ବଡ ପରଦାରେ ଯାଦୁ ଦେଖାଇବେ 'ହକି ଯାଦୁଗର' ମେଜର ଧ୍ୟାନଚାନ୍ଦ, ଏ ହେଉଛନ୍ତି ଫିଲ୍ମର ନିର୍ଦ୍ଦେଶକ ଓ ନିର୍ମାତା

Published By : Prameya-News7 Bureau | December 15, 2020 IST

ନୂଆଦିଲ୍ଲୀ ୧୫।୧୨: ଭାରତର ହକି ଯାଦୁଗର ତଥା ମହାନ ହକି ଖେଳାଳି ଦିବଙ୍ଗତ ଧ୍ୟାନ ଚାନ୍ଦଙ୍କ ଜୀବନ ଉପରେ ଫିଲ୍ମ ନିର୍ମାଣ ହେବାକୁ ଯାଉଛି।  ଏହି ଫିଲ୍ମର ନିର୍ମାଣ ବଡ ନିର୍ମାତା ରୋନି ସ୍କ୍ରୁବାଲା କରୁଥିବା ବେଳେ ଏହାର ନିର୍ଦ୍ଦେଶନା ଦେବେ ଅଭିଷେକ ଚୌବେ।  ସୁପ୍ରତୀକ ସେନ ଓ ଅଭିଷେକଙ୍କ ଦ୍ଵାରା ଗୋଟିଏ ବର୍ଷରୁ ଅଧିକ ସମୟ ହେବ ଏହାର କାହାଣୀ ଲେଖା  ହୋଇଛି। ଫିଲ୍ମର କାଷ୍ଟିଂ ସଂପ୍ରତି ଜାରି ରହିଛି। କିଏ କିଏ ଏହି ଚଳଚ୍ଚିତ୍ରରେ ଅଭିନୟ କରିବେ ନାମ ଚୂଡାନ୍ତ ହୋଇ ନାହିଁ। କିନ୍ତୁ କୁହାଯାଉଛି ଯେ କୌଣସି ବଡ ଅଭିନେତା ଧ୍ୟାନଚାନ୍ଦଙ୍କ ଚରିତ୍ରରେ ଅଭିନୟ କରିବେ।

ଧ୍ୟାନଚାନ୍ଦ 'ଦ ଓ୍ଵିଜାର୍ଡ' ଭାବେ ୧୯୨୫ରୁ ୧୯୪୯ ପର୍ଯ୍ୟନ୍ତ ଭାରତୀୟ ହକି ଦଳର ପ୍ରତିନିଧିତ୍ଵ କରିଥିଲେ। ସେ ନିଜର ଅନ୍ତରାଷ୍ଟ୍ରୀୟ କ୍ୟାରିୟରରେ ୧୮୫ଟି ମ୍ୟାଚ୍‌ରୁ ୫୦୦ରୁ ଅଧିକ ଗୋଲ୍ ଦେଇଛନ୍ତି। ୧୯୨୮, ୧୯୩୨ ଓ ୧୯୩୬ରେ ତାଙ୍କ ନେତୃତ୍ଵରେ ଭାରତ କ୍ରମାଗତ ତିନି ଥର ଅଲିମ୍ପିକ ସ୍ଵର୍ଣ୍ଣ ପଦକ ଜିତିଛି। ତାଙ୍କୁ ୧୯୫୬ରେ ପଦ୍ମଭୂଷଣରେ ସମ୍ମାନିତ କରାଯାଇଥିଲା। ଅଗଷ୍ଟ ୨୯ ତାରିଖ ତାଙ୍କ ଜନ୍ମଦିନକୁ ଜାତୀୟ କ୍ରୀଡା ଦିବସ ରୂପେ ଦେଶରେ ପାଳନ କରାଯାଏ।

ଅଭିଷେକ ଚୌବେ କହିଛନ୍ତି, ଧ୍ୟାନଚାନ୍ଦ କ୍ରୀଡା ଇତିହାସରେ ଜଣେ ମହାନ ଖେଳାଳି ଏବଂ ତାଙ୍କ ବାୟୋପିକକୁ ନିର୍ଦ୍ଦେଶନା କରିବା ଗର୍ବର କଥା। ଆମ ପାଖରେ ଗବେଷଣ ପାଇଁ ବହୁତ କିଛି ଥିଲା। ହେଲେ ଧ୍ୟାନଚାନ୍ଦଙ୍କ ପରି ଜୀବନର ପ୍ରତ୍ୟେକ ଉପଲବ୍ଧି ନିଜ ସ୍ଵରୂପରେ ଏକ ଭିନ୍ନ କାହାଣୀ ଅଟେ। ମୁଁ ରୋନି ସ୍କ୍ରୁବାଲାଙ୍କ ପରି ଚତ୍ମକାର ରଚନାକାରଙ୍କ ପାଇଁ କୃତଜ୍ଞ।  ମୁଁ ତାଙ୍କ ଫିଲ୍ମକୁ ଉତ୍ସୁକତାର ସହ ଚାହିଁ ରହିଛି। ଆମେ ଫିଲ୍ମର ସୁଟିଂ ପାଇଁ ଆସନ୍ତା ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରି ପାରିବୁ ନାହିଁ। ଖୁବ୍ ଶୀଘ୍ର ମୁଖ୍ୟ ଅଭିନେତାଙ୍କ ନାମ ଘୋଷଣା କରାଯିବାର ଆଶା ରହିଛି।

