ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡବିଲ: ପୁରୁଣା ବସ୍‌ଷ୍ଟାଣ୍ଡରେ ଯୁବକକୁ ଛୁରାମାଡ଼, ଅତର୍କିତ ଆକ୍ରମଣରେ ଆକବର ଗୁରୁତର
  • ||
  • ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଆରକିଟେକ୍ଟ, ଆର୍ଥିକ କାରବାର ନେଇ ହୋଇପାରେ ଜେରା
  • ||

ବାର୍ଡ଼ ଫ୍ଲୁ ଚିହ୍ନଟ ପରେ କୃଷ୍ଣପ୍ରସାଦରେ କୁକୁଡ଼ା ମରା ଅଭିଯାନ ଜାରି; ଦୁଇଦିନରେ ୬୭୫ କୁକୁଡ଼ା ମରାଯାଇଛି

16/12/2018 at 11:13 AM

କୃଷ୍ଣପ୍ରସାଦ ୧୬/୧୨ : କୃଷ୍ଣପ୍ରସାଦ ବ୍ଲକରେ ବାର୍ଡ ଫ୍ଲୁ ଚିହ୍ନଟ ପରେ ବିଭିନ୍ନ ସ୍ଥାନରେ କୁକୁଡ଼ା ମରା ଅଭିଯାନ ଜାରି ରହିଛି । ପ୍ରଥମ ଦିନ ବୁଦ୍ଧିବର ପଂଚାୟତର ଦୁଇଟି ଏବଂ ମାଲୁଦ ପଞ୍ଚାୟତ ଗୋଟିଏ ଫାର୍ମରୁ କୁକୁଡ଼ା ମରା ଅଭିଯାନ ଆରମ୍ଭ ହୋଇଥିବା ବେଳେ ଦୁଇଟି ପଂଚାୟତର ବିଭିନ୍ନ ଗାଁମାନଙ୍କୁ ଯାଇ ଘରମାନଙ୍କରେ ପୋଷି ଥିବା ଦେଶୀ କୁକୁଡ଼ା ଅଣ୍ଡାକୁ ରେପିଟି ରେସ୍ପୋନ୍ସ ଟିମ ସଦସ୍ୟ ମାନେ ଜବତ କର କିକୁଡ଼ାଙ୍କୁ ମାରି ଗାତରେ ପୋତିଛନ୍ତି । ପ୍ରଥମ ଦିନରେ ୩୯୯ ବ୍ରୟଲର କୁକୁଡ଼ା, ଦ୍ୱିତୀୟ ଦିନରେ ୨୭୬ ଟି କୁକୁଡ଼ା ଏବଂ ଅଣ୍ଡାକୁ ମରା ଯାଇଥିବା ବ୍ଲକ ପ୍ରାଣୀ ଚିକିତ୍ସକ ରଶ୍ମିକାନ୍ତ ନନ୍ଦ ସୂଚନା ଦେଇଛନ୍ତି । ଗୁରୁତ୍ୱପୂର୍ଣ୍ଣ ସୂଚନା ଯାହା ଆସୁଛି ବ୍ରାହ୍ମଣଦେଓ ଗାଁରେ କୁକୁଡ଼ା କାଉ ମଡ଼କ ପରେ ସେହି ଗାଁରେ ପକ୍ଷୀମାନଙ୍କର ରକ୍ତ ନମୁନାରୁ ବାର୍ଡ ଫ୍ଲୁ ଚିହ୍ନଟ ହୋଇଛି । ଏହି ଖବର ପରେ ବିଭନ୍ନ ଗାଁମାନଙ୍କର ଲୋକମାନେ ଆତଙ୍କିତ ହୋଇ ପଡିଛନ୍ତି । ଘଟଣାସ୍ଥଳରେ କେନ୍ଦ୍ରୀୟ ଜନ ସ୍ଵାସ୍ଥ୍ୟ ଟିମିର ଦୁଇ ଜଣ ଡାକ୍ତର ପହଁଚି ସ୍ଥିତି nଉପରେ ନଜର ରଖିବା ସହ ଲୋକମାନଙ୍କୁ ଭୟଭୀତ ନ ହେବା ପାଇଁ କହିଛନ୍ତି ।

   Related Posts