଂସପାଳ ରେ ନ୍ୟୂଜ୍ ସେଭେନର ଗ୍ରାଉଂଡ଼ ରିୟାଲିଟି ଚେକ୍ ପରେ ଜଣାପଡ଼ିଛି ଯେ ସେଠି ମଧ୍ୟ ଅଙ୍ଗନବାଡ଼ି ଏବଂ ପ୍ରାଇମେରୀ ସ୍କୁଲରେ ପିଲା ଓ ମହିଳାଙ୍କୁ କୁକୁଡ଼ା ଅଣ୍ଡା ଦିଆ ଯାଉନାହିଁ । କାହିଁକି କୁକୁଡ଼ା ଅଣ୍ଡା ମିଳୁନି ବେ।ଲି ପଚାରିଲେ ପିଲାଠୁ ଆରମ୍ଭ କରି ଶିକ୍ଷୟତ୍ରୀ ପର୍ଯ୍ୟନ୍ତ ସମସ୍ତେ କହୁଛନ୍ତି ଯେ ମଧ୍ୟାହ୍ନ ଭେ।ଜନରେ ଅଣ୍ଡା କେବେଠୁ ବନ୍ଦ ହେଲାଣି । ଯେହେତୁ ଉପର ମହଲରୁ ଅଣ୍ଡା ଦେବା ପାଇଁ ମନା ହେ।ଇଛି ଏବଂ ଅଣ୍ଡା ମଧ୍ୟା ସପ୍ଲାଇ ବନ୍ଦ ଅଛି ସେଥିପାଇଁ ଅଣ୍ଡା ବଣ୍ଟନ ବନ୍ଦ ଅଛି ।

{"id":226113,"sizeSlug":"large"}

ଓୟୁଏଟି ଠାରୁ ଏକ କିଲେ।ମିଟର ପରେ ବି ବିଭିନ୍ନ ସ୍କୁଲ ଓ ଅଙ୍ଗନବାଡ଼ିରେ ପିଲା ଆଉ ମହିଳାଙ୍କୁ ଅଣ୍ଡା ଦିଆ ଯାଉନଥିବା ଜାଣିବା ପରେ ପ୍ରଶାସନ ଆସ୍କନ ନେବ ବେ।ଲି କୁହାଯାଉଛି । ଯେଉଁ ମାନେ ଜିଲା ପ୍ରଶାସନର ନିୟମକୁ ନମାନି ନିଜ ମନ ମୁତାବକ ଅଣ୍ଡା ବାଣ୍ଟିବା ବନ୍ଦ କରିଛନ୍ତି ସେମାନଙ୍କ ବିରୁଦ୍ଦରେ କାର୍ଯ୍ୟନୁଷ୍ଠାନ ନିଆଯିବ ବେ।ଲି ସଙ୍କେତ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.