ରୋନି ସ୍କ୍ରୁବାଲା ନିଜ ସମୟରେ ଅନେକ ଦମଦାର ଫିଲ୍ମ ନିର୍ମାଣ କରିଛନ୍ତି। ଏଥିରେ ରଙ୍ଗ ଦେ ବସନ୍ତି, ସ୍ଵଦେଶ, ଓ୍ଵେଡନେସ୍ ଡେ, ଉରି, ସୋନଚିଡିଆ ଓ ବର୍ଫି ପରି ଫିଲ୍ମ ସାମିଲ। ସେ ଦୃଢତାର ସହ କହିଛନ୍ତି ଧ୍ୟାନଚାନ୍ଦ ତାଙ୍କ ସର୍ବଶ୍ରେଷ୍ଠ ଫିଲ୍ମ ମଧ୍ୟରୁ ଗୋଟିଏ ହେବ। ସେ କହିଛନ୍ତି ଧ୍ୟାନଚାନ୍ଦଙ୍କ ଜୀବନ, ଉପଲବ୍ଧିର ବ୍ୟାପକତା ଓ ତାଙ୍କ ମହାନତାକୁ ଦେଖି ମୋତେ ଲାଗୁଛି ଫିଲ୍ମର ନିର୍ଦ୍ଦେଶନା ପାଇଁ ଅଭିଷେକଙ୍କଠୁ ଉନ୍ନତ ଆଉ କେହି ହୋଇପାରିବେ ନାହିଁ। ସୋନ ଚିଡିଆ ପରେ ପୁଣି ଥରେ ତାଙ୍କ  ସହିତ କାମ କରିବା ପରମ ଆନନ୍ଦର ବିଷୟ ବୋଲି ରୋନି ସ୍କ୍ରୁବାଲା କହିଛନ୍ତି। ଧ୍ୟାନଚାନ୍ଦ ଭାରତୀୟ କ୍ରୀଡାର ସବୁଠୁ ବଡ ପ୍ରତୀକ। ଦୁର୍ଭାଗ୍ୟର କଥା ତାଙ୍କ ବିଷୟରେ ଆଜିର ଯୁବ ପିଢି  ଅଧିକ କିଛି ଜାଣି ନାହାନ୍ତି। ଧ୍ୟାନଚାନ୍ଦଙ୍କ କାହାଣୀଠୁ ଆଉ କିଛି ବଡ କାହାଣୀ ହୋଇ ପାରିବ ନାହିଁ। ମୁଁ ଏହି ଫିଲ୍ମକୁ ଦର୍ଶକଙ୍କ ପର୍ଯ୍ୟନ୍ତ ପହଞ୍ଚାବା ପାଇଁ ଅପେକ୍ଷା କରି ରହିଛି।

୨୦୨୨ରେ ହେବ ଫିଲ୍ମ ରିଲିଜ୍

ବ୍ଲୁ ମଙ୍କିର ନିର୍ମାତା ପ୍ରେମନାଥ ରାଜଗୋପାଳଙ୍କ ମତରେ ସେ ଧ୍ୟାନଚାନ୍ଦଙ୍କୁ ପରଦାରେ ଆଣିବା ପାଇଁ ଗର୍ବ ଅନୁଭବ କରୁଛି। ଧ୍ୟାନଚାନ୍ଦଙ୍କ କାହାଣୀକୁ ଦୁନିଆ ସାମ୍ନାରେ ଆଣିବା ପାଇଁ ରୋହିତ ଏବଂ ମୁଁ ଧ୍ୟାନଚାନ୍ଦଙ୍କ ପୁତ୍ର ଅଶୋକ କୁମାର ଓ ତାଙ୍କ ପରିବାର ପ୍ରତି କୃତଜ୍ଞ। ଏହା ଏକ ବିରାସତ ଏବଂ ଏକ କାହାଣୀ ଯାହାକୁ ପ୍ରତ୍ୟେକଙ୍କୁ ଜାଣିବା ଉଚିତ୍। କେବଳ ଆମ ଦେଶ ନୁହେଁ ପୂରା ଦୁନିଆ ସାମ୍ନାରେ ଧ୍ୟାନଚାନ୍ଦଙ୍କ କାହାଣୀକୁ ରଖିବାକୁ ରୋନିଙ୍କ ସହିତ ମୁଁ ବହୁତ ଉତ୍ସୁକ ଅଛୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.