ପ୍ରେଗ୍‌ନେସିରେ ବିପାଶାଙ୍କ ବୋଲ୍ଡ ଅନ୍ଦାଜ୍‌, ଫଟୋ ଦେଖ ୟୁଜର୍ସ କଲେ ଟ୍ରୋଲ

Published By : Prameya-News7 Bureau | November 05, 2022 IST

ମୁମ୍ଵାଇ ୦୫।୧୧: ବିପାଶା ବସୁ ଶୀଘ୍ର ମା ହେବାକୁ ଯାଉଛନ୍ତି। ସେ ଆଜିକାଲି ଗର୍ଭଧାରଣ ସମୟକୁ ବହୁତ ଉପଭୋଗ କରୁଛନ୍ତି। ବଲିଉଡର ଜଣେ ବୋଲ୍ଡ ଏବଂ ଗ୍ଲାମରସ୍ ଅଭିନେତ୍ରୀ ବିପାଶା ଶେଷ ଫଟୋସୁଟ୍ କରିଛନ୍ତି । ଯେଉଁଥିରେ ସେ ତାଙ୍କ ବେବି ବମ୍ପ ସହ ନଜର ଆସିଛନ୍ତି। ସେୟାର ହୋଇଥିବା ଫଟୋ ଗୁଡ଼ିକରେ ବିପାଶା ଏକ ସୁବର୍ଣ୍ଣ ରଙ୍ଗର ପୋଷାକରେ ଖୁବ୍‌ ସୁନ୍ଦର ଦେଖାଯାଉଛନ୍ତି।

wp:html
/wp:html

ଏନେଇ ବିପାଶା ଫଟୋ ସେୟାର କରି କ୍ୟାପସନ୍‌ରେ ଲେଖିଚନ୍ତି।  ଜଣେ ନିଜ ଶରୀରକୁ ଭଲ ପାଇବା ଉଚିତ୍‌। ସୋସିଆଲ୍‌ ମିଡିଆରେ କିଛି ୟୁଜର୍ସ ତାଙ୍କ ଫଟୋକୁ ପସନ୍ଦ କରୁଥିବା ବେଳେ ଆଉ କିଛି ତାଙ୍କୁ ଟ୍ରୋଲ୍‌ କରିବା ଆରମ୍ଭ କରିଛନ୍ତି। ବର୍ତ୍ତମାନ ବିପାଶାଙ୍କ ମୁହଁରେ ଗର୍ଭଧାରଣର ଚମକ ଦେଖିବାକୁ ମିଳୁଛି | ଅନ୍ୟପଟେ ବିପାଶାଙ୍କ ଛବି ଦେଖିବା ପରେ ୟୁଜର୍ସମାନେ ରାଗି ଯାଇଛନ୍ତି। ଜଣେ ୟୁଜର୍ସ କହିଛନ୍ତି, ବଲିଉଡ ଇଣ୍ଡଷ୍ଟ୍ରି ସନାତନ ଧର୍ମ ସଂସ୍କୃତି ଉପରେ ଏକ ବଡ଼ କଳଙ୍କ। ଅନ୍ୟ ଜଣେ ଲେଖିଛନ୍ତି, ଦେଶର ସଂସ୍କୃତିକୁ ଏହିପରି କରିବା କଥା ନୁହେଁ।

ବିପାଶା ଦୀର୍ଘ ଦିନ ଧରି ଚଳଚ୍ଚିତ୍ରରେ ଜଗତରୁ ଦୂରେଇ ରହିଛନ୍ତି। ତାଙ୍କର ଶେଷ ଚଳଚ୍ଚିତ୍ର ଏଲୋନ୍‌ ୨୦୧୫ରେ ଥିଲା। ବିପାଶା ୨୦୧୬ରେ କରଣ ସିଂ ଗ୍ରୋଭରଙ୍କୁ ବିବାହ କରିଥିଲେ। ବିବାହ ପରେ ସେ ବ୍ୟକ୍ତିଗତ ଜୀବନକୁ ନେଇ ଖୁବ୍‌ ବ୍ୟସ୍ତ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.