ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କୋର୍ଟରେ ଜଜ୍‌ଙ୍କୁ ଛୁରାମାଡ ଉଦ୍ୟମ, କାବୁ କଲା ପୋଲିସ
  • ||
  • ଭୁବନେଶ୍ୱର: ICMRର ପରାମର୍ଶ, ସାମାନ୍ୟ ଜ୍ୱର ହେଲେ ଖାଅନି ଆଣ୍ଟିବାୟୋଟିକ୍
  • ||
  • ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ହଙ୍ଗାମା, ଗୃହ ମୁଲତବୀ କଲେ ବାଚସ୍ପତି
  • ||
  • ପଦ୍ମପୁରରେ କେନ୍ଦ୍ରୀୟ ଟିମ୍‌ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ
  • ||

ମା ବିରଜାଙ୍କ ଚାଲିଛି ଷୋଡଶ ଉପଚାର ପୂଜା, ମନ୍ଦିରରେ ଶ୍ରଦ୍ଧାଳୁ ପ୍ରବଳ ଭିଡ

29/09/2022 at 7:59 AM

ଯାଜପୁର ୨୯।୦୯: ଦଶହରା ଅବସରରେ ମା ବିରଜାଙ୍କ ଚାଲିଛି ଷୋଡଶ ଉପଚାର ପୂଜା। ଗୁରୁବାର ସକାଳୁ ମାଙ୍କ ପାଦ ସ୍ପର୍ଶ ଓ ମୁଖ ଦର୍ଶନ କରୁଛନ୍ତି ଶହଶହ ଶ୍ରଦ୍ଧାଳୁ। ସକାଳୁ ସକାଳୁ ପବିତ୍ର ବୈତରଣୀ ନଦୀରୁ ଶାସନ ବ୍ରାହ୍ମଣମାନେ ଆଣିଥିବା ବୈତରଣୀ ଜଳରେ ମା’ଙ୍କୁ ସ୍ନାନ କରାଯାଇ ବେଶ ପରେ ଗର୍ଭ ଗୃହକୁ ଭକ୍ତମାନଙ୍କୁ ଦର୍ଶନ ପାଇଁ ଚଢ଼ାଯାଇଛି। ଦିନ ୧୧ଟାରୁ ଷୋଡଶ ଉପଚାର ହେବା ସହ ଉପଚାର ପୂଜା, ଚଣ୍ଡୀପାଠ କରାଯିବ। ଅପରାହ୍ନରେ ରଥ ଟଣା ଅନୁଷ୍ଠିତ ହେବ। ଆଜି ରାତିରୁ ମାଙ୍କ ଯଜ୍ଞ ମଣ୍ଡପରେ ପଞ୍ଚମୀ ହୋମ ଆରମ୍ଭ ହୋଇ ଅଷ୍ଟମୀ ପର୍ଯ୍ୟନ୍ତ କରାଯିଵ। ରାତି ୧୨ ଟାରେ ମାଙ୍କ ମହାସ୍ନାନ ସହ ସୁନା ବେଶ କରାଯିବ। ଦଶହରା ଅବସରରେ ମା ବିରଜା ନବଦିନ ବ୍ୟାପୀ ରଥଯାତ୍ରା ଅନୁଷ୍ଠିତ ହେଉଛି।

   Related Posts