ସରିଲା ଗଣନା, ନିରାଶ କଲେ ବିଦେଶୀ ପକ୍ଷୀ

Published By : Prameya-News7 Bureau | January 10, 2023 IST

ଆନନ୍ଦପୁର ୧୦।୦୧ : ଆନନ୍ଦପୁର ବନ୍ୟପ୍ରାଣୀ ବନଖଣ୍ଡ ଅଧିନରେ ଚାଲିଥିବା ଦିନିକିଆ ପକ୍ଷୀ ଗଣନା ଶେଷ ହୋଇଛି । ବନଖଣ୍ଡ ଅଧିନ ୪ ଗୋଟି ବନାଞ୍ଚଳ ଆନନ୍ଦପୁର, ଦୈତାରୀ, ଦେଓଗାଁ ଓ ହଦଗଡ଼ ଅନ୍ତର୍ଗତ ୧୮ଟି ଜଳାଶୟରେ ପକ୍ଷୀ ଗଣନା କରିଛି ବନବିଭାଗ । ଏଥିପାଇଁ ନିୟୋଜିତ ହୋଇଥିଲେ ଜଣେ ମାତ୍ର ବନକର୍ମଚାରୀ ।

{"id":731505,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ଜଳାଶ୍ରୟ ନିକଟ ବିଭିନ୍ନ ସ୍ଥାନରେ ବସିଥିବା ପକ୍ଷୀଙ୍କୁ ଗୋଟି ଗୋଟି କରିଗଣିବା ସହ ମାଳମାଳ ହୋଇ ଆକାଶରେ ଉଡୁଥିବା ପକ୍ଷୀଙ୍କୁ ବାଇନାକୁଲର  ସାହାଯ୍ୟରେ ଦେଖି ଗଣନା କରାଯାଇଛି । ବୈତରଣୀ ଅବବାହିକା,  ରେମାଳ ଡ୍ୟାମ୍ ଓ ହଦଗଡ  ଡ୍ୟାମ ଭରି ପକ୍ଷୀଙ୍କୁ ସୁହାଇଲା ଭଳି ପ୍ରାକୃତିକ ପରିବେଶ ଥାଇ ମଧ୍ୟ ଚଳିତଥର ବିଦେଶୀ ପକ୍ଷୀ   ଦେଖିବାକୁ ମିଳିନଥିବା ଜଣାପଡିଛି  ।

{"id":731506,"sizeSlug":"full","linkDestination":"none"}

ଅନ୍ୟପଟେ ଚଳିତ ବର୍ଷ ପକ୍ଷୀ ଗଣନା ସମୟରେ ପାଗ ଅନୁକୂଳ ରହିଛି । ହେଲେ ଗତ ବର୍ଷ ୮ ହଜାରରୁ ଅଧିକ ପକ୍ଷୀ ଏହି ସମୟରେ ରହିଥିବାବେଳେ ଏବର୍ଷ ପାଖାପାଖି ସମାନ ସଂଖକ ପକ୍ଷୀ କିମ୍ବା ତାଠାରୁ କିଛି କମ୍ ବେଶି ହୋଇପାରେ ବୋଲି କହିଛନ୍ତି ଆନନ୍ଦପୁର ବନବିଭାଗ  ଏସିଏଫ୍ । ପକ୍ଷୀ ସଂଖ୍ୟା କମିବା ସହ ବିଦେଶୀ ପକ୍ଷୀ ଏଠାକୁ ନଆସିବାର କାରଣ ଖୋଜୁଛି ବନବିଭାଗ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.