ହୀରାକୁଦ ଜଳଭଣ୍ଡାରରେ ପକ୍ଷୀ ଗଣନା ଆରମ୍ଭ, ୩୦ଟି ଟିମ୍ ନିୟୋଜିତ
8/01/2023 at 7:42 AM

Image Courtesy : file
ସମ୍ବଲପୁର ୦୮।୦୧ : ହୀରାକୁଦ ଡ୍ୟାମ୍ରେ ପକ୍ଷୀ ଗଣନା ଆରମ୍ଭ । ଏହି ପକ୍ଷୀ ଗଣନାରେ ୩୦ଟି ଟିମ୍ରେ ମୋଟ ୬୦ ଜଣ ନିୟୋଜିତ ହୋଇଛନ୍ତି ବୋଲି ଡିଏଫ୍ଓ ସୂଚନା ଦିଆଯାଇଛି ।
ଖବର ଅନୁଯାୟୀ, ହୀରାକୁଦ ଜଳଭଣ୍ଡାରରେ ଆରମ୍ଭ ୧୫ଟି ସେକ୍ଟର ଗଠନ ହୋଇଛି । ଏହି ସବୁ ସେକ୍ଟରରେ ପକ୍ଷୀ ଗଣନା ଲାଗି ୩୦ଟି ଟିମରେ ୬୦ ଜଣ ନିୟୋଜିତ ହୋଇଛନ୍ତି | ତେବେ ଏହି ପକ୍ଷୀଗଣନା ସମୟରେ ଜଳଭଣ୍ଡାରରେ ସମସ୍ତ ପ୍ରକାରର କାର୍ଯ୍ୟକଳାପ ବନ୍ଦ ରଖାଯାଇଥିବା ଡିଏଫଓ ସୂଚନ ଦେଇଛନ୍ତି ।
ସେହିପରି ସକାଳ ୬ଟାରୁ ପକ୍ଷୀ ଗଣନା ଆରମ୍ଭ ହୋଇଥିବା ବେଳେ ୩୫ଟି ମତ୍ସଜୀବୀ ଡଙ୍ଗା ନିୟୋଜିତ ହୋଇଛି । ଜିଲ୍ଲା ବାହାରୁ ଏକ୍ସପର୍ଟ ନିୟୋଜିତ ହୋଇଥିବା ବେଳେ ଛତିଶଗଡ଼ ସୀମାନ୍ତବର୍ତ୍ତୀ ଅଞ୍ଚଳ ଯାଏଁ ପକ୍ଷୀ ଗଣନା ପାଇଁ ଟିମ୍ ଯିବ ।
Related Posts
ନବ ଦାସ ହତ୍ୟା ମାମଲା, ଗୋପାଳ ଦାସଙ୍କ ଘରେ କ୍ରାଇମବ୍ରାଞ୍ଚ ଟିମ୍
31 January 2023
ଆସିଲା ନବ ଦାସଙ୍କ ପୋଷ୍ଟମୋର୍ଟମ ରିପୋର୍ଟ, ଫିଟିପାରେ ଅନେକ ରହସ୍ୟ
31 January 2023
ଜମିଲା କନ୍ଧମାଳ ମହୋତ୍ସବ, ପଲ୍ଲିଶ୍ରୀ ମେଳାରେ କୋଟିଏ ଟଙ୍କାର ବିକ୍ରୀ
31 January 2023