ବେବି ସାୱରର ମଜା ଉଠାଇଲେ ବିପାଶା, ପିଙ୍କ୍ ଗାଉନ୍‌ରେ ଆସିଲେ ନଜର

Published By : Prameya-News7 Bureau | September 24, 2022 IST

ମୁମ୍ଵାଇ ୨୪।୦୯: ବଲିଉଡ ଅଭିନେତ୍ରୀ ବିପାଶା ବସୁ ବର୍ତ୍ତମାନ ତାଙ୍କର ପ୍ରଥମ ଗର୍ଭଧାରଣ ପର୍ଯ୍ୟାୟକୁ ବହୁତ ଉପଭୋଗ କରୁଛନ୍ତି। ନିକଟରେ ବିପାଶା ବସୁ ତାଙ୍କ ପରିବାର ଏବଂ ସାଙ୍ଗମାନଙ୍କ ସହିତ ବେବି ସାୱାର କରିଥିଲେ। ଏହି ସମୟ ମଧ୍ୟରେ ତାଙ୍କର କିଛି ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି। ଯାହା ଏବେ ଭାଇରାଲ ହେବାରେ ଲାଗିଛି।

wp:html
/wp:html

ବିପାଶା ବସୁ ତାଙ୍କ ବେବି ସାୱାର ସମାରୋହରେ ସୁନ୍ଦର ଦେଖାଯାଉଥିଲେ ଏବଂ ତାଙ୍କ ଫଟୋ ଦେଖିବା ପରେ ପ୍ରଶଂସକମାନେ କହିଛନ୍ତି ଯେ ଏହି ସମୟରେ ବିପାଶା ଏକ ଡଲ ପରି ଦେଖାଯାଉଛନ୍ତି । ବିପାଶା ବସୁ କିଛି ସମୟ ପୂର୍ବରୁ ତାଙ୍କ ପ୍ରଶଂସକଙ୍କୁ ଏହି ଖୁସି ଖବର ଜଣାଇଥିଲେ। ସେବେଠାରୁ ଅଭିନେତ୍ରୀ ଆଲୋଚନା ରହିଛନ୍ତି।

wp:html
/wp:html

ବିବାହର ୬ବର୍ଷ ପରେ ବିପାଶା ଏବଂ କରଣ ପିତାମାତା ହେବାକୁ ଯାଉଛନ୍ତି। ଏଥିପାଇଁ ନିକଟରେ ବିପାଶା ଏବଂ କରଣ ମୁମ୍ବାଇରେ ଏକ ବେବି ସାୱାର ପାର୍ଟି ରଖିଥିଲେ। ଯେଉଁଠାରେ ଫିଲ୍ମ ଷ୍ଟାର ନଜର ଆସିଥିଲେ ଏବଂ କେକ୍ କାଟି ଥିଲେ । ଅଭିନେତ୍ରୀ ବିପାଶା ତାଙ୍କର ଏହି ପାର୍ଟି ପାଇଁ ବହୁତ ଉତ୍ସାହିତ ଅଛନ୍ତି । ଯାହାର ଚିତ୍ର ସୋସିଆଲ ମିଡିଆରେ ସେୟାର କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.