ଚୋରାରେ ଚାଲିଥିଲା କାରବାର୍‌ : ଅବକାରୀ ଓ ପୋଲିସ ବିଭାଗର ମିଳିତ ଚଢାଉ, ବିପୁଳ ପରିମାଣର ମଦ ଜବତ

Published By : Prameya-News7 Bureau | June 10, 2021 IST

ଖଲ୍ଲିକୋଟ ୧୦।୦୬: ଅବକାରୀ ବିଭାଗ ଓ ପୋଲିସ ପକ୍ଷରୁ ମିଳିତ ଚଢାଉ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳରେ ଚଢାଉ କରିଛି ଉଭୟ ଟିମ୍ । ଏହି ଚଢାଉରେ ବିପୁଳ ପରିମାଣ ମଦ ଜବତ ହେବା ସହ ୮ଜଣଙ୍କୁ ଗିରଫ କରାଯାଇଛି ।

{"id":463913,"sizeSlug":"large","linkDestination":"none"}

ଖବର ଅନୁଯାୟୀ, ଖଲ୍ଲିକୋଟ ଅଞ୍ଚଳରେ ଦୈନଦିନ ଚୋରା ମଦ କାରବାର ବୃଦ୍ଧି ପାଇବାର ଲାଗିଥିଲା । ଯାହାକୁ ନେଇ ଅବକାରୀ ବିଭାଗ ଓ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା । ଏହି ଚଢାଉରେ ସମୟରେ ଭେଜିପୁଟ, ଆଲପୁର ଅଞ୍ଚଳରୁ ୨୩୨ଲିଟର ଦେଶୀ ମଦ ଜବତ କରିବା ସହ ଗୋଟିଏ ବାଇକ ଜବତ ହୋଇଛି । ଏହାସହ ୫ଜଣଙ୍କୁ ଗିରଫ କରାଯାଇଛି ।

ସେହିପରି ନାରାୟଣୀ ଛକ ନିକଟରେ ଥିବା ଅନ୍ୟ ଏକ ସ୍ଥାନକୁ ଅଟୋ ଯୋଗେ ମଦ ଯାଉଥିବା ସମୟରେ ଅବକାରୀ ବିଭାଗ ଚଢାଉ କରିଥିଲା । ଏହି ଚଢାଉରେ ୭ପେଟି ବିୟର, ୧୮୦ ଏମ୍‌ଏମଲ୍‌ର ୪୦ଟି ବିଦେଶୀ ମଦ ବୋତଲ ଜବତ କରିବା ସହ .୩ଜଣଙ୍କୁ ଗିରଫ କରାଯାଇଛି । କରୋନା ସଂକ୍ରମଣକୁ ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ଲାଗୁ କରାଯାଇଛି । କିନ୍ତୁ ଏହି ସମୟରେ ଚୋର ମଦ କାରବାର ବୃଦ୍ଧି ପାଇବାରେ ଲାଗିଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.