କେନ୍ଦୁଝରକୁ କମିଛି ବିଦେଶୀ ପକ୍ଷୀଙ୍କ ଆଗମନ, ୨୦ଟି ଜଳାଶୟରେ ହୋଇଥିଲା ଗଣନା
12/01/2023 at 10:34 AM

କେନ୍ଦୁଝର ୧୨।୦୧ : ଗତ ବର୍ଷ ଅପେକ୍ଷା ଏବର୍ଷ କମିଛି କେନ୍ଦୁଝରକୁ ବିଦେଶୀ ପକ୍ଷୀଙ୍କ ଆଗମନ। ସାରା ରାଜ୍ୟରେ ବନ ବିଭାଗ ପକ୍ଷରୁ ଏକା ସାଙ୍ଗରେ ପକ୍ଷୀ ଗଣନା ଆରମ୍ଭ ହୋଇଥିଲା। ଏହିକ୍ରମରେ କେନ୍ଦୁଝର ବନଖଣ୍ଡର ୨୦ଟି ଜଳାଶୟରେ ଏହି ଗଣନା କରାଯାଇଥିଲା। ସେଥିରୁ ସଦର ବ୍ଲକ କାଇଁଝାରି ଡ୍ୟାମରେ ଦୁଇ ପ୍ରକାରର ବିଦେଶାଗତ ପକ୍ଷୀ ଦେଖିବାକୁ ମିଳିଥିଲା। ୟୁରାସନ ଉଇଜିୟନ ୧୨ଟି ଓ ଟଫଟେଡ ଡକ ୨୮ଟି ଦେଖିବାକୁ ମିଳିଥିଲେ।

ସେହିଭଳି ବଡ଼ ଜଳାଶୟ ଛାଡି ଏବେ ଗାଁ ଗଣ୍ଡାରେ ଥିବା ଛୋଟ ଜଳାଶୟରେ ପକ୍ଷୀମାନଙ୍କର ସଂଖ୍ୟା ଅଧିକା ରହିଛି । ହେଲେ କୌଣସି କାରଣରୁ ଚଳିତ ବର୍ଷ ପକ୍ଷୀ ସଂଖ୍ୟା କମ୍ ରହିଛି । କେନ୍ଦୁଝରରେ ପକ୍ଷୀମାନେ ନିଜକୁ ସୁରକ୍ଷିତ ମଣୁଥିବାରୁ ବିଗତ ବର୍ଷ ପକ୍ଷୀ ସଂଖ୍ୟା ଛଅ ହଜାରରୁ ଅଧିକା ରହିଥିଲା । ହେଲେ ଚଳିତ ବର୍ଷ ୨୨ ଶହ ପାଖାପାଖି ରହିଥିବା କେନ୍ଦୁଝର ଡିଏଫଓ କହିଛନ୍ତି।
