ଭିଜିଲାନ୍ସ ଜାଲରେ ବୀରମହାରାଜପୁର ଆରଆଇ, ଅଢେଇ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ

Published By : Prameya-News7 Bureau | July 23, 2019 IST

ସୋନପୁର ୨୩|୭: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ରାଜସ୍ବ ନିରୀକ୍ଷକ ଅରୁଣ କୁମାର ପୁରୋହିତ ଜିଲ୍ଲା ଭିଜିଲାନସ୍ ହାତରେ ଗିରଫ ହୋଇଛନ୍ତି । ବୀରମହାରାଜପୁର ତହସିଲ ଅନ୍ତର୍ଗତ ସଂଗ୍ରାମପୁର ଗାଁର ପ୍ରଦୀପ ପ୍ରଧାନଙ୍କ ପାଖରୁ ଅଢେଇ ହଜାର ଟଂକା ଲାଂଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି  ।

{"id":136515}

ସୂଚନାଯୋଗ୍ୟ ଯେ, ପ୍ରଦୀପ ନିଜ ଜମି ଡିମାରକେସନ ବା ଜମି ଚିହ୍ନଟ ପାଇଁ ତହସିଲ କାର୍ଯ୍ୟାଳୟରେ ଆବେଦନ କରିଥିଲେ  । ଏହି ଡିମାରକେସନ ପାଇଁ ରାଜସ୍ବ ନିରୀକ୍ଷକ ପ୍ରଦୀପଙ୍କୁ ପାଂଚ ହଜାର ଟଂକା ଦାବି କରିଥିଲେ  । ପ୍ରଦୀପ ଅଢେଇ ହଜାର ଟଂକା ଦେବେ କହି ଜିଲ୍ଲା ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ  । ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ପ୍ରଦୀପ ତହସିଲ କାର୍ଯ୍ୟାଳୟକୁ ଯାଇ ରାଜସ୍ବ ନିରୀକ୍ଷକଙ୍କୁ ଡିମାରକେସନ ପାଇଁ ଅନୁରୋଧ କରିଥିଲେ  । ରାଜସ୍ବ ନିରୀକ୍ଷକଙ୍କୁ ଅଢେଇ ହଜାର ଟଂକା ଦେବା ପରେ ତାଙ୍କୁ ଡିମାରକେସନ ପାଇଁ କହିଥିଲେ  । ପୂର୍ବରୁ ତହସିଲ କାର୍ଯ୍ୟାଳୟ ନିକଟରେ ଛପି ରହିଥିବା ଜିଲ୍ଲା ଭିଜିଲାନ୍ସ କର୍ମଚାରୀମାନେ ରାଜସ୍ବ ନିରୀକ୍ଷକଙ୍କ ଅରୁଣ କୁମାର ପୁରୋହିତଙ୍କ ପାଖରୁ ପ୍ରଦୀପ ଦେଇଥିବା ଅଢେଇ ହଜାର ଲାଂଚ ଟଂକା ଜବତ କରିଥିଲେ  । ଘଟଣାର ତଦନ୍ତ କରିବା ପରେ ଜିଲ୍ଲା ଭିଜିଲାନ୍ସ ପ୍ରଦୀପକୁ ଜିଲ୍ଲା କାର୍ଯ୍ୟାଳୟକୁ ଆଣିଛନ୍ତି  । ପ୍ରଦୀପଙ୍କ ନାଁରେ ଏକ ଲାଂଚ ମାମଲା ରୁଜୁ କରିବା ସହିତ ଆଜି କୋର୍ଟଚାଲାଣ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.