ବିପଦ ସଙ୍କେତ ଛୁଇଁଲା ବୈତରଣୀ
21/08/2020 at 11:23 AM

ଭଦ୍ରକ୨୧/୮: ବିପଦ ସଙ୍କେତ ଛୁଇଁଲା ବୈତରଣୀ। ଆଖୁଆପଦା ଠାରେ ବିପଦ ସଙ୍କେତ। ୧୭.୮୩ ମିଟର ରହିଥିବା ବେଳେ ବର୍ତ୍ତମାନ ଜଳସ୍ତର ୧୭.୮୩ ମିଟରରେ ପ୍ରବାହିତ ହେଉଛି। ଉପର ମୁଣ୍ଡରେ ବର୍ଷା ହୋଇଥିବା ଯୋଗୁଁ ବୈତରଣୀ ନଦୀରେ ଅଧିକ ଜଳ ପ୍ରବାହିତ ହେଉଛି। ଗତକାଲି ଠାରୁ ନଦୀରେ ଧୀରେ ଧୀରେ ପାଣି ବଢୁଥିବା ବେଳେ ଆଜି ସକାଳୁ ବିପଦ ସଙ୍କେତ ଛୁଇଁଛି।
ବୈତରଣୀର ଉପର ମୁଣ୍ଡ କେନ୍ଦୁଝର ଜ଼ିଲ୍ଲାରେ କେତେ ପରିମାଣରେ ବର୍ଷା ହୋଇଛି ତାହା ରେକର୍ଡ ଆସିବା ପରେ ବୈତରଣୀର ବନ୍ୟା ସ୍ଥିତି କିପରି ରହିବ ତାହା ଆକଳନ କରିହେବ। ବର୍ତ୍ତମାନ ତଳ ମୁଣ୍ଡରେ ବର୍ଷା ପାଣି ଜମି ରହିଥିବା ବେଳେ ଅନ୍ୟପଟେ ବୈତରଣୀ ନଦୀର ବନ୍ୟା ଜଳ ବିପଦ ସଙ୍କେତ ଟପିଛି। ଏହାକୁ ନେଇ ତଳିଆ ଅଞ୍ଚଳ ବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି। ଗତକାଲି ଜ଼ିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ଓ ଜଳସମ୍ପଦର ଅଧିକାରୀମାନେ ଆଖୁଆପଦାରେ ପହଁଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।