ହୋଇପାରେ ଯୁଦ୍ଧ: ପାକିସ୍ତାନ ଧମକର କଡା ଜବାବ ଦେଲେ ଭାରତୀୟ ସେନା ମୁଖ୍ୟ

Published By : Prameya-News7 Bureau | August 13, 2019 IST

ନୂଆଦିଲ୍ଲୀ୧୩|୮: ଜାମ୍ମୁ-କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ପରେ ଭାରତ ଓ ପାକିସ୍ତାନର ସମ୍ପର୍କ ବେଶ ଚର୍ଚ୍ଚାର ବିଷୟ ପାଲଟିଛି। ଏହାର ପ୍ରଭାବ ଏଲଓସିରେ ମଧ୍ୟ ଦେଖିବାକୁ ମିଳିଛି। ଖବର ଅନୁସାରେ ପାକିସ୍ତାନୀ ସେନା ଏଲଓସି ଆଡେ ବଢୁଛନ୍ତି ଓ ଲଦାଖରେ ଏୟାର ଷ୍ଟ୍ରାଇକ କରିବା ପାଇଁ ବିମାନ ପ୍ରସ୍ତୁତି କରୁଛନ୍ତି। ପାକିସ୍ତାନୀ ସେନାଙ୍କ ଏହି ପ୍ରସ୍ତୁତି ନେଇ ଭାରତୀୟ ସେନାର ମୁଖ୍ୟ ବିପିନ ରାୱତ ତକହିଛନ୍ତି ଯେ, ଭାରତ ଆଲର୍ଟ ଅଛି। ସେମାନେ ଏଲଓସି (LOC) ଆସିବା ପାଇଁ ଚାହାନ୍ତି କି ନାହିଁ ଏହା ତାଙ୍କ ଉପରେ ନିର୍ଭର କରେ। ହେଲେ ଭାରତୀୟ ସେନା ତାଙ୍କୁ ଜବାବ ଦେବା ପାଇଁ ପ୍ରସ୍ତୁତ ଅଛନ୍ତି।    

{"id":143930}

ଜାମ୍ମୁ କାଶ୍ମୀରର ପରିସ୍ଥିତି ନେଇ ବିପିନ ରାୱତ କହିଛନ୍ତି ଯେ, କାଶ୍ମୀରୀ ଲୋକଙ୍କ ସହ ତାଙ୍କର ପ୍ରଥମ ଭଳି ସମ୍ପର୍କ ଅଛି। ସେ କହିଛନ୍ତି ଯେ, ଭାରତୀୟ କାଶ୍ମୀରୀଙ୍କୁ ପ୍ରଥମେ ବନ୍ଧୁକ ବିନା ଦେଖା କରୁଥିଲେ ଓ ଆଗକୁ ମଧ୍ୟ ବିନା ବନ୍ଧୁକରେ ଦେଖା କରିବେ ବୋଲି ଆଶା ଅଛି। ଏହା ସହ ଆର୍ମି ଚିଫ୍‌ ବିପିନ ରାୱତଙ୍କ  କହିଛନ୍ତି ଯେ, କାଶ୍ମୀର ଜନତାଙ୍କ ସହ ତାଙ୍କର ପୂର୍ବଭଳି ସମ୍ପର୍କ ମଜବୁତ ଅଛି।  

{"id":143931}

ଏହା ପୂର୍ବରୁ ପାକିସ୍ତାନୀ ସାମ୍ବାଦିକ ହାମିଦ ମୀର ଦାବି କରିଥିଲେ ଯେ, ପାକିସ୍ତାନର ସେନା ଏଲଓସି ଆଡକୁ ବଢୁଛନ୍ତି। ହାମିଦ ପାକ ଅଧିକୃତ କାଶ୍ମୀରରେ ଥିବା ନିଜ ସାଙ୍ଗ ସାଥିଙ୍କୁ ଏହି ବିଷୟରେ ଜଣାଇଛନ୍ତି। ସେ କହିଛନ୍ତି ଯେ, ପିଓକେରେ ଲୋକେ ପାକିସ୍ତାନର ସେନାଙ୍କୁ ସ୍ବାଗତ କରୁଛନ୍ତି।  ପାକିସ୍ତାନ ସରକାର ଏହି ବାବଦରେ କୌଣସି ମନ୍ତବ୍ୟ ଦେଇନାହାନ୍ତି।

{"id":143932,"width":586,"height":371}

ଭାରତ ସରକାର ମଧ୍ୟ ଏହି ବିଷୟରେ କୌଣସି ଘୋଷଣା କରି ନାହିଁ।  ଜାମ୍ମୁ-କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ପରେ ପାକିସ୍ତାନ ଲଗାତାର ଆକ୍ରମଣ କରିବା ପାଇଁ ଯୋଜନା କରୁଛି। ହେଲେ ଏବେ ଯାଏଁ ପାକିସ୍ତାନ ନିଜ ଯୋଜନା ଦ୍ବାରା କୌଣସି ସଫଳତା ହାସଲ କରିନାହିଁ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.