୧୨ ଘଣ୍ଟିଆ ବୀରମିତ୍ରପୁର ବନ୍ଦ: ଦୋକାନ ବଜାରରେ ତାଲା, ଗାଡି ଚଳାଚଳ ଠପ୍

Published By : Prameya-News7 Bureau | October 17, 2022 IST

ରାଉରକେଲା ୧୭/୧୦: ଆଜି ୧୨ ଘଣ୍ଟିଆ ବୀରମିତ୍ରପୁର ବନ୍ଦ । ବନ୍ଦ ଡାକରା ଦେଇଛି ବିରମିତ୍ରପୁର ବିକାଶ ମଞ୍ଚ । ବନ୍ଦ ପ୍ରଭାବରେ ଦୋକାନ ବଜାର ବନ୍ଦ ରହିବା ସହ ଗାଡି ଚଳାଚଳ ଠପ୍ ହୋଇଯାଇଛି ।

ସୂଚନା ଥାଉକି, ଖାଲ ଖମାରେ ଭର୍ତ୍ତି ହୋଇଛି ବୀରମିତ୍ରପୁର ଜାତୀୟ ରାଜପଥ । ୩ କିଲୋମିଟର ପର୍ଯ୍ୟନ୍ତ ରାସ୍ତା ସାଜିଛି ମରଣଯନ୍ତା । ବାରମ୍ୱାର ଦୁର୍ଘଟଣା ଘଟିବା ସହ ଯାଉଛି ଜୀବନ । ଏନେଇ ବାରମ୍ବାର ଦାବି ସତ୍ତ୍ୱେ ନିରବଦ୍ରଷ୍ଟା ପାଲଟିଛି ଜାତୀୟ ରାଜପଥ ବିଭାଗ । ଏହାକୁ ବିରୋଧ କରି ଏହି ବନ୍ଦ ପାଳନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.