Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଉ କିଛି ଦିନ ପରେ ସାଜିଥାନ୍ତେ ବରଗଡ଼ ଧନୁଯାତ୍ରାର ବଳରାମ, ତା ଆଗରୁ ଦୁନିଆ ଛାଡ଼ି ଚାଲିଗଲେ ଶ୍ରେୟସ
  • ||
  • ଜାଡ଼ରେ ଥରୁଛି କନ୍ଧମାଳ: ଫୁଲବାଣୀରେ ୬.୬ ଡିଗ୍ରୀ, ଦାରିଙ୍ଗବାଡିରେ ୮.୫ ଡିଗ୍ରୀ ସେଲସିୟସ
  • ||
  • ମହିଳା ପ୍ରଦର୍ଶନକାରୀଙ୍କ ସ୍ତନ ଏବଂ ଗୁପ୍ତାଙ୍ଗକୁ ଗୁଳି କରୁଛନ୍ତି ଇରାନୀ ସେନା, ଖୁଲାସା କଲେ ଡାକ୍ତର
  • ||
  • ସିନ୍ଧେକେଲା ଥାନା ଆଇଆଇସି ଗିରଫ, ୨୫ ହଜାର ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ
  • ||
  • ଧର୍ମଗଡ: ଭାରସାମ୍ୟ ହରାଇ ଗଛରେ ପିଟିଲା ମିନିଟ୍ରକ, ଦୁର୍ଘଟଣାରେ ଜଣେ ମୃତ
  • ||
  • ଜାଡ଼ରେ ଥରୁଛି ରାଜ୍ୟ, କୋରାପୁଟରେ ତଳକୁ ଖସିଲା ପାରଦ
  • ||
  • ମୋହନା: ଗୋଷ୍ଠୀ କେନ୍ଦ୍ର ପଛପଟେ ପଡ଼ିଛି କୁଢ଼ କୁଢ଼ ଔଷଧ, ବୈଧତା ଥାଇ ବି ଫୋପାଡିଦେଲେ
  • ||
  • ପାଟଣା ରେଞ୍ଜରେ ଘୁରି ବୁଲୁଛନ୍ତି ହାତୀପଲ, ଧାନ ଫସଲ ନଷ୍ଟ ସହ ଖାଇଗଲେ ଶହ ଶହ ଧାନ ବିଡା
  • ||
  • ନିଶ୍ଚିତକୋଇଲି: ବିଳମ୍ବିତ ରାତିରେ ମାତିଲେ ଡକାୟତ, ଚୋରି କରିବାକୁ ଆସି ନେଇଗଲେ ଜୀବନ
  • ||

ଗର୍ବ ଓ ଅହଂକାର ନିଜ ପାଖରେ ରଖନ୍ତୁ କୋହଲି, ବିରାଟ ବ୍ୟାଟିଂକୁ କଟାକ୍ଷ କଲେ ପୂର୍ବତନ କ୍ରିକେଟର୍

26/08/2021 at 8:44 AM

ନୂଆଦିଲ୍ଲୀ, ୨୬ ।୦୮ : ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଖରାପ ଫର୍ମ ଜାରି ରହିଛି । ସେ ଇଂଲଣ୍ଡ ବିପକ୍ଷ ଟେଷ୍ଟ୍ ସିରିଜର ତୃତୀୟ ମ୍ୟାଚରେ ମାତ୍ର ୭ ରନ୍ କରି ଆଉଟ ହୋଇଥିଲେ । ସେ ଜେମ୍ସ ଆଣ୍ଡରସନଙ୍କ ବଲରେ ଜସ୍ ବଟଲରଙ୍କ ହାତରେ ଧରା ପଡିଥିଲେ ।

ତେବେ ଲର୍ଡସ୍ ଟେଷ୍ଟ ପୂର୍ବରୁ କୋହଲି କହିଥିଲେ ଯେ, ଘରୋଇ ମାଟିରେ ନିଜର ଗର୍ବ ଓ ଅହଂକାରକୁ ପକେଟରେ ରଖିବାକୁ ହେବ । ଏବେ ପୂର୍ବତନ ଭାରତୀୟ କ୍ରିକେଟର ମନିନ୍ଦର ସିଂ କୋହଲିଙ୍କୁ ସେ ନିଜେ ଦେଇଥିବା ପରାମର୍ଶ ମନେ ପକାଇ ଦେଇଛନ୍ତି । ମନିନ୍ଦର କହିଛନ୍ତି ଯେ, କୋହଲି ନିଜ ଜିଦ୍ ଛାଡି କ୍ରିଜରେ ଅତିରିକ୍ତ ସମୟ ବିତାଇବା ଆବଶ୍ୟକ । ଯଦି ବିରାଟ ଚାପରେ ଖେଳିବାକୁ ଚାହାଁନ୍ତି ତାହାଲେ ସବୁଠୁ ସମାନ ପିଚ୍ ମିଳେନାହିଁ । ପୂର୍ବଥର ବିରାଟଙ୍କ ଇଂଲଣ୍ଡ ଗସ୍ତରେ ତାଙ୍କ ବ୍ୟାଟରୁ ୬୦୦ରୁ ଅଧିକ ରନ୍ ବାହାରିଥିଲା । ସେଟ୍ ହେଲା ପରେ ହିଁ ଭଲ ସଟ୍ ବାହାରିଥାଏ ।

ସେ ଆହୁରି କହିଛନ୍ତି ଯେ, ଭାରତୀୟ ପିଚରେ ଗୋଡ ଆଗକୁ ବାହାର କରି ସଟ୍ ଖେଳିହେବ । କୋହଲିଙ୍କୁ ଅଧିକ ଅଭ୍ୟାସ କରିବ ଦରକାର । ଗର୍ବ ଓ ଅହଂକାରକୁ ନିଜ ପାଖରେ ରଖିବା ଆବଶ୍ୟକ । କୋହଲି ବାରମ୍ବାର ଗୋଟିଏ ଭୁଲ ଦୋହରାଇଥାନ୍ତି । ସେ ନିଜ ଶରୀରରୁ ଦୂରରେ ଖେଳୁଛନ୍ତି । ତେଣୁ ଭୁଲ ସଟ୍ ଖେଳି ଆଉଟ୍ ହେଉଥିବା ମନିନ୍ଦର କହିଛନ୍ତି ।

   Related Posts