ବିରାଟ କୋହଲି :ଅନ୍ତର୍ଜାତୀୟ କ୍ରିକେଟରେ ୬୨ଟି ଶତକ ହାସଲ କରିବାରେ ବିଶ୍ୱର ୪ର୍ଥ ଖେଳାଳି ହେବା ସହ ଦକ୍ଷିଣ ଆଫ୍ରିକାର କିମ୍ବଦନ୍ତୀ କ୍ରିକେଟର୍ ଜ୍ୟାକି କାଲିସ୍ଙ୍କ ରେକର୍ଡ ସହ ହେଲେ ସମକକ୍ଷ
28/10/2018 at 6:50 PM

ଭୁବନେଶ୍ଵର ୨୮/୧୦-ବିରାଟ କୋହଲି । ଟିମ ଇଣ୍ଡିଆର ଏହି ଅଧିନାୟକଙ୍କ ବ୍ୟାଟ କଥା କହିଚାଲିଚି, ଆଉ ସେ ରେକର୍ଡ ପରେ ରେକର୍ଡ କରିଚାଲିଛନ୍ତି । ଚଳିତ ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃଚୀୟ ଦିନିକିଆରେ ଶତକ ହାସଲ କରି ପ୍ରଥମ ଭାରତୀୟ ଭାବେ ସେ ଲଗାତର ୩ଟି ଦିନିକିଆରେ ୩ଟି ଶତକ ହାସଲ କରିବାର ବିରଳ ରେକର୍ଡ କରିଛନ୍ତି । ବିରାଟ କୋହଲି । ବୟସ ୨୯ । ୨୧୪ ଦିନିକିଆ । ୧୦୧୮୩ ରନ । ୧୮୩ ସର୍ବାଧିକ ବ୍ୟକ୍ତିଗତ ସ୍କୋର । ଶତକ ୩୮ । ଯେତେବେଳେ ବିରାଟ ବ୍ୟାଟ ଧରି ପଡିଆକୁ ଓହ୍ଲାନ୍ତି, ପୁରା ଷ୍ଟାଡିୟମରେ ରୋମାଞ୍ଚ ଭରିଯାଏ, କିନ୍ତୁ ବଡ ବଡ ବୋଲରଙ୍କ ଛାତି ଥରେ । ପଡିଆର ସବୁ କୋଣକୁ ସଟ୍ ଖେଳିବାରେ ମାହିର ଟିମ ଇଣ୍ଡିଆର ଏହି ଜାନବାଜ ଖେଳାଳି ଅନେକ ସମୟରେ ଦୁର୍ଦ୍ଦଷ ବୋଲରଙ୍କ ଲାଇନ ଲେନଥ ବିଗାଡି ଦିଅନ୍ତି । ବ୍ୟାଟ ଧରି ବିରାଟ ଯେତିକି ଆଟାକିଂ, ଅଧିନାୟକ ହିସାବରେ ସେତିକି ସକସେସଫୁଲ୍ । ଟିମ ଇଣ୍ଡିଆର ଏହି ଡାହାଣ ହାତୀ ବ୍ୟାଟସମ୍ୟାନ ଉପରେ ଏବେ ଭାଗ୍ୟଦେବୀ ପୁରା ପ୍ରଶନ୍ନ । ଲଗାତର ରନ ସଂଗ୍ରହ କରିଚାଲିଥିବା ଏହି ରନମେସିନ, ରେକର୍ଡ ପରେ ରେକର୍ଡ ମଧ୍ୟ କରିଚାଲିଛନ୍ତି । ଚଳିତ ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ଦିନିକିଆରେ ୧୧୦ ବଲ୍ରେ ଶତକ ହାସଲ କରି ବିରାଟ ପୁଣି ଏକ ରେକର୍ଡର ଅଧିକାରୀ ହୋଇଛନ୍ତି। ଏହା ତାଙ୍କ ଦିନିକିଆ କ୍ୟାରିୟର୍ର ୩୮ ତମ ଶତକ ହୋଇଥିବା ବେଳେ ପ୍ରଥମ ଭାରତୀୟ ଭାବେ ସେ ଲଗାତର ୩ଟି ଦିନିକିଆରେ ୩ଟି ଶତକ ହାସଲ କରିବାର ବିରଳ ରେକର୍ଡ କରିଛନ୍ତି । ବିରାଟ୍ଙ୍କ ପୂର୍ବରୁ ଏଭଳି ରେକର୍ଡ ଅନ୍ୟ କୌଣସି ଭାରତୀୟ କରିପାରି ନଥିଲେ । କୋହଲି ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଦିନିକିଆରେ ୧୪୦, ଦ୍ୱିତୀୟ ଦିନିକିଆରେ ଅପରାଜିତ ୧୫୭ ରନ୍ର ଇନିଂସ୍ ଖେଳିଥିଲେ । ଆଉ ଏବେ ତୃତୀୟ ଦିନିକିଆରେ ୧୦୭ ରନ ହାସଲ କରିଛନ୍ତି । ଏହା ସହ ବିରାଟ୍ ଅନ୍ତର୍ଜାତୀୟ କ୍ରିକେଟ୍ରେ ୬୨ଟି ଶତକ ହାସଲ କରିବାରେ ବିଶ୍ୱର ୪ର୍ଥ ଖେଳାଳି ହେବା ସହ ଦକ୍ଷିଣ ଆଫ୍ରିକାର କିମ୍ବଦନ୍ତୀ କ୍ରିକେଟର୍ ଜ୍ୟାକି କାଲିସ୍ଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି । ବିରାଟ୍ କେବଳ ୨୦୧୮ ମସିହାରେ ହିଁ ୧୦ଟି ଶତକ ହାସଲ କରିବାର ରେକର୍ଡ କରିଛନ୍ତି ।