ସୋରରେ କୁକୁଡା ମଡକ, ବାର୍ଡ ଫ୍ଲୁ ଆଶଙ୍କା
1/03/2020 at 11:01 AM

ସୋର ୧।୩ : ସୋରରେ ବାର୍ଡ ଫ୍ଲୁ ଆତଙ୍କ । ହଜାର ହଜାର କୁକୁଡା ମଡକ । ରାଜପଥ କଡରେ କୁଢ କୁଢ ମୃତ କୁକୁଡା ପଡିଛନ୍ତି । ଗାଁ ଗହଳି ଓ ସହରରେ ମରୁଥିବା କୁକୁଡା ପାଇଁ ବାର୍ଡ ଫ୍ଲୁ ଆତଙ୍କ ଖେଳି ଯାଇଛି। କୁକୁଡା ମୃତ୍ୟୁକୁ ନେଇ ସ୍ଥାନୀୟ ପଶୁ ବିଭାଗ କାରଣ ସ୍ପଷ୍ଟ କରିନାହିଁ ।
ଦେଶୀ, ବ୍ରୟଲର, ଅଷ୍ଟ୍ରଲିଆ କୁକୁଡା ଏହି ରୋଗରୁ ବାଦ୍ ପଡିନାହାନ୍ତି । କୁକୁଡା ମଡକ ପରେ ବଜାରରେ ଜୀବିତ କୁକୁଡାଙ୍କର କିଲୋ ୫୦ ଟଙ୍କା ତଳକୁ ଖସି ଆସିଛି । ଖବର ପାଇ ପଶୁ ବିଭାଗ ତରଫରୁ ଛାନଭିନ ଆରମ୍ଭ ହୋଇଛି ।
Related Posts
ଅଜଣା ଗାଡି ଧକ୍କାରେ ତିନୋଟି ଭାଲୁ ମୃତ
5 February 2023
ପବିତ୍ର ମାଘ ପୂର୍ଣ୍ଣିମା, ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଗଜଉଦ୍ଧାରଣ ବେଶ
5 February 2023
ସିରିଜ୍ ଦୁର୍ଘଟଣା, ତିନୋଟି ବାଇକକୁ ପଛପଟୁ ପିଟିଲା ଟାଟା ଏସି
5 February 2023