ମାଆ ବିରଜାଙ୍କ ପୀଠରେ ଚାଲିଛି ନବଦିନାତ୍ମକ ପୂଜା, ସନ୍ଧ୍ୟାରେ ରଥଟଣା

Published By : Prameya-News7 Bureau | September 28, 2022 IST

ଯାଜପୁର ୨୮/୦୯: ନବରାତ୍ର ପୂଜା ପାଇଁ ଚଳଚଞ୍ଚଳ ବିଭିନ୍ନ ଶକ୍ତିପୀଠ। ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ପୀଠରେ ଚାଲିଥିବା ନବରାତ୍ର ପୂଜାର ଆଜି ହେଉଛି ତୃତୀୟ ଦିନ। ସବୁ ଦିନ ଭଳି ଆଜି ମଧ୍ୟ ସକାଳୁ ବୈତରଣୀ ନଦୀରୁ ବ୍ରାହ୍ମଣ ମାନେ ଜଳ ଆଣିଥିବା ବେଳେ ମାଆଙ୍କ ସ୍ନାନ କରାଯାଇତିଲା ।

ମାଆଙ୍କୁ ସିଂହାସନରେ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ମାଆଙ୍କ ପାଦ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ମାଆଙ୍କ ନବଦିନାତ୍ମକ ପୂଜାରେ ସ୍ୱତନ୍ତ୍ରତା ହେଉଛି ରଥଯାତ୍ରା ପରମ୍ପରା। ବିଶ୍ୱାସ ରହିଛି ମାଆଙ୍କ ରଥଯାତ୍ରା ଓ ପାଦ ଦର୍ଶନ କଲେ କୋଟି ଜନ୍ମର ପାପ କ୍ଷୟ ହୁଏ । ଗତ ଦୁଇ ଦିନ ଭଳି ଆଜି ମଧ୍ୟ ସନ୍ଧ୍ୟା ୫ଟାରେ ମାଆ ବିରଜାଙ୍କ ରଥଟଣା ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.