ନୂଆଦିଲ୍ଲୀ ୧୨/୧୨ : ସିଡିଏସ ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣା ସହ ଜଡିତ ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଭିଡିଓକୁ ଯାଞ୍ଚ ପାଇଁ ଫରେନସିକ ଲ୍ୟାବକୁ ପଠାଯାଇଛି। କୁନ୍ନୁର ନିକଟରେ ଦୁର୍ଘଟଣାର ଭିଡିଓ ରେକଡିଂ କରିଥିବା ବ୍ୟକ୍ତିଙ୍କ ମୋବାଇଲ ଫୋନ ଫରେନସିକ ଯାଞ୍ଚ ପାଇଁ ପଠାଯାଇଛି। ଦୁର୍ଘଟଣାରେ ରାୱତଙ୍କ ସମେତ ୧୩ ଜଣଙ୍କର ମୃତ୍ୟୁ ହୋଇଛି।
{"id":558604,"sizeSlug":"full","linkDestination":"none"}ବାହାଘର ଫଟୋ ଓ ଭିଡିଓ ଶୁଟିଂ କରୁଥିବା କୋଏମ୍ବାଟୁରର ଜୋଏ ୮ ତାରିଖରେ ନୀଳଗିରିର କଟ୍ଟେରୀ ଅଞ୍ଚଳରେ ନିଜ ବନ୍ଧୁ ଓ ପରିବାର ସହ ଫଟୋ ଉଠାଇବାକୁ ଯାଇଥିଲେ। ଏତିକିବେଳେ ସେ ନିଜ ଫୋନରେ ଦୁର୍ଘଟଣାର କିଛି ମିନିଟ ପୂର୍ବର ହେଲିକପ୍ଟରର ଭିଡିଓ ରେକର୍ଡ କରିଥିଲେ। କୁହୁଡି ଭିତରେ ହେଲିକପ୍ଟର ଗାୟବ ହୋଇଯିବ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ଜିଲ୍ଲା ପୋଲିସ ମାମଲାର ଯାଞ୍ଚ ପରେ ଜୋଏଙ୍କ ମୋବାଇଲ କୋଏମ୍ବାଟୁର ସ୍ଥିତ ଫରେନସିକ ଲ୍ୟାବକୁ ପଠାଇଛି।
{"id":558605,"sizeSlug":"full","linkDestination":"none"}ପୋଲିସ କହିଛି ଯେ, ଫାଟୋଜାଫର ଓ ଅନ୍ୟମାନେ ଘଞ୍ଚ ଜଙ୍ଗଲକୁ କାହିଁକି ଯାଇଥିଲେ ପତ୍ତା କରିବାକୁ ଯାଞ୍ଚ କରାଯାଉଛି। କାରଣ ଜଙ୍ଗଲୀ ଜୀବଜନ୍ତୁଙ୍କ ଯୋଗୁଁ ଏହା ପ୍ରତିବନ୍ଧିତ କ୍ଷେତ୍ର। ଇତି ମଧ୍ୟରେ ଚେନ୍ନାଇର ପାଣିପାଗ ବିଭାଗ ଦୁର୍ଘଟଣା ଦିନର ତାପମାନ ଓ ପାଣିପାଗ ସମ୍ବନ୍ଧୀୟ ତଥ୍ୟ ମାଗିଛି। ସୁରାକ ଯୋଗାଡ କରିବାକୁ ପୋଲିସ ପ୍ରତ୍ୟକ୍ଷଦର୍ଶୀଙ୍କୁ ମଧ୍ୟ ପଚରାଉଚୁରା କରୁଛି।