ବୀରଭୂମ ହିଂସା ଘଟଣା: ନିର୍ଦ୍ଦେଶ ମିଳିଲେ ତଦନ୍ତ ପାଇଁ ପ୍ରସ୍ତୁତ, କୋଲକାତା ହାଇକୋର୍ଟରେ କହିଲା ସିବିଆଇ

Published By : Prameya-News7 Bureau | March 23, 2022 IST

କୋଲକାତା, ୨୩/୦୩ : ପଶ୍ଚିମବଙ୍ଗ ବୀରଭୂମ ଜିଲ୍ଲା ରାମପୁରହାଟର ଗତ ସୋମବାର ହୋଇଥିବା ହିଂସାରେ ଆଠ ଜଣଙ୍କ ମୃତ୍ୟୁ ହୋଇଛି। ଏହି ମାମଲା ଉପରେ ବୁଧବାର କୋଲକାତା ହାଇକୋର୍ଟରେ ଶୁଣାଣି ହୋଇଛି। ହାଇକୋର୍ଟ ନିର୍ଦ୍ଦେଶ ଦେଲେ ତଦନ୍ତ କରିବାକୁ ପ୍ରସ୍ତୁତ ଥିବା ଶୁଣାଣିରେ ସବିସିଆଇ ହାଇକୋର୍ଟକୁ ଅବଗତ କରାଇଥିଲେ। କୋଲକାତା ହାଇକୋର୍ଟ ଆସନ୍ତାକାଲି ଅପରାହ୍ଣ ୨ଟା ସୁଦ୍ଧା ମାମଲାର ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଜିଲ୍ଲା ଜଜଙ୍କ ଉପସ୍ଥିତିରେ ସିସିଟିଭି କ୍ୟାମେରା ଲଗାଇ ଘଟଣାସ୍ଥଳ ଉପରେ ୨୪ ନଜର ରଖିବାକୁ କୁହାଯାଇଛି।

ରାମପୁରହାଟ ଘଟଣାକୁ ନେଇ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା। ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି । ଦୁଇ ଜଣ ସାକ୍ଷୀଙ୍କ ମୃତ୍ୟୁ ହୋଇଥିବା ଶୁଣାଣି ସମୟରେ ଆବେଦନକାରୀ ଆଇନଜୀବୀ କୋର୍ଟକୁ ସୂଚିତ କରିଥିଲେ। ଆଇନଜୀବୀ କହିଥିଲେ, ମାମଲାର ତଦନ୍ତ କିପରି କରାଯିବା ତାହା ପଶ୍ଚିମଙ୍ଗ ଏସଆଇଟିକୁ ଜଣାନାହିଁ। ପ୍ରମଣା ଗୁରୁତ୍ୱପୂର୍ଣ୍ଣ ଏବଂ ଗୋଟିଏ ଏକ ସପ୍ତାହ ଭିତରେ କୌଣସି ପ୍ରମାଣ ନଷ୍ଟ ହେବାକୁ ନଦିଆଯିବା ଦରକାର। ଶୁଣାଣି ସୟମରେ ସିବିଆଇ ଏହି ମାମଲାକୁ ନିଜ ଆହକୁ ନେବା କଥା କହିଥିଲା। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା କହିଥିଲା, ହାଇକୋର୍ଟଙ୍କ ନିର୍ଦ୍ଦେଶ ମିଳିଲେ ଏହି ମାମଲାର ତଦନ୍ତ ପାଇଁ ଆମେ ପ୍ରସ୍ତୁତ। ବୀରଭୂମ ହିଂସା ପରେ ମମତା ବାନାର୍ଜୀ ସରକାର ବିରୋଧୀଙ୍କ ଟାର୍ଗେଟରେ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଦାବି କରିଛନ୍ତି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.