ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ବାର୍ଡ ଫ୍ଲୁ ଭୟ : କୁକୁଡା ମରା ଅଭିଯାନ ଜାରି, ୧୦ କିମି ଭିତରେ ଫାଷ୍ଟଫୁଡ, କୁକୁଡା ମାଂସ ଓ ଅଣ୍ଡା ବିକ୍ରି ବନ୍ଦ

15/12/2018 at 9:20 AM

ପୁରୀ ୧୫|୧୨:  ବାର୍ଡ ଫ୍ଲୁ ଭୟ । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକରେ ସଂକ୍ରମଣ ରୋକିବା ଲାଗି ଅଣ୍ଟାଭିଡିଛି ପ୍ରଶାସନ । ମାଲଦୁ, ବୁଦ୍ଧିବର ଓ ପଥରଗଞ୍ଜ ଗାଁରେ ବାର୍ଡ ଫ୍ଲୁ ପଜେଟିଭ ଜଣାପଡିବା ପରେଗତକାଲିଠୁ କୁକୁଡାମରା ଆରମ୍ଭ ହୋଇଛି । ଆଜିବି କୁକୁଡା ମରା ଅଭିଯାନ ଜାରି ରହିବ । ଏଥିପାଇଁ ୧୦ଟିରାପିଡ ରେସପନ୍ସ ଟିମ୍ ନିୟୋଜିତ କରାଯାଇଛି । ପ୍ରତ୍ୟକ ଟିମ୍ ରେ ୪ ଜଣ ସଦସ୍ୟ ରହିଛନ୍ତି । ୫ଟିଟିମ୍ କେବଳ କୁକୁଡା ମରା କାର୍ଯ୍ୟରେ ଲାଗିଛନ୍ତି । ଏହା ସହ ୩ଟି ଟିମ୍ ସର୍ଭିଲାନ୍ସ କାର୍ଯ୍ୟରେଲାଗିଥିବା ବେଳେ ୨ଟି ଟିମ୍ ରିଜର୍ଭ ରଖାଯାଇଛି । ପ୍ରତ୍ୟକ ଟିମରେ ୪ ଜଣ ସଦସ୍ୟ ରହିଛନ୍ତି । ଟିମରସଦସ୍ୟଙ୍କୁ ଆଣ୍ଟି ଫ୍ଲି ଟାବଲେଟ ପ୍ରଦାନ କରାଯାଇଛି । କୁକୁଡାଙ୍କୁ ମରାଯିବା ପରେ ନିର୍ଦ୍ଧଷ୍ଟସ୍ଥାନରେ ପୋତାଯାଉଛି । ଏହି ୩ଟି ଗାଁର ୧୦ କିଲୋମିଟର ପରିଧି ଭିତରେ ଫାଷ୍ଟଫୁଡ, କୁକୁଡା ମାଂସ ଓଅଣ୍ଡା ବିକ୍ରି ବନ୍ଦ କରାଯାଇଛି । ପରିସ୍ଥିତି ନିୟନ୍ତରଣାଧିନ ଥିବା ବେଳେ ଆତଙ୍କିତ ନହେବାକୁ ଲୋକଙ୍କୁପରାମର୍ଶ ଦେଇଛନ୍ତି ପୁରୀ ଜିଲ୍ଲାପାଳ ।

ସେପଟେ ରାଉରକେଲାରେ ବାର୍ଡଫ୍ଲୁ ଆଶଙ୍କା । ସହରର ବନ୍ଧମୁଣ୍ଡା ଡ଼ିଜେଲ କଲୋନୀ ସହ ସ୍କେକ୍ଟର(ଇ) ଭୁତ ବଙ୍ଗଳା ଅଚଂଳରେ କିଛିଦିନ ହେଲା କାଉ ମଡକ ଦେଖିବାକୁ ମିଳୁଛି । ଖବର ପାଇ ଗତକାଲି ପ୍ରାଣୀ ଚିକିତ୍ସକଙ୍କ ଏକ ଟିମ୍ କାଉମଡ଼କ ହୋଇଥିବା ଅଚଂଳକୁ ଯାଇ ଅନୁଧ୍ୟାନ କରିବା ସହ ମୃତ କାଉମାନଙ୍କୁ ରକ୍ତ ନମୁନା ସଂଗ୍ରହ କରିଛନ୍ତି। ଏହାକୁ ପରୀକ୍ଷା ପାଇଁ ପଠାଯାଇଛି ।

ସେହିପରି ବଲାଙ୍ଗିରରେ ବାର୍ଡଫ୍ଲୁ ଭୟ । ତୁଳସୀଗନରରେ କିଛି କାଉ ମରି ପଡିଥିବାର ଦେଖିବାକୁ ମିଳିଛି । ଗତ ୩ ଦିନ ତଳେ ୨ଟି କାଉରମୃତଦେହ ଉଦ୍ଧାର କରାଯାଇଥିଲା । ଗତକାଲି ପୁଣି ଗୋଟିଏ କାଉର ମୃତଦେହ ଠାବ କରାଯାଇଛି । ଘଟଣା ସ୍ଥଳରେପ୍ରାଣୀ ବିଭାଗର ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

   Related Posts