oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୧୧ କୋଭିଡ୍ ପଜିଟିଭ୍
  • ||
  • ଲମତାପୁଟ : କାରରୁ ୮ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଫେରାର
  • ||
  • ଭୁବନେଶ୍ୱର : ବର୍ଷାରେ ଭିଜିବ ଦଶହରା, ୨ରେ ଆସୁଛି ଆଉ ଏକ ଲଘୁଚାପ !
  • ||

ବିପାଶାଙ୍କ ଫ୍ୟାମିଲି କମ୍ପ୍ଲିଟ୍, କନଫର୍ମ ହେଲା ଗୁଡ୍ ନ୍ୟୁଜ୍: ବେବି ବମ୍ପ୍ ସହ ସେୟାର କଲେ ଫଟୋ

16/08/2022 at 1:53 PM

ମୁମ୍ୱାଇ ୧୬/୦୮: ଅଭିନନ୍ଦନ, ବଲିଉଡ ଅଭିନେତ୍ରୀ ବିପାଶା ବସୁ ମାଆ ହେବାକୁ ଯାଉଛନ୍ତି । ବିପାଶା ଓ ତାଙ୍କ ହବି କରଣ ସିଂ ଗ୍ରୋଭରଙ୍କ ଜୀବନରେ ଆସିବାକୁ ଯାଉଛନ୍ତି ନୂଆ ଅତିଥୀ । ତାଙ୍କ ଦୁନିଆକୁ ଆସିବାକୁ ଯାଉଛନ୍ତି କୁନି ସିତାରା । ବିପାଶା ବସୁ ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟରେ ତାଙ୍କର ପ୍ରେଗନେନ୍ସି ଥିବା ଖବରକୁ ନିଶ୍ଚିତ କରିଛନ୍ତି ।

ବିପାଶା ବସୁଙ୍କ ନୂଆ ପୋଷ୍ଟ ଦେଖିଲେ ବହୁତ ସ୍ୱପ୍ନଦାୟକ ଜଣାପଡୁଛି । ଏହି ଅଭିନେତ୍ରୀ ଜଣକ ନୂଆ ପୋଷ୍ଟରେ ନିଜର ବେବି ବମ୍ପ୍ ଦେଖାଇ ଖୁସି ବାଣ୍ଟିବାରେ ଲାଗିଛନ୍ତି । ତାଙ୍କ ସ୍ୱାମୀ କରଣ ସିଂ ଗ୍ରୋଭରଙ୍କ ସହ ବିପାଶା ବସୁଙ୍କ ସହ ରୋମାଣ୍ଟିକ ପୋଜରେ ନଜର ଆସିଛନ୍ତି । ଅଗଷ୍ଟ ୧୬ ତାରିଖ ଅପରାହ୍ନରେ ବିପାଶା ବସୁ ତାଙ୍କ ସୋସିଆଲ ମିଡିଆରେ ଦୁଇଟି ଚିତ୍ର ସେୟାର କରିଥିଲେ । ଏହି ଛବିଗୁଡ଼ିକରେ ତାଙ୍କର ବେବି ବମ୍ପ ଦୃଶ୍ୟମାନ ହେଉଛି ।

ବିପାଶା ବସୁ କେବଳ ଗୋଟିଏ ସାର୍ଟ ପିନ୍ଧି ଏହି ଫଟୋସୁଟ୍ କରିଛନ୍ତି । ସେହି ସାର୍ଟର କେବଳ ଗୋଟିଏ ବଟନ୍ ଦିଆଯାଇଛି । ତାଙ୍କ ସ୍ୱାମୀ କରଣ ସିଂ ଗ୍ରୋଭର ବିପାଶାଙ୍କ ସହ ନଜର ଆସିଛନ୍ତି । ଉଭୟଙ୍କ ଫଟୋକୁ ଫ୍ୟାନ୍ସ ବହୁତ ପସନ୍ଦ କରୁଛନ୍ତି । ସୂଚନାଯୋଗ୍ୟ ଯେ ଅଭିନେତ୍ରୀ ବିପାଶା ବସୁ ଏବଂ କରଣ ସିଂ ଗ୍ରୋଭର ୨୦୨୫ ମସିହାରେ ଏକାକୀ ହରର୍ ଚଳଚ୍ଚିତ୍ରରେ ଏକାଠି କାମ କରିଥିଲେ ।

ଏହି ଚଳଚ୍ଚିତ୍ର ପରେ ଏହି ଦୁଇ କଳାକାରଙ୍କ ମଧ୍ୟରେ ଘନିଷ୍ଠତା ବଢିବାରେ ଲାଗିଥିଲା । ଏହାପରେ କରଣ ଏବଂ ବିପାଶା ଅନେକ ଫିଲ୍ମରେ ନଜର ଆସିଥିଲେ । ଗୋଟିଏ ବର୍ଷ ପରସ୍ପରକୁ ଡେଟ୍ କରିବା ପରେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ଯାହା ଉପରେ ଆଧାର କରି ଏପ୍ରିଲ୍ ୨୦୧୬ରେ କରଣ ସିଂ ଗ୍ରୋଭର ଏବଂ ବିପାଶା ବସୁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବିବାହର ୬ବର୍ଷ ପରେ, ବର୍ତ୍ତମାନ ଏହି ଦୁଇ ଦମ୍ପତ୍ତିଙ୍କ ପିତାମାତା ହେବାର ଖବର ସାମ୍ନାକୁ ଆସିଛି ।

   Related Posts