Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ବାୟୋପିକ ପାଇଁ ମନକଥା କହିଲେ ଯୁବରାଜ, ନିଜ ପସନ୍ଦର ଷ୍ଟାରଙ୍କ ନାଁ ବି ବାଛିଲେ

17/03/2020 at 5:55 PM

ନୂଆଦିଲ୍ଲୀ, ୧୭|୦୩:  ଭାରତୀୟ କ୍ରିକେଟରଙ୍କ ଉପରେ ବାୟୋପିକ୍ ନିର୍ମାଣ କରିବା ଟ୍ରେଣ୍ଡ ଏବେ ଜୋର ଧରିଛି।  ନିକଟରେ ୧୯୮୩ ବିଶ୍ୱକପ ବିଜେତା ଭାରତୀୟ ଦଳର ଅଧିନାୟକ କପିଲ ଦେବ ଓ ମହିଳା ଦଳର ଅଧିନାୟକ ମିତାଲି ରାଜଙ୍କ ଉପରେ ଫିଲ୍ମ ରିଲିଜ ହୋଇଛି। ଏବେ ଭାରତୀୟ ଦଳର ଅଲରାଉଣ୍ଡର ଯୁବରାଜ ସିଂଙ୍କ ଉପରେ ବାୟୋପିକ ନିର୍ମାଣ ହେବ ବୋଲି ଖବର ଆସିଛି।

ତେବେ ଯୁବରାଜଙ୍କ ବାୟୋପିକ ନିର୍ମାଣ ହେବ ନା ନାହିଁ ସେନେଇ ଏବେ ସୁଦ୍ଧା ସ୍ପଷ୍ଟ ଖବର ଆସିନାହିଁ। କିନ୍ତୁ ତାଙ୍କୁ ବାୟୋପିକ ବାବଦରେ ଏକ ପ୍ରଶ୍ନ ପଚରାଯାଇଥିଲା। ନିଜ ଭୂମିକାରେ କାହାକୁ ସେ ଦେଖିବାକୁ ଚାହୁଁଥିବା ପ୍ରଶ୍ନରେ ସେ ନିଜେ ହିଁ ଏହି ଚରିତ୍ରରେ ଅଭିନୟ କରିବାକୁ ଚାହାଁନ୍ତି ବୋଲି କହିଥିଲେ। କିନ୍ତୁ ଏହା ଠିକ କରିବା ନିର୍ଦ୍ଦେଶକଙ୍କ କାମ ବୋଲି ସେ କହିଥିଲେ। ତେବେ ସିଦ୍ଧାନ୍ତ ଚତୁର୍ବେଦୀଙ୍କୁ ସେ ନିଜ ଭୂମିକା ପାଇଁ ଚୟନ କରିବେ ବୋଲି କହିଥିଲେ। ସେ ଗଲିବୟରେ ଏମସି ସେରର ଚରିତ୍ରରେ ଅଭିନୟ କରିଥିଲେ।

ସିଦ୍ଧାନ୍ତ ଆମାଜନ ପ୍ରାଇମର କିଛି ଓ୍ୱେବ ସିରିଜରେ କ୍ରିକେଟରର ଭୂମିକାରେ ନଜର ଆସିଛନ୍ତି। ସେ ଏବେ ରାଣୀ ମୁଖାର୍ଜୀଙ୍କ ସହ ବଣ୍ଟି ଓ ବବଲି-୨ ଫିଲ୍ମ କରୁଛନ୍ତି। ଏହାସହ ସେ ଦୀପିକା  ପାଦ୍ୟୁକୋନଙ୍କ ସହ ମଧ୍ୟ କାମ କରୁଛନ୍ତି।  

   Related Posts