ବିଶ୍ୱରେ ସବୁଠୁ ବେଶୀ ଲୋକପ୍ରିୟ କ୍ରିକେଟର ତାଲିକାରେ ବିରାଟ, ରୋହିତ ଓ ଧୋନୀ, ବିଶ୍ୱସ୍ତରୀୟ ସର୍ଭେର ରିପୋର୍ଟ

Published By : Prameya-News7 Bureau | August 10, 2020 IST

ନୂଆଦିଲ୍ଲୀ, ୧୦|୦୮:  ସାରା ବିଶ୍ୱରେ ଭାରତୀୟ କ୍ରିକେଟ ଦଳର ଅଧିନାୟର ବିରାଟ କୋହଲିଙ୍କ ଅସଂଖ୍ୟ ଫ୍ୟାନ୍ ରହିଛନ୍ତି । ଭାରତ ସମେତ ବିଦେଶରେ ମଧ୍ୟ ବିରାଟଙ୍କ ଫ୍ୟାନ୍ ଓ ଫଲୋଅର୍ସ ସଂଖ୍ୟା କମ୍ ନୁହେଁ । ବିରାଟଙ୍କ ଫେସବୁକ, ଇନଷ୍ଟାଗ୍ରାମ ପୋଷ୍ଟରେ ମଧ୍ୟ ହଜାର ହଜାର ବିଦେଶୀ ପ୍ରଶଂସକ ଲାଇକ୍ ଓ କମେଣ୍ଟ କରନ୍ତି । ଭାରତୀୟ ଅଧିନାୟକ ଅନ୍ୟ ଖେଳାଳିଙ୍କଠୁ ପପ୍ୟୁଲାର୍ ତାହା ପୁଣିଥରେ ପ୍ରମାଣିତ ହୋଇଛି । ଏହି ୩୧ ବର୍ଷର କ୍ରିକେଟର ବିଶ୍ୱର ସବୁଠାରୁ ପପ୍ୟୁଲାର୍ କ୍ରିକେଟର ବୋଲି ଜଣାପଡିଛି । ସେହିପରି ଭାରତୀୟ ଦଳ ମଧ୍ୟ ବିଶ୍ୱର ସବୁଠାରୁ ପସନ୍ଦଯୋଗ୍ୟ ଟିମ୍ ।

{"id":312624,"width":747,"height":392,"sizeSlug":"large"}

ସେମରସ୍ ରିପୋର୍ଟ ଅନୁସାରେ, କୋହଲିଙ୍କୁ ଜାନୁଆରୀରୁ ଜୁନ ମଧ୍ୟରେ ଇଣ୍ଟରନେଟରେ ପ୍ରାୟ ୧୬.୨ ଲକ୍ଷ ଥର ସର୍ଚ୍ଚ କରାଯାଇଛି । ସେହିପରି ଭାରତୀୟ ଦଳକୁ ୨.୪ ଲକ୍ଷ ଥର ସର୍ଚ୍ଚ କରାଯାଇଛି । ଅନ୍ୟ କ୍ରିକେଟରଙ୍କ ମଧ୍ୟରେ ଟପ୍ ୧୦ରେ ରୋହିତ ଶର୍ମା, ଏମଏସ ଧୋନୀ, ଜର୍ଜ ମ୍ୟାକେ, ଜସ୍ ରିଚାର୍ଡସ, ହାର୍ଦ୍ଦିକ ପାଣ୍ଡ୍ୟା, ସଚିନ ତେନ୍ଦୁଲକର, କ୍ରିସ୍ ମାଥ୍ୟୁସ୍, ଶ୍ରେୟସ ଆୟାର ରହିଛନ୍ତି ।

ବିଭିନ୍ନ ଦଳକୁ ବିଚାରକୁ ନେଲେ ଭାରତୀୟ ଟିମ୍ ତାଲିକାରେ ଆଗରେ ରହିଛି । ଏହାପରେ ଇଂଲଣ୍ଡ, ଅଷ୍ଟ୍ରେଲିଆ, ଓ୍ୱେଷ୍ଟ ଇଣ୍ଡିଜ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ବାଂଲାଦେଶେ, ନ୍ୟୁଜିଲାଣ୍ଡ, ଶ୍ରୀଲଙ୍କା, ଆୟାରଲାଣ୍ଡ, ଆଫଗାନିସ୍ତାନ ଓ ଜିମ୍ବାଓ୍ୱେ ରହିଛନ୍ତି ।

ସେହିପରି ମହିଳା କ୍ରିକେଟଙ୍କ ମଧ୍ୟରେ ସ୍ମୃତି ମାନ୍ଧାନା ଦ୍ୱାଦଶ ଓ ଏଲିସ୍ ପେରୀ ବିଂଶ ସ୍ଥାନରେ ରହିଛନ୍ତି । ଯାହା ଯୁବରାଜ ସିଂ, ଶିଖର ଧାଓ୍ୱନଙ୍କଠୁ ଅଧିକ ।

ଏହାକୁ ନେଇ ସେମରସ୍ କହିଛି ଯେ, ବିରାଟ କୋହଲି ଟପ୍‌ରେ ରହିବା କୌଣସି ଚକିତ କଲା ଭଳି କଥା ନୁହେଁ । ସେ ଜଣେ ଭଲ ବ୍ୟାଟସମ୍ୟାନ । ତେବେ କିଛି ମହିଳା କ୍ରିକେଟର ଅନେକ ଭଲ ଖେଳାଳିଙ୍କଠୁ ଆଗରେ ରହିବା ବିସ୍ମୟ କଲାଭଳି । ଫ୍ୟାନ୍ ମାନେ ମହିଳା କ୍ରିକେଟଙ୍କ ପ୍ରତି ଭଲ ପାଇବା ଦେଖାଇବାକୁ ସମସ୍ତେ ପସନ୍ଦ କରିଛନ୍ତି । ଯେଉଁଥିରୁ ମହିଳା କ୍ରିକେଟରେ ଭବିଷ୍ୟତ ଉଜ୍ଜ୍ୱଳ ବୋଲି ସଂସ୍ଥା କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.