କେନ୍ଦ୍ରାପଡ଼ା ୬/୧: ଆଜି ଭିତରକନିକାରେ ପକ୍ଷୀ ଗଣନା ଚାଲିଛି । ସକାଳ ୬ଟାରୁ ବିଶ୍ବପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ପକ୍ଷୀ ଗଣନା ଆରମ୍ଭ ହୋଇଯାଇଛି । ଏହି ଗଣନା ଦିନ ୧୨ଟା ପର୍ଯ୍ୟନ୍ତ ଚାଲିବ । ଗଣନାରେ ୧୬ଟି ଟିମ୍ ନିୟୋଜିତ ଥିବା ବେଳେ ପ୍ରତି ଟିମ୍ ରେ ୪ରୁ ୫ ଜଣ ସଦସ୍ୟ ଅଛନ୍ତି ।
{"id":207543,"sizeSlug":"large"}ବମ୍ବେ ନେଚୁରାଲ ହିଷ୍ଟ୍ରି ସୋସାଇଟର ଡେପୁଡି ଡାଇରେକ୍ଟର ଡକ୍ଟର ଏସ ବାଲଚନ୍ଦ୍ରନଙ୍କ ନେତୃତ୍ବ ରେ ଏହି ଗଣନା କରାଯାଉଛି । ମଠଆଡିଆ, ଗହିରମଥା, ସାତଭାୟା, ସମୁଦ୍ର ଉପକୂଳ ଓ ବିଭିନ୍ନ ଜଳାଶୟ ମାନଙ୍କରେ ଏହି ପକ୍ଷୀଗଣନା ଚାଲିଛି ।
{"id":207545,"sizeSlug":"large"}ଚିଲିକାରେ ଏବର୍ଷ ବଢ଼ିଛି ପକ୍ଷୀ ସଂଖ୍ୟା । ଏସିଆ ମହାଦେଶର ସର୍ବବୃହତ୍ତ ଲୁଣି ହ୍ରଦରେ ୧୮୪ ପ୍ରଜାତିର ୧୧ ଲକ୍ଷରୁ ଅଧିକ ପକ୍ଷୀ ଆସିଛନ୍ତି । ଏହି ବିଶାଳ ହ୍ରଦରେ ଏବର୍ଷ ୧୧ ଲକ୍ଷ ୫ ହଜାର ୪୦ଟି ବିଦେଶାଗତ ପକ୍ଷୀଙ୍କର ସମାଗମ ହୋଇଛି। ଗତ ବର୍ଷ ଚିଲିକାକୁ ୧୦ ଲକ୍ଷ ୪୭ ହଜାର ୯୬୮ ପକ୍ଷୀ ଆସିଥିଲେ । ଏବର୍ଷ ଚିଲିକାର ନଳବଣରେ ସର୍ବାଧିକ ୧୦୨ ପ୍ରଜାତିର ୪ ଲକ୍ଷ ୬ ହଜାର ୩୦୮ ପକ୍ଷୀ ଆସିଛନ୍ତି ।
{"id":207549,"sizeSlug":"large"}ସବୁଠାରୁ ସୁନ୍ଦର ଓ ଆକର୍ଷଣୀୟ ପକ୍ଷୀ ଫ୍ଲେମିଂଗୋଙ୍କ ସଂଖ୍ୟା ଏବର୍ଷ ୧୩ଶହ ୫୦ ଥିବା ବେଳେ ସର୍ବାଧିକ ଗଡ଼ୱାଲ ପକ୍ଷୀ ୨ ଲକ୍ଷ ୫ ହଜାର ୮୮୩ ଅଛନ୍ତି। ତା’ ତଳକୁ ନର୍ଦନ ଟ୍ରିନଟେଲ ୧ ଲକ୍ଷ ୮୨ ହଜାର ୧୭୭ଟି ଅଛନ୍ତି । ସେହିପରି ଓୱିଜନ ପକ୍ଷୀ ୧ ଲକ୍ଷ ୪୩ ହଜାର ୪୧୮ ଥିବା ପକ୍ଷୀଗଣନା ରିପୋର୍ଟରୁ ଜଣାପଡ଼ିଛି । ଚିଲିକା ବନ୍ୟପ୍ରାଣୀ ବିଭାଗ ଚିଲିକା ଡିଭିଜନ ପକ୍ଷରୁ ଯେଉଁ ୫ଟି ରେଞ୍ଜରେ ପକ୍ଷୀ ଗଣନା କରାଯାଉଥିଲା ତାହାର ରିପୋର୍ଟ ଚିଲିକା ବନ୍ୟାପ୍ରାଣୀ DFO ପ୍ରକାଶିତ କରିଛନ୍ତି । ଏହି ପକ୍ଷୀଗଣନା କାର୍ଯ୍ୟରେ ୨୧ଟି ଦଳରେ ୧୫୦ ଜଣ ସଦସ୍ୟ ନିୟୋଜିତ ହୋଇଥିଲେ। ବାଲୁଗାଁ, ଟାଙ୍ଗୀ, ଚିଲିକା, ରମ୍ଭା ଓ ସାତପଡ଼ାରେ ଏହି ଗଣନା କାର୍ଯ୍ୟ ହୋଇଥିଲା ।...
{"id":207550,"sizeSlug":"large"